Home > ମନୋରଞ୍ଜନ
କମ୍ପ୍ୟୁଟରକୁ ପରାଜୟ କରି ଦେଉଥିବା ଶକୁନ୍ତଳା ଦେବୀଙ୍କ ଉପରେ ଫିଲ୍ମ କରିବାକୁ ଯାଉଛନ୍ତି ବିଦ୍ୟା ବାଲନ
Khabar Odisha:entertainment-odisha-who-is-shakuntala-devi-on-whom-bollywood-making-movie-with-vidya-balan
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬ (ଖବର ଓଡିଶା) :

ଗଣିତର ୱଣ୍ଡର ଓମେନ ଭାବରେ ବେଶ୍ ପରିଚିତା ଶକୁନ୍ତଳା ଦେବୀଙ୍କ ଉପରେ ନିର୍ମିତ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଶକୁନ୍ତଳାଙ୍କ ଭୂମିକାରେ ନଜର ଆସିବେ। ଶକୁନ୍ତଳାଙ୍କୁ ଯେତେ ବଡ ଗଣିତ କରିବାକୁ ଦେଲେ ମଧ୍ୟ ସେ କିଛି ସେକେଣ୍ଡରେ ଏହାର ସମାଧାନ କରି ଦିଅନ୍ତି। 

ଶକୁନ୍ତଳା ତାଙ୍କ ସମୟରେ ଗଣିତର ୱଣ୍ଡର ଗାର୍ଲ ହିସାବରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ଯେଉଁ ସମୟରେ କମ୍ପ୍ୟୁଟର ବିଷୟରେ କାହାକୁ ଜଣା ନଥିଲା ସେହି ସମୟରେ ବଡ ବଡ ଗଣିତ ଶକୁନ୍ତଳା ମୁହଁରେ ସମାଧାନ କରି ଦେଉଥିଲେ। ଯାହାକୁ ଦେଖି ଲୋକମାନେ ଚକିତ ହୋଇଯାଉଥିଲେ। ଶକୁନ୍ତଳାଙ୍କର ଏହି ଅସାଧାରଣ ପ୍ରତିଭା ପିଲାବେଳୁ ଦେଖିବାକୁ ମିଳିଥିଲା। ତେଣୁ ଯେବେ କମ୍ପ୍ୟୁଟର ପ୍ରଚଳନ ଆରମ୍ଭ ହେଲା ସେହି ସମୟରେ ତାଙ୍କୁ ମାନବ କମ୍ପ୍ୟୁଟର ନାମ ଦିଆଯାଇଥିଲା। 

ପିତା ସର୍କସର କଳାକାର ଥିଲେ

ଶକୁନ୍ତଳା ଦେବୀଙ୍କ ଜନ୍ମ ୧୯୩୯, ନଭେମ୍ବର ୪ରେ ହୋଇଥିଲା। ତାଙ୍କ ପିତା ସର୍କସରେ ଜଣେ କଳାକାର ଥିଲେ। ସେ ତାସ ମାଧ୍ୟମରେ ଶକୁନ୍ତଳାଙ୍କୁ ଗଣିତ ସହ ପରିଚିତ କରାଇଥିଲେ। ତିନି ବର୍ଷ ବୟସରେ ସେ ଗଣିନା କରିବା ଆରମ୍ଭ କରି ଦେଇଥିଲେ। ତାଙ୍କର ଏହି ଅସାଧାରଣ ପ୍ରତିଭା ଦେଖି ଲୋକମାନେ ଚକିତ ହୋଇ ଉଠିଥିଲେ। 

ବିବିସି ରେଡିଓର ଏକ କାର‌୍ୟ୍ୟକ୍ରମ ସମୟରେ ଶକୁନ୍ତଳାଙ୍କୁ ଏକ ଅଙ୍କ ଗଣିତ ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତର ସେ ତୁରନ୍ତ ରଖିଥିଲେ। ଏହି ଦିନ ପରେ ଶକୁନ୍ତଳା ପ୍ରସିଦ୍ଧ ହୋଇଥିଲେ। ତେବେ ଏହି ମହାନ ବ୍ୟକ୍ତିତ୍ଵଙ୍କ ଜିବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ବିଦ୍ୟା ବାଲନ ଏଥିରେ ଶକୁନ୍ତଳାଙ୍କ ଭୂମିକାରେ ନଜର ଆସିବେ।