Home > ମନୋରଞ୍ଜନ
ରିଲିଜ୍ ହେଲା ମୋତିଚୁର ଚକନାଚୁରର ଟ୍ରେଲର, ଜମିବ ନୱାଜୁଦ୍ଦୀନ ଓ ଆଥିୟାଙ୍କ ଯୋଡି
Khabar Odisha:entertainment-odisha-watch-official-trailer-of-nawazuddin-siddiqui-and-athiya-shetty-film-motichoor-chaknachoor
ନୂଆଦିଲ୍ଲୀ, ଅକ୍ଟୋବର ୧୨ (ଖବର ଓଡିଶା) :

ବଲିଉଡ ଅଭିନେତା ନବାଜୁଦ୍ଦୀନ ସିଦ୍ଦିକୀଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ମୋତିଚୁର ଚକନାଚୁରର ଟ୍ରେଲର ରିଲିଜ୍ ହୋଇଛି। ନୱାଜଙ୍କ ଏହି ଫିଲ୍ମ ଏକ ପାରିବାରିକ କାହାଣୀ ଉପରେ ଆଧାରିତ। ଏଥିରେ ଆଥିୟା ଶେଠୀ ମୁଖ୍ୟ ଭୂମିକାରେ ଅଛନ୍ତି। ପ୍ରଥମ ଥର ନୱାଜୁଦ୍ଦୀନ ଏବଂ ଆଥିୟାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଏହାର ଶୁଟିଙ୍ଗ୍ ମଧ୍ୟପ୍ରଦେଶର ବହୁ ସ୍ଥାନରେ କରାଯାଇଛି।

ରିଲିଜ୍ ହେଉ ହେଉ ସୋସିଆଲ ମିଡିଆରେ ଫିଲ୍ମକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି। କମେଡିରେ ଭରପୂର ଏହି ଫିଲ୍ମରେ ଲଭ ଷ୍ଟୋରୀର ଏକ ଝଲକ ଦେଖିବାକୁ ମିଳିବ। ୟୁଟ୍ୟୁବରେ ଫିଲ୍ମକୁ ଏଯାଏଁ ୫୦ ଲକ୍ଷରୁ ଅଧିକ ଭିୱର ଦେଖି ସାରିଲେଣି। ତେବେ ନଭେମ୍ବର ୧୫ରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ମୋତିଚୁର ଚକନାଚୁରରେ ସନି ଲିଓନିଙ୍କର ଏକ ଆଇଟମ୍ ଡ୍ୟାନ୍ସ ଦେଖିବାକୁ ମିଳିବ। ଏଥିରେ ସନି ନୱାଜ ମଧ୍ୟ ଡ୍ୟାନ୍ସ କରୁଛନ୍ତି।