Home > ମନୋରଞ୍ଜନ
ବିଗ୍ ବିଙ୍କ ଟ୍ୱିଟର ଆକାଉଂଟ ହ୍ୟାକ, ପୋଷ୍ଟ କଲେ- ଲଭ୍ ପାକିସ୍ତାନ
Khabar Odisha:national-political-odisha-bollywood-actor-amitabh-bachchans-twitter-account-hacked-profile-bio-says-love-pakistanarticleshow
ନୂଆଦିଲ୍ଲୀ, ଜୁନ ୧୧(ଖବର ଓଡିଶା) :

ଦିନକୁ ଦିନ ସାଇବର କ୍ରାଇମ ବଢିବାରେ ଲାଗିଛି । ଏହି ମଧ୍ୟରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଟ୍ୱିଟର ଆକାଉଂଟ ଗତକାଲି ହ୍ୟାକ ହୋଇଥିଲା । ଏହି ହ୍ୟାକର ଜଣକ ହେଉଛନ୍ତି ଅୟିଲଦିଜ ତିମ ତୁର୍କୀସ୍ ସାଇବର ଆର୍ମି । ହ୍ୟାକର ଅମିତାଭଙ୍କ ଆକାଉଂଟ ହ୍ୟାକ କରିବା ପରେ ସେଥିରୁ ତାଙ୍କର ଫଟୋ ହଟେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଲଗାଇଥିଲେ ଏବଂ ଅମିତାବଙ୍କ ବାୟୋ ପରିବର୍ତନ କରି ଦେଇଥିଲେ । ଏଥିରେ ଲଭ ପାକିସ୍ତାନ ଲେଖାଯାଇଥିବା ନଜର ଆସିଥିଲା । ତେବେ କିଛି ସମୟ ମଧ୍ୟରେ ସ୍ଥିତିକୁ ସ୍ୱାଭାବିକ କରାଯାଇଥିଲା ଏବଂ ହ୍ୟାକର କରିଥିବା ପୋଷ୍ଟକୁ ଡିଲେଟ କରାଯାଇଥିଲା । 

ହ୍ୟାକର କରିଥିବା ପ୍ରଥମ ଟ୍ୱିଟରେ ଭାରତକୁ ମୁସଲମାନ ବିରୋଧୀ ଏବଂ ମୁସଲମାନ ସମ୍ପ୍ରଦାୟ ଉପରେ ଅତ୍ୟାଚାର କରୁଥିବା ରାଷ୍ଟ୍ର ଭାବରେ ଦର୍ଶାଇଥିଲା । ସେଥିରେ ଲେଖିଥିଲା କି, ଭାରତ, ଯିଏକି ରମଜାନ ମାସରେ ଉପବାସ କରୁଥିବା ମୁସଲମାନଙ୍କ ଉପରେ ଆକ୍ରମଣ କରିଥିଲା । କୁହାଯାଉଛି କି, ଏହି ହ୍ୟାକର ଗ୍ରୁପ ଭାରତର ସମସ୍ୱରତାକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲା । 

ସେହି ଭଳି ହ୍ୟାକର ଆଉ ଏକ ଟ୍ୱିଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଟ୍ୟାଗ କରି ଏକ ଫଟୋ ସେୟାର କରିଥିଲେ ଏବଂ ଏଥିରେ ଲେଖିଥିଲା କି, ପାକିସ୍ତାନ ପ୍ରତି ଭଲପାଇବା ରହିଛି । ଯେତେବେଳେ ଏହି ଫଟୋ ସେୟାର ହୋଇଥିଲା ସେହି ସମୟରେ ବିଗ୍ ବିଙ୍କ ଫ୍ୟାନ୍ସମାନେ ଚିନ୍ତିତ ହୋଇ ଉଠିଥିଲେ । ତେବେ କିଛି ସମୟ ମଧ୍ୟରେ ଆକାଉଂଟ ହ୍ୟାକ ହୋଇଛି ବୋଲି ସମସ୍ତଙ୍କୁ ବୁଝେଇ ଦିଆଯାଇଥିଲା । 

ଏହି ହ୍ୟାକର୍ସ ଗ୍ରୁପ ପୂର୍ବରୁ ୨୦୧୪ରେ ୟୁଏନର ଅଫିସିୟାଲ ୱେବସାଇଟକୁ ହ୍ୟାକ କରୁିଥିଲା ଏବଂ ଏହା ପରେ ଇଜ୍ରାଇଲର ଗୁଇନ୍ଦା ପ୍ରତିରକ୍ଷା ସିଷ୍ଟମକୁ ହ୍ୟାକ କରି ଦୁନିଆକୁ ସ୍ତବ୍ଧ କରାଇଥିଲା ।