Home > ମନୋରଞ୍ଜନ
ରିଲିଜ୍ ହେଲା ଦ ୱାରିଅର କ୍ଵିନ୍ ଅଫ ଝାନ୍ସୀର ଟ୍ରେଲର, ହଲିଉଡରେ ଧମାଲ କରିବା ପାଇଁ ପ୍ରସ୍ତୁତ ଫିଲ୍ମ
Khabar Odisha:entertainment-odisha-the-warrior-queen-of-jhansi-is-ready-to-rock-in-hollywood-see-the-powerful-trailer
ନୂଆଦିଲ୍ଲୀ, ନଭେମ୍ବର ୧୩ (ଖବର ଓଡିଶା) :

 ଦେଶରେ ସ୍ଵତନ୍ତ୍ରତା ପାଇଁ ଲଢେଇ କରିଥିବା ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କୁ ଇତିହାସର ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରାଯାଇଛି। କିଛି ଦିନ ପୂର୍ବରୁ ଏହି ବୀରାଙ୍ଗନାଙ୍କୁ ନେଇ କଙ୍ଗନା ରାଣାୱତ ବଲିଉଡରେ ଫିଲ୍ମ କରିଥିଲେ। ଏହାପରେ ଏବେ ହଲିଉଡରେ ରାଣୀ ଲକ୍ଷ୍ମୀବାଈଙ୍କ ଉପରେ ଆଧାରିତ ଫିଲ୍ମ ଦ ୱାରିଅର କ୍ଵିନ୍ ଅଫ୍ ଝାନ୍ସୀର ଟ୍ରେଲର ରିଲିଜ୍ ହୋଇଛି। 

ଦ ୱାରିଅର କ୍ଵିନ୍ ଅଫ ଝାନ୍ସୀକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି। ଫିଲ୍ମ ଇଂଲିଶରେ ରହିଛି। ଏହି ଫିଲ୍ମକୁ ନାଚୁରାଲ ରଙ୍ଗ ଦେବା ପାଇଁ ଫିଲ୍ମରେ ମଝିରେ ମଝିରେ ମରାଠୀ ଡାଇଲଗ ରହିଛି। ଦେଖନ୍ତୁ ଏହାର ଦମଦାର ଟ୍ରେଲର...

ଦ ୱାରିଅର କ୍ଵିନ ଅଫ ଝାନ୍ସୀର ଫିଲ୍ମ ନିର୍ମାତା ସ୍ଵାତି ଭିସେ କହିଛନ୍ତି ଯେ, ରାଣୀ ଲକ୍ଷ୍ମୀବାଈଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ସହଜ ନୁହେଁ। ଅପର ପକ୍ଷରେ ଜଣେ ଭାରତୀୟ ମହିଳାଙ୍କୁ ନେଇ ଫିଲ୍ମ ନିର୍ମାଣ କରିବା ଆହୁରି କାଠିକାର ପାଠ। ଏହା ମୋ ପାଇଁ ସୁନା ଖୋଜିବା ଭଳି ଥିଲା। ତେବେ ଏହି ଫିଲ୍ମରେ ସ୍ଵାତିଙ୍କ ଝିଅ ଦେବିକା ଭିସେ ଲକ୍ଷ୍ମୀବାଈ ଭୂମିକାରେ ଅଛନ୍ତି। ଆମେରିକାରେ ଏହି ଫିଲ୍ମ ନଭେମ୍ଵର ୧୫ରେ ରିଲିଜ୍ ହେବାକୁ ଯାଉଛି। ସେହି ସମୟରେ ଭାରତରେ ଏହି ଫିଲ୍ମ ନଭେମ୍ଵର ୨୯ରେ ରିଲିଜ୍ ହେବାକୁ ଯାଉଛି।