Home > ମନୋରଞ୍ଜନ
କବୀର ସିଂହର “କୈସେ ହୁଆ” ଗୀତ ରିଲିଜ, ପରଦାରେ ନଜର ଆସୁଛି ଇସ୍କର ପାଠଶାଳା
Khabar Odisha:national-odisha-kabir-singh-song-kaise-hua-release-shahid-kapoor-trying-to-attract-kiara-advani
ନୂଆଦିଲ୍ଲୀ, ଜୁନ ୧୪ (ଖବର ଓଡିଶା) :

ସାହିଦ କପୁର ଏବଂ କିୟାରା ଆଡଭାନୀଙ୍କ ଫିଲ୍ମ କବୀର ସିଂହର ଏକ ନୂତନ ଗୀତ ରିଲିଜ ହୋଇଛି । “କୈସେ ହୁଆ” ରେ ସାହିଦ କାପୁର କିୟାରାଙ୍କୁ ନିଜ ଷ୍ଟାଇଲରେ ଆକର୍ଷିତ କରାଇବାକୁ ଚେଷ୍ଟା କରୁଛନ୍ତି । ମନୋଜ ମୁନ୍ତାଶିର ଗୀତଟି ଲେଖିଥିବା ସମୟରେ ବିଶାଳ ମିଶ୍ରା ଏଥିରେ କଣ୍ଠଦାନ କରିଛନ୍ତି । 

ଗୀତରେ ସାହିଦ ହିରୋଇନଙ୍କୁ ନିଜ ଆଡକୁ ଆକର୍ଷିତ କରାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ସେ ନିଜର ୱାନ ସିଟ ଥିବା ବୁଲେଟରେ ଆଉ ଏକ ସିଟ ଯୋଡି ଦେଇଛନ୍ତି । କିୟାରାଙ୍କୁ ପ୍ରାକ୍ଟିକାଲ ପାଠ ପଢାଇବା ସହିତ ପ୍ରେମ ପାଠ ମଧ୍ୟ ପଢାଉଛନ୍ତି । ଏହା ପୂର୍ବରୁ ଫିଲ୍ମର ଆଉ ଏକ ଗୀତ ମେରେ ସୋନିଓ ରିଲିଜ ହୋଇଥିଲା । ସେହି ଭଳି ଫିଲ୍ମର ଆଉ ଏକ ଗୀତ ତୁଝେ କିତନା ଚାହନେ ଲଗା ଫ୍ୟାନ୍ସମାନେ ବେଶ୍ ପସନ୍ଦ କରିଛନ୍ତି । ଏହି ଗୀତରେ ସାହିଦ ଏକ ନୂତନ ଅବତାରରେ ନଜର ଆସିଛନ୍ତି । 

ତେବେ କବୀର ସିଂହ ତେଲୁଗୁ ଫିଲ୍ମ ଅର୍ଜୁନ ରେଡୀର ରିମେକ । ଏହି ଦୁଇଟି ଫିଲ୍ମର ତୁଳନା କରିବାକୁ ଯାଇ ସାହିଦ କହିଛନ୍ତି କି, କବୀର ଏବଂ ଅର୍ଜୁନ ରେଡୀ ଦୁଇଟି ଗୋଟିଏ ଚରିତ୍ର ବୋଲି ମୋତେ ଲାଗୁ ନାହିଁ । ଆମେ କୌଣସୀ କପି ପେଷ୍ଟ ଫିଲ୍ମ କରି ନାହୁଁ । କବୀର ସିଂହ ଜଣେ ଅଲଗା ଲୋକ । ଫିଲ୍ମ ଜୁନ ୨୧ରେ ରିଲିଜ ହେବାକୁ ଯାଉଛି । ଏଥିରେ ସାହିଦ ଜଣେ ମେଡିକାଲ ଛାତ୍ର ଭୂମିକାରେ ଅଛନ୍ତି । ଯିଏକି ପରବର୍ତୀ ଅବସ୍ଥାରେ ନିଶାରେ ଧୂର୍ତ ହୋଇଛନ୍ତି ।