Home > ମନୋରଞ୍ଜନ
ଗହଣା ବିକି ଗୁଜୁରାଣ ମେଣ୍ଟାଉଛନ୍ତି ‘ଅଗଲେ ଜନମ ମୋହେ ବେଟିୟା ହି କିଜୋ’ ଅଭିନେତ୍ରୀ
Khabar Odisha:entertainment-odisha-tv-agle-janam-mohe-bitiya-hi-kijo-actress-nupur-alankar-selling-off-jewellery-to-survive
ମୁମ୍ବାଇ, ଅକ୍ଟୋବର ୦୯ (ଖବର ଓଡିଶା) :

 ଟିଭି ଓ ଗ୍ଲାମର ଦୁନିଆରେ ଅେତା ଓ ଅଭିନେତ୍ରୀମାନେ ସାଧାରଣତଃ ବିଭିନ୍ନ କଠିନ ପରିସ୍ଥିତି ଦେଇ ଗତି କରୁଥିବା ଦେଖାଯାଇଥାଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ନୁପୁର ଅଳଙ୍କାରଙ୍କ କ୍ଷେତ୍ରରେ। ସେ ଏବେ ବହୁ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଅଗଲେ ଜନମ ମୋହେ ବେଟିୟା ହି କିଜୋ, ସ୍ଵରାଗିଣୀ, ଭଳି ବହୁ ସିରିୟଲରେ ନଜର ଆସିଥିବା ଅଭିନେତ୍ରୀ ନୁପୁର ଅଳଙ୍କାର ଚ୍ୟାନେଲର ଜଣେ ଜଣାଶୁଣା ଚେହେରା। କିନ୍ତୁ ଏବେ ତାଙ୍କ ଉପରେ ଏଭଳି ଚଡକ ପଡିଛି କି, ଅଭିନେତ୍ରୀ ଜଣକ ନିଜ ଗହଣା ବିକ୍ରୀ କରି ପେଟ ପୋଷୁଛନ୍ତି।

ଗତ ସେପ୍ଟେମ୍ବର ୨୪ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏବଂ ମହାରାଷ୍ଟ୍ର ବ୍ୟାଙ୍କକୁ ନୋଟିସ୍ ଜାରୀ କରିଥିଲା। ଆରବିଆଇ ବ୍ୟାଙ୍କର ୬ ମାସ ପାଇଁ ନେଣଦେଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାପରେ ଏବେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ ନୂତନ ଋଣ ଜାରି କରି ପାରିବ ନାହିଁ। କେବଳ ସେତିକି ନୁହେଁ ବ୍ୟାଙ୍କର କୌଣସୀ ଗ୍ରାହକ ୨୫,୦୦୦ ଟଙ୍କାରୁ ଅଧିକ ଟଙ୍କା ବାହାର କରି ପାରିବେ ନାହିଁ। ନୁପୁରଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବା କାରଣରୁ ସେ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। 

ଏକ ସାକ୍ଷାତକାରରେ ନୁପୁର କହିଛନ୍ତି କି, ମୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମୋର ଅନ୍ୟ ଆକାଉଣ୍ଟରେ ଟଙ୍କା ଥିଲା। ଯାହାକୁ ମୁଁ କିଛି ଦିନ ପୂର୍ବରୁ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ଟ୍ରାନ୍ସଫର କରିଥିଲି। ତେଣୁ ମୋ ପରିବାର ଏବଂ ମୋର ସମସ୍ତ ଜମାପୁଞ୍ଜି ସମ୍ପୂର୍ଣ୍ଣ ରୂପରେ ବ୍ୟାଙ୍କ କାରଣରୁ ବନ୍ଦ ହୋଇଯାଇଛି। ଆମ ପାଖରେ ଘରେ କିଛି ଟଙ୍କା ନାହିଁ। ଏଥିପାଇଁ ମୋର ଗହଣା ବିକ୍ରୀ କରିବା ଛଡା ଅନ୍ୟ କୌଣସି ରାସ୍ତା ନାହିଁ। ଏହା ସହ ସେ ତାଙ୍କର ଜଣେ ସଥୀ ଅଭିନେତାଙ୍କ ଠାରୁ ୩୦୦୦ ଟଙ୍କା ଧାର ଆଣିବା କଥା କହିଛନ୍ତି। ଏପର‌୍ୟ୍ୟନ୍ତ ସେ ତାଙ୍କର ସାଥୀମାନଙ୍କ ଠାରୁ ୫୦୦୦୦ ଟଙ୍କା ଋଣ ନେଇ ସାରିଲେଣି।