Home > ମନୋରଞ୍ଜନ
ରିଲିଜ ହେବାର କିଛି ସମୟ ପରେ ଅନଲାଇନରେ ଲିକ୍ ହେଲା ସାକ୍ରେଡ ଗେମ୍ସ ୨
Khabar Odisha:entertainment-odisha-sacred-games-2-leaked-online-by-tamil-rockers
ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡିଶା) :

ସୈଫ ଅଲ୍ଲୀ ଖାନଙ୍କ ଲୋକପ୍ରିୟ ନେଟଫ୍ଲିକ୍ସ ସିରିଜ ସେକ୍ରେଡ ଗେମ୍ସ ୨ ରିଲିଜ ହୋଇ ସାରିଛି । ଯାହାକି ଏବେ ସର୍ବ ସମ୍ମୁଖରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଶୋକୁ ଫ୍ୟାନ୍ସମାନଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଛି । ତେବେ ଏହି ଶୋକୁ ନେଇ ଏବେ ବହୁ ମେମ୍ସ ଭାଇରାଲ ହେବାରେ ଲାଗିଛି । ଅପର ପକ୍ଷରେ ଏହା ଅନଲାଇନରେ ଲିକ ହୋଇଥିବା ସୂଚନା ମିଳିଛି । 

ସାକ୍ରେଡ ଗେମ୍ସ ୨ର ୮ଟି ଏପିଶୋଡକୁ ତାମିଲ ରକର୍ସ ରିଲିଜ ହେବାର କିଛି ସମୟ ପରେ ଅନଲାଇନରେ ଲିକ କରି ଦେଇଥିଲେ । ଲିକ ହେବାପରେ ଏହାର ଭିୟୁଅରସିପରେ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । ସେହିପରି ହଲିଉଡର ଲୋକପ୍ରିୟ ଶୋ ଗେମ ଅଫ ଥ୍ରୋନ୍ସ ମଧ୍ୟ ଲିକ୍ ହୋଇ ସାରିଛି । ଏତଦ୍ ବ୍ୟତୀତ ତାମିଲ ରକର୍ସ ବହୁ ହିନ୍ଦୀ ଏବଂ ସାଉଥ ଫିଲ୍ମ ନିଜ ୱେବସାଇଟରେ ଲିକ କରିଛି ।  

ୱେବ ସିରିଜ ସାକ୍ରେଡ ଗେମ୍ସ ୨ ଅନୁରାଗ କଶ୍ୟପ, ବିକ୍ରମାଦିତ୍ୟ ମୋଟବାନୀ ଏବଂ ନୀରଜ ଘେବାଣଙ୍କ ଦ୍ୱାରା ନିର୍ମିତ ହୋଇଛି । ଏଥିରେ ସୈଫ ଅଲ୍ଲୀ ଖାନ, ନବାଜୁଦ୍ଦୀନ ସିଦ୍ଦୀକ, ପଙ୍କଜ ତ୍ରିପାଠୀ, ସୁରବୀନ ଚାୱଲା, ଲ୍ୟୁକ କେନ୍ନୀ, କଲକି କୋଚଲୀନ ଅଭିନୟ କରିଛନ୍ତି । ଏହି ଶୋର କାହାଣୀ ମୁମ୍ବାଇ ଡନ ଗଣେଶ ଗାୟତୋଣ୍ଡା ଏବଂ ଇନସପେକ୍ଟର ସରତାଜ ସିଂହଙ୍କ ଉପରେ ଅଭିନୀତ ।