Home > ମନୋରଞ୍ଜନ
ରିଲିଜ୍ ହେଲା ସାଟେଲାଇଟ୍ ଶଙ୍କରର ଟ୍ରେଲର, ବକ୍ସ ଅଫିସରେ ନଜର ଆସିବ ଦେଶଭକ୍ତିର ରଙ୍ଗ
Khabar Odisha:entertainment-odisha-sooraj-pancholi-starrer-film-satellite-shankar-trailer-out
ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡିଶା) :

ଅଭିନେତା ସୂରଜ ପଞ୍ଚୋଲିଙ୍କ ଅପକମିଙ୍ଗ୍ ଫିଲ୍ମ ସାଟେଲାଇଟ୍ ଶଙ୍କରର ଟ୍ରେଲର ରିଲିଜ୍ ହୋଇଛି। କିଛି ଦିନ ପୂର୍ବରୁ ୟୁଟ୍ୟୁବରେ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଥିଲା। ବହୁ ଥର ରିଲିଜ୍ ଡେଟ୍ ପରିବର୍ତ୍ତନ କରିବା ପରେ ଏବେ ଫିଲ୍ମ ବକ୍ସ ଅଫିସରେ ଧମାଲ କରିବାକୁ ପ୍ରସ୍ତୁତ ଅଛି। ଫିଲ୍ମର ଟ୍ରେଲର ଦମଦାର ରହିଛି।

ଏହି ଫିଲ୍ମର ଟ୍ରେଲରରେ କାଶ୍ମୀର ଘାଟି ଠାରୁ ନେଇ ବର୍ଡର ଯାଏଁ ଦେଖାଯାଇଛି। ଲୋକଙ୍କ ମଧ୍ୟରେ ଥିବା ତିକ୍ତତା ଦୂର କରିବା ପାଇଁ ଜଣେ ସୈନିକ ସାଟେଲାଇଟ ଶଙ୍କର କିଭଳି ଭାବରେ ଚେଷ୍ଟା କରୁଛି ତାହା ଦର୍ଶାଯାଇଛି। 

ସାଟେଲାଇଟ ଶଙ୍କରରେ ମୁଖ୍ୟ ଭୂମିକାରେ ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ସୁରଜ ପଞ୍ଚୋଲି ଅଛନ୍ତି। ଏଯାଏଁ ଫିଲ୍ମର ବହୁ ପୋଷ୍ଟର ଓ ଟିଜର ରିଲିଜ୍ ହୋଇ ସାରିଛି। ଯାହାକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଛନ୍ତି। ଏବେ ଟ୍ରେଲର ଆସିବା ପରେ ଲୋକଙ୍କ ନିକଟରେ ଏହା ବେଶ୍ ଆଦୃତ ହୋଇଛି। ଇରଫାନ କମଲ ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ମୁରାଦ ଖେତାନୀ ଏବଂ ଅଶ୍ଵିନ ବର୍ଦେ ଏହାକୁ ପ୍ରଡ୍ୟୁସ୍ କରିଛନ୍ତି। ଫିଲ୍ମରେ ସୁରଜଙ୍କ ବିପକ୍ଷରେ ଅଭିନେତ୍ରୀ ମେଘା ଆକାଶ ଅଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ୨୦୧୯ ନଭେମ୍ବର ୧୫ରେ ରିଲିଜ ହେବାକୁ ଯାଉଛି।