Home > ମନୋରଞ୍ଜନ
ରିଲିଜ୍‌ ପୂର୍ବରୁ ରେକର୍ଡ ଭାଙ୍ଗିଲା ‘ସାହୋ’: ୧୦ ହଜାର ସିନେମା ହଲ୍‌ରେ ହେବ ରିଲିଜ୍‌
Khabar Odisha:pravas-and-shradha-kapoor-starer-saaho-breaks-records-before-release
ତାମିଲନାଡ଼ୁ, ଅଗଷ୍ଟ ୨୯ (ଖବର ଓଡ଼ିଶା):

୩୫୦ କୋଟି ବଜେଟ୍‌ ନିର୍ମାଣ ହୋଇଥିବା ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡ଼୍‌ ଅଭିନେତ୍ରୀ ଶ୍ରଦ୍ଧା କାପୁରଙ୍କ ଅଭିନୀତ ସାହୋଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ପରଦାକୁ ଆସିବା ପୂର୍ବରୁ ସାହୋ ରଜନୀକାନ୍ତଙ୍କ ଫିଲ୍ମ ୨.୦ ଏବଂ ବାହୁବଳୀ-୨ର ରେକର୍ଡ ଭାଙ୍ଗି ଦେଇଛି । ଏହି ଫିଲ୍ମ ଦେଶର ୧୦ ହଜାର ପ୍ରେକ୍ଷାଳୟରେ ରିଜିଲ୍‌ ହେବ ।

ଉତ୍ତର ଭାରତରେ ସାହୋକୁ ୪ ହଜାର ୫୦୦ ସ୍କ୍ରିନ୍‌ ମିଳିଥିବାବେଳେ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ୨ ହଜାରରୁ ଅଧିକ ସ୍କ୍ରିନ୍‌ ମିଳିଛି । ତେଣୁ ରିଲିଜ୍‌ର ପ୍ରଥମ ଦିନରେ ସାହୋ ୭୫ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଛି । ସାହୋ ୪ଟି ଭାଷା ଯଥା ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲୟାଲମରେ ତିଆରି ହୋଇଛି । ହିନ୍ଦୀରେ ପ୍ରଭାସ ନିଜେ ହିଁ ଡାଇଲଗ୍‌ କହିଛନ୍ତି ।

ସେହିପରି ସାହୋକୁ କିଣିବାକୁ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ତାମିଲ, ତେଲୁଗୁ ଓ ମାଲୟାଲମ ଭାଷାରେ ୭୦ କୋଟିରେ କିଣାଯାଇଛି । ସେହିପରି ହିନ୍ଦୀରେ ମଧ୍ୟ ୭୦ କୋଟି ଟଙ୍କାରେ କିଣାଯାଇଛି । ଏମିତିକି ଆମାଜନ୍‌ ମଧ୍ୟ ସାହୋକୁ ୪୦ କୋଟିରେ କିଣିଛି । 

  • Tags: