Home > ମନୋରଞ୍ଜନ
ବିକ୍କି କୌଶଲଙ୍କ ବହୁ ଅପେକ୍ଷାରତ ଫିଲ୍ମ, ଏକାକୀ ଦେଖନ୍ତୁ ନାହିଁ ଭୁତ୍ ଟ୍ରେଲର
Khabar Odisha:entertainment-odisha-watch-bhoot-the-haunted-ship-official-trailer-vicky-kaushal-and-bhumi-pednekar
ନୂଆଦିଲ୍ଲୀ, ଫେବୃଆରୀ ୦୪ (ଖବର ଓଡ଼ିଶା) :

ବଲିଉଡ଼ ଅଭିନେତା ବିକ୍କି କୌଶଲଙ୍କ ମୋଷ୍ଟ ଆୱେଟେଡ଼୍ ଫିଲ୍ମ ଭୁତ୍ ପାର୍ଟ ୱାନ୍ : ଦ ହଣ୍ଟେମ୍ ସିପର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡ଼ିଆରେ ଏହା ଭାଇରାଲ୍ ହେବାରେ ଲାଗିଛି। ୨.୫୨ ମିନିଟର ଏହି ଭିଡ଼ିଓକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ। 

ଭୁତ୍ ଫିଲ୍ମରେ ସି ବାର୍ଡ଼ ଏକ ଡେଡ୍ ସିପ୍। ଖରାପ ଜଳବାୟୁ କାରଣରୁ ଏହା ମୁମ୍ବାଇର ଜୁହୁ ସମୂଦ୍ର ଉପକୂଳରେ ଆସି ଲାଗିଯାଏ। ତେବେ ଏହି ସିପରେ ଜଣେ ମାତ୍ର ଲୋକ ନାହାଁନ୍ତି। ଏତଦ୍ ସତ୍ଵେ ବିକି କୌଶଲ ସି ବାର୍ଡ଼ରେ ସର୍ଭେଇଙ୍ଗ ଅଫିସର ଭାବରେ ଯାଆନ୍ତି। ସେ ସିପ ଭିତରକୁ ଯିବା ପରେ ଅସଲି ଡ଼ର ଆରମ୍ଭ ହେଉଛି। ତେବେ ବହୁ ଲମ୍ବା ସମୟ ପରେ ବଲିଉଡ଼ର ଭଲ ହରର ଫିଲ୍ମ ଆସିବାକୁ ଯାଉଛି। 

ଧର୍ମା ପ୍ରଡ଼କ୍ସନ ଦ୍ଵାରା ନିର୍ମିତ ଏହି ଫିଲ୍ମରେ ବିକି କୌଶଲଙ୍କ ସହ ଭୂମି ପେଡ଼େନକର ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ଆସନ୍ତା ସପ୍ତାହରେ ଫେବୃଆରୀ ୨୧ରେ ରିଲିଜ୍ ହେବ।