Home > ମନୋରଞ୍ଜନ
ଧର୍ମ ପାଇଁ ଜାଇରା ଫିଲ୍ମ ଛାଡ଼ିବା ନିଷ୍ପତ୍ତିକୁ ନାଟକ କହିଲେ ଗାୟକ ଅଭିଜିତ
Khabar Odisha:singer-abhijeet-murad-reaction-on-zaira-wasim-decision
ମୁମ୍ବାଇ, ଜୁଲାଇ ୦୧ (ଖବର ଓଡ଼ିଶା):

ଦଙ୍ଗଲ ଗାର୍ଲ ଭାବେ ପରିଚିତ ଜାଇରା ୱାସିମ ଫିଲ୍ମ ଦୁନିଆ ଛାଡ଼ିବା ଖବର ଏବେ ବଲିଉଡ଼୍‌ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କେହି କେହି ଜାଇରାଙ୍କ ଏକ ବ୍ୟକ୍ତିଗତ ନିଷ୍ପତ୍ତିକୁ ସ୍ୱାଗତ କରିଥିବାବେଳେ ଅନ୍ୟ କେହି ଏହାକୁ ନାଟକର ଆଖ୍ୟା ଦେଇଛନ୍ତି । ନିକଟରେ ଜାଇରାଙ୍କ ଅଭିନୀତ ‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ସୁଟିଂ ଶେଷ ହୋଇଛି । ମାତ୍ର ତାଙ୍କର ଫିଲ୍ମ ଛାଡ଼ିବା ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି ପ୍ରଯୋଜକ ରାୟ କାପୁର ।

ସେ କହିଛନ୍ତି ଯେ ଜାଇରା ହେଉଚନ୍ତି ଜଣେ ଉଦୀୟମାନ କଳାକାର । ଏହା ତାଙ୍କର ସୌଭାଗ୍ୟ ଯେ ତାଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଲା । ଏହି ଫିଲ୍ମରେ ଯେ ଆୟଶା ଚୌଧୁରୀ ଚରିତ୍ରରେ ନଜର ଆସିବେ । ଯାହାର ସୁଟିଂ ଶେଷ ହୋଇ ସାରିଛି । ସୁଟିଂ ବେଳେ ସେ ସହଯୋଗ କରନ୍ତି । ତେଣୁ ତାଙ୍କର ଏହା ବ୍ୟକ୍ତିଗତ ନିଷ୍ପତ୍ତି । ସେ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେଇଥିବେ ବୋଲି ଫିଲ୍ମ ନିର୍ମାତ  କହିଛନ୍ତି । ସେପଟେ ଏହାକୁ ଏକ ନାଟକ କହିଛନ୍ତି ଗାୟକ ଅଭିଜିତ । ଏହା ସବୁଠାରୁ ବଡ଼ ନାଟକ ଅଟେ । 

ରବିନା ଟଣ୍ଡନ ଜାଇରାଙ୍କ ନାଁ ନ ନେଇ କହିଛନ୍ତି ଯେ ଏହା ଦ୍ୱାରା କିଛି ଫରକ ପଡ଼ିବ ନାହିଁ । ଯିଏ ତାଙ୍କୁ ଏତେ କିଛି ଦେଇଛି, ଦୁଇଟି ଫିଲ୍ମରେ କାମ କରିଥିବା ଲୋକ ଇଣ୍ଡଷ୍ଟ୍ରି ପ୍ରତି କୃତଜ୍ଞ ରହିବା ଉଚିତ । ଯାହାର ଯିବାର ଇଚ୍ଛା ସେ ବାହରିଯାଆନ୍ତୁ ଓ ନିଜର ପୁରୁଣା ଚିନ୍ତାଧାରାକୁ ନିଜ ପାଖରେ ରଖନ୍ତୁ ବୋଲି ରବିନା କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଜାଇରା ୱାସିମ ଆଉ ଫିଲ୍ମରେ କାମ କରିବେ ନାହିଁ ବୋଲି ସେ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହା ଦ୍ୱାରା ସେ ନିଜର ଧର୍ମଠାରୁ ଦୂରେଇ ଯାଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । 

  • Tags: