Home > ମନୋରଞ୍ଜନ
ଅରବାଜ ଏବଂ ମଲାଇକାଙ୍କ ପରେ ଏବେ ୧୧ ବର୍ଷର ବିବାହ ବନ୍ଧନ ଭାଙ୍ଗିଲେ ଦିଆ ମିର୍ଜା
Khabar Odisha:national-odisha-dia-mirza-announces-separation-from-husband-sahil-sangha-on-social-media
ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡିଶା) :

ଗତ କିଛି ଦିନ ହେବ ବଲିଉଡରେ ଛାଡପତ୍ରର ଖରବ ଶୁଣିବାକୁ ମିଳୁଛି । ଏବେ କିଛି ଦିନ ପୂର୍ବରୁ ମଲାଇକା ଅରୋଡା ଏବଂ ଅରବାଜ ଖାନଙ୍କ ଯୋଡି ଭାଙ୍ଗିଥିଲା । ତେବେ ଏହି କ୍ରମରେ ଏବେ ଦିଆ ମିର୍ଜାଙ୍କ ନାମ ଯୋଡି ହୋଇଯାଇଛି । ସୋସିଆଲ ମିଡିଆରେ ଦିଆ ତାଙ୍କର ପତି ସାହିଲ ସଙ୍ଘାଙ୍କ ଠାରୁ ଅଲଗା ହୋଇଥିବା ସୁଚନା ଦେଇଛନ୍ତି । ଏନେଇ ଦିଆ କହିଛନ୍ତି କି, ତାଙ୍କ ସ୍ୱାମୀ ସାହିଲ ଏବଂ ସେ ଆପୋଷ ବୁଝାମଣାରେ ୧୧ ବର୍ଷ ପରେ ବିବାହ ବନ୍ଧନ ବିଚ୍ଛେଦ କରୁଛନ୍ତି । 

ଦିଆ ମିର୍ଜା ଇନଷ୍ଟାଗ୍ରାମ ପୋଷ୍ଟରେ ଏହା ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଆମର ସମ୍ପର୍କ ଭାଙ୍ଗି ଯାଇଥିଲେ ମଧ୍ୟ ମୁଁ ଏବଂ ମୋ ସ୍ୱାମୀ ଭଲ ବନ୍ଧୁ ହୋଇ ରହିବୁ । ଏହି ନିଷ୍ପତିକୁ ଗ୍ରହଣ କରିବା ପାଇଁ ମୋ ପରିବାର ଏବଂ ବନ୍ଧୁମାନଙ୍କୁ ଧନ୍ୟବାଦ । 

ତେବେ ଆପୋଷ ବୁଝାମଣାରେ ବିବାହ ବନ୍ଧନ ବିଚ୍ଛେଦ କରିଥିବା ଯୋଡିଙ୍କ ମଧ୍ୟରେ ହ୍ରିତ୍ୱିକ ରୋଶନ, ଅର୍ଜୁନ ରାମପାଲ, ଅମିର ଖାନ ସାମିଲ ଅଛନ୍ତି । ତାଙ୍କର ଯୋଡିର ଉଦାହରଣ ବଲିଉଡରେ ଦିଆଯାଏ । କିନ୍ତୁ ସେମାନେ ଏବେ ନିଜ ବିବାହ ବନ୍ଧନ ବିଚ୍ଛେଦ କରି ସାରିଛନ୍ତି । ତଥାପି ମଧ୍ୟ ଏହି ଯୋଡିଙ୍କ ମଧ୍ୟରେ ଏବେ ବନ୍ଧୁତାର ସମ୍ପର୍କ ରହିଛି ।