Home > ମନୋରଞ୍ଜନ
ଲୋମଟାଙ୍କୁରି ଉଠୁଥିବା ହରର ଫିଲ୍ମ ଘୋଷ୍ଟର ଟ୍ରେଲର ରିଲିଜ୍, ଦେଖନ୍ତୁ ଭିଡିଓ...
Khabar Odisha:entertainment-odisha-watch-official-trailer-of-vikram-bhatt-film-ghost
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡିଶା) :

 ହରର ଫିଲ୍ମ ପାଇଁ ପ୍ରସିଦ୍ଧ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ଫିଲ୍ମ ଘୋଷ୍ଟର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ଦେଖିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ରାଜ୍, ୧୯୨୦, ହଣ୍ଟେଡ୍ ଭଳି ହରର ଫିଲ୍ମ କରୁଥିବା ବିକ୍ରମ ଭଟ୍ଟଙ୍କ ଫିଲ୍ମ ଘୋଷ୍ଟ ପୁଣି ଥରେ ଦର୍ଶକମାନଙ୍କୁ ଡରାଇବାକୁ ପରଦାରେ ଆସିବ। ଏହା ପୂର୍ବରୁ ଘୋଷ୍ଟର ପୋଷ୍ଟରରୁ ଫିଲ୍ମ କେତେ ଭୟାନକ ହୋଇଥିବ ତାହା ଜଣା ପଡୁଛି। 

ଘୋଷ୍ଟ ଫିଲ୍ମ ପ୍ରସ୍ତୁତି ୨୦୧୧ରୁ ଆରମ୍ଭ କରାଯାଇଥିଲା। ଏଥିରେ ସାଇନି ନେହୁଜା ମୁଖ୍ୟ ଭୂମିକାରେ ଥିଲେ କିନ୍ତୁ ପରେ ବିଭିନ୍ନ କାରଣରୁ ଏହାକୁ ପରିବର୍ତ୍ତନ କରାଯାଇଥିଲା। ତେବେ ଫିଲ୍ମ ଏବେ ନିର୍ମାଣ ସରିଛି। ଏବେ ମୁଖ୍ୟ ଭୂମିକାରେ ସନାୟା ଈରାନୀ ଓ ଶିବମ ବାର୍ଗବ ଅଛନ୍ତି। ଖୋଦ୍ ବିକ୍ରମ ଭଟ୍ଟ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଅକ୍ଟୋବର ୧୮ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି।