Home > ମନୋରଞ୍ଜନ
ବକ୍ସ ଅଫିସରେ ଦ୍ଵିତୀୟ ଦିନରେ ୱାରର ଦବଦବା, ଓପନିଂ ଡେରେ ବ୍ୟବସାୟ କରିଛି 53.35 କୋଟି
Khabar Odisha:state-odisha-2nd-day-box-office-collections-of-film-war
ନୂଆଦିଲ୍ଲୀ, ଅକ୍ଟୋବର 04 (ଖବର ଓଡିଶା) :

ବଲିଉଡର ସୁପରଷ୍ଟାର ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ମୋଷ୍ଟ ୱେଟେଡ୍ ଫିଲ୍ମ ୱାର ଅକ୍ଟୋବର 2ରୁ ରିଲିଜ ହୋଇ ସାରିଛି। ପ୍ରାରମ୍ଭିକ ଦିନରେ ଏହା ଦମଦାର ବ୍ୟବସାୟ କରିଥିବା ସମୟରେ ଦ୍ଵିତୀୟ ଦିନର ବ୍ୟବସାୟ ବିଷୟରେ କଳନ କରାଯାଇଛି। ଫିଲ୍ମ ପ୍ରାରମ୍ଭିକ ଦିନରେ 53.35 କୋଟି ବ୍ୟବସାୟ କରିଥିଲା। 

ଗାନ୍ଧୀ ଜୟନ୍ତୀ ଅବସରରେ ରିଲିଜ ହୋଇଥିବା ଏହି ଫିଲ୍ମ ଦ୍ଵିତୀୟ ଦିନର ବ୍ୟବସାୟରେ ହ୍ରାସ ହୋଇଛି। ଫିଲ୍ମ ସମୀକ୍ଷକ ତରଣ ଦର୍ଶଙ୍କ ଅନୁଯାୟୀ, ୱାର ଦ୍ଵିତୀୟ ଦିନରେ 24.35 କୋଟି ବ୍ୟବସାୟ କରିବାରେ ସଫଳ ହୋଇଛନ୍ତି। ଏହି ଫିଲ୍ମ ଏଯାଏଁ ବକ୍ସ ଅଫିସରେ ସମୁଦାୟ 77.70 କୋଟି ବ୍ୟବସାୟ କରିଛି। 

ପ୍ରାରମ୍ଭିକ ଦିନରେ ୱାର 8ଟି ନୂତନ ରେକର୍ଡ କରିବାରେ ସଫଳ ହୋଇଛି

ହିନ୍ଦୀ ସିନେମା ଇତିହାସରେ ପ୍ରଥମ ଦିନରେ ସବୁଠାରୁ ବଡ ଓପନିଂ ।

ହ୍ରିତ୍ଵିକ ରୋଶନଙ୍କ ପାଇଁ ସବୁଠୁ ବଡ ଓପନିଂ ।

ଟାଇଗର ଶ୍ରଫଙ୍କ ପାଇଁ ସବୁଠୁ ବଡ ଓପନିଂ । 

ନିର୍ଦ୍ଦେଶକ ସିଦ୍ଧାର୍ଥ ଅାନନ୍ଦଙ୍କ ପାଇଁ ସବୁଠୁ ବଡ ଅାରମ୍ଭ।

କୌଣସୀ ହିନ୍ଦୀ ଫିଲ୍ମ ପାଇଁ ସବୁଠୁ ବଡ ଅଲ ଟାଇମ୍ ହଲିଡେ ଓପନିଂ ।

ୱାଇଏରଏଫ୍ ପାଇଁ ସବୁଠୁ ବଡ ଅଲ୍ ଟାଇମ୍ ଓପୋନର୍।

ଗାନ୍ଧୀ ଜୟନ୍ତୀରେ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରୁ ସବୁଠୁ ଅଧିକ ଶୁଭାରମ୍ଭ।