Home > ମନୋରଞ୍ଜନ
ଜବାନୀ ଜାନେମନର ଓଲେ ଓଲେ ୨.୦ କଲା ଧମାଲ, ଫନ୍ ଅବତାରରେ ସୈଫ
Khabar Odisha:entertainment-odisha-saif-ali-khan-film-jawaani-jaaneman-song-ole-ole-2-0-out-now
ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା) :

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏକ ବିବାଦିତ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି। ଏହି ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ଜବାନୀ ଜାନେମନର ଏକ ଗୀତ ଧୁମ ମଚାନେ ରିଲିଜ୍ ହୋଇଛି। ସୈଫ ଏବେ ପୁଣି ଥରେ ତାଙ୍କର ସିଗ୍ନେଚର ସଂଗ୍ ଓଲେ ଓଲେର ନ୍ୟୁ ଭର୍ସନ ଓଲେ ଓଲେ ୨.୦ରେ ଧମାଲ କରିବେ। ଏହି ଗୀତର ଭିଡିଓରେ ସୈଫ ଅଲ୍ଲୀ ଖାନଙ୍କ ଫନ ଅବତାର ଏବଂ ତାଙ୍କ ପାର୍ଟି ମୁଡ କମାଲ ରହିଛି। ଏହି ଗୀତର ଭର୍ସନ ଜବରଦସ୍ତ ରହିଛି। 

ଓଲେ ଓଲେ ୨.୦ରେ ଅମିତ ମିଶ୍ର କଣ୍ଠଦାନ କରିଥିବା ବେଳେ ତନିଷ୍କ ବାଗଚୀ ମ୍ୟୁଜିକ୍ ଦେଇଛନ୍ତି, ସବିର ଅହମ୍ମଦ ଲିରିକ୍ସ ଦେଇଛନ୍ତି। ଏହି ଗୀତରେ ୧୯୯୪ର ସୈଫଙ୍କ ଏକ ଫିଲ୍ମ ୟେ ଦିଲ ଲଗିର ଟାଇଟେଲର ଏକ ପ୍ରସିଦ୍ଧ ଗୀତ ରେମିକ୍ସ କରାଯାଇଛି। ଏହି ଫିଲ୍ମରେ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରବାଲା ବଲିଉଡରେ ଡେବ୍ୟୁ କରିଛନ୍ତି। ଜବାନୀ ଜାନେମନରେ ଆଲିଆ, ସୈଫ ଏବଂ ତବ୍ବୁଙ୍କ ଝିଅ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଜାନୁଆରୀ ୩୧ରେ ରିଲିଜ୍ ହେବାକୁ ଯାଉଛି।