Home > ମନୋରଞ୍ଜନ
କେବିସି ସିଜନ ୧୧ର ପ୍ରଥମ କୋଟି ପତି ହେଲେ ବିହାରର ଯୁବକ, ଗୁରୁବାର ହେବ ଏହାର ପ୍ରସାରଣ
Khabar Odisha:entertainment-reality-show-kaun-banega-crorepati-kbc-season-11sanoj-raj-from-jehanabad-become-crorepati-millionaire
ଜହାନବାଦ,ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ସୋନି ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ ‘କୌନ ବନେଗା କରୋଡ଼ପତି’ର ସିଜନ-୧୧କୁ ପ୍ରଥମ କୋଟି ପତି ମିଳି ଯାଇଛି। ସୂଚନାନୁଯାୟୀ ବିହାରର ଜହାନବାଦ ଜିଲ୍ଲାର ହୁଲାସଜଙ୍ଗ ପ୍ରଖଣ୍ଡର ଢୋଙ୍ଗରା ଗାଁ ନିବାସୀ ସନୋଜ ରାୟ ଏହି ପୁରସ୍କାର ଜିତି ବିହାରର ନାମ ଉଜ୍ଜ୍ଵଳ କରିଛନ୍ତି।

ସୋନି ଚ୍ୟାନେଲ ମଙ୍ଗଳବାର ନିଜର ଫେସବୁକ ଓ ଟ୍ଵିଟର ଆକାଉଣ୍ଟରେ ଆଗାମୀ ଏପିସୋଡ଼ର ପ୍ରୋମୋ  ପୋଷ୍ଟ କରିଛି, ଯେଉଁଥିରେ ସନୋଜ ରାଜ ୧୫ତମ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏକ କୋଟି ଟଙ୍କା ଜିତୁଥିବା ଦେଖିବାକୁ ମିଳିଛି। ସୋନି ଚ୍ୟାନେଲ ଟ୍ଵିଟର ପୋଷ୍ଟ ଅନୁସାରେ ଏବେ ସେ ସାତ କୋଟି ଟଙ୍କାର ପ୍ରଶ୍ନ ପାଇଁ ଖେଳିବେ। ଗୁରୁବାର ଓ ଶୁକ୍ରବାର ସନୋଜଙ୍କ ସହ ସମ୍ବନ୍ଧିତ ଏପିସୋଡ଼ର ପ୍ରସାରଣ ହେବ। 

ଉଲ୍ଲେଖଯୋଗ୍ୟ, ବିହାରର ସନୋଜ ରାଜ କେବେ ବି ମହାନଗର ଦେଖିନଥିଲେ। ତାଙ୍କର ପିତା ରାମଜନମ ଶର୍ମା ଜଣେ ସାଧାରଣ କୃଷକ। ସନୋଜ ଜହାନବାଦରୁ ହିଁ ନିଜର ପାଠ୍ୟକ୍ରମ ପୂରା କରିଛନ୍ତି। ସେ ବର୍ଦ୍ଧମାନର ଏକ କଲେଜରୁ ବି.ଟେକ୍ ପଢିବା ପରେ ଦୁଇ ବର୍ଷ ହେବ ସହାୟକ କମାଡେଣ୍ଟ ପଦରେ ଚାକିରି କରୁଛନ୍ତି। ମାତ୍ର ପ୍ରଶାସନିକ କ୍ଷେତ୍ରରେ କାମ କରିବା ତାଙ୍କର ଇଚ୍ଛା। ସେ ଆଇଏଏସ ହେବାକୁ ଚାହୁଁଛନ୍ତି। ‘କୌନ ବନେଗା କରୋଡ଼ପତି’ର ଏହି ସଂସ୍କରଣର ପ୍ରସାରଣ ନଭେମ୍ବର ୧୨ରେ ହେବ। 

ଉଲ୍ଲେଖଯୋଗ୍ୟ, ଏହି ଶୋରେ ଗତ ଦିନରେ ବିହାରର ରଞ୍ଜିତ କୁମାର ୨୫ ଲକ୍ଷ ଟଙ୍କା ଜିତିଥିଲେ। ମୋଗଲଯୁଗ ସମ୍ବନ୍ଧିତ ଏକ ସହଜ ପ୍ରଶ୍ନର ଉତ୍ତର ଦେଇନପାରିବାରୁ ସେ ୨୫ ଲକ୍ଷ ଟଙ୍କା ପର୍ୟ୍ୟ ନ୍ତ ପହଞ୍ଚି ଯାଇଥିଲେ। ସେ ଗୁଡ଼ଗାଓଁରେ ଚାକିରି କରୁଥିଲେ। ଏହା ପୂର୍ବରୁ ‘କୌନ ବନେଗା କରୋଡ଼ପତି’ରେ ପୂର୍ବି ଚମ୍ପାରଣ ଜିଲ୍ଲାର ସୁଶୀଲ କୁମାର ପାଞ୍ଚ କୋଟି ଟଙ୍କା ଜିତିଥିଲେ।