Home > ମନୋରଞ୍ଜନ
ମୁମ୍ବାଇ ବର୍ଷାରେ ଚିନ୍ତିତ ହୋଇ ସାଇକେଲରେ ସୁଟିଙ୍ଗ୍ ସେଟରେ ପହଁଚିଲେ ସଲମାନ, ଦେଖନ୍ତୁ ଭିଡିଓ
Khabar Odisha:entertainment-odisha-salman-khan-reached-for-dabangg-3-shooting-on-bicycle-thanks-to-mumbai-rains
ନୂଆଦିଲ୍ଲୀ, ସେପ୍ଟେମ୍ବର ୦୭ (ଖବର ଓଡିଶା) :

ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ। ଲଗାଣ ବର୍ଷା କାରଣରୁ ମୁମ୍ବାଇର ବହୁ ସ୍ଥାନ ଜଳାର୍ଣ୍ଣବ। ଏହି କାରଣରୁ ଲମ୍ବା ଟ୍ରାଫିକ ଦେଖିବାକୁ ମିଳିଛି। ତେବେ ଏହି ମଧ୍ୟରେ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସଲମାନ ସାଇକେଲରେ ଯାଉଥିବା ନଜର ଆସିଛନ୍ତି। ପ୍ରକୃତରେ ଟ୍ରାଫିକରୁ ବର୍ତ୍ତିବା ପାଇଁ ସଲମାନ ଦବଙ୍ଗ୩ର ଶୁଟିଙ୍ଗ କରିବାକୁ ସାଇକେଲରେ ଯାଉଛନ୍ତି। 

ସଲମାନ ଏହି ଭିଡିଓ ନିଜେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏହି ଭିଡିଓରେ ସଲମାନ ବ୍ଲାକ ଟିସାର୍ଟରେ ମୁମ୍ବାଇର ସଡକରେ ଯାଉଥିବା ନଜର ଆସିଛନ୍ତି। ସଲମାନ ଏହି ଭିଡିଓର କ୍ୟାପସନରେ ମଧ୍ୟ ଲେଖିଛନ୍ତି କି, ବର୍ଷାରେ ମୁମ୍ବାଇ ସହର... ଦବଙ୍ଗ ୩ ଲୋକେଶନକୁ ଶୁଟିଙ୍ଗ୍ ପାଇଁ ଯାଉଥିବା ସମୟରେ...। ଏହି ଭିଡିଓରେ ଭାଇଜାନ ଫ୍ୟାନ୍ସଙ୍କ ସହ ଫଟୋ ଉଠାଉଥିବା ମଦ୍ୟ ଦେଖିବାକୁ ମିଳିଛି। ଆପଣ ମଧ୍ୟ ଦେଖନ୍ତୁ ସଲମାନଙ୍କ ଏହି ଭିଡିଓ।