Home > ମନୋରଞ୍ଜନ
ପ୍ରଖ୍ୟାତ ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
Khabar Odisha:veteran-actor-and-playwriter-Girish-Raghunath-Karnad-passes-away
ମୁମ୍ବାଇ, ଜୁନ ୧୦ (ଖବର ଓଡ଼ିଶା):

ପ୍ରଖ୍ୟାତ କନ୍ନଡ଼ ଲେଖକ ଗିରିଶ କର୍ଣ୍ଣଡଙ୍କ ସୋମବାର ପରଲୋକ ହୋଇଯାଇଛି । ସେ ଏକା ଧାରାରେ ଜଣେ ଜଣେ ଅଭିନେତା, ଲେଖକ ତଥା ଫିଲ୍ମ ନିର୍ଦ୍ଦେଶକ ଥିଲେ । ମୃତ୍ୟୁ ବେଳକ ତାଙ୍କୁ ୮୧ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ରୋଗରେ ପିଡ଼ୀତ ଥିବା ଗିରିଶ ବେଙ୍ଗାଲୁରୁରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପଦ୍ମ ଶ୍ରୀ ଓ ପଦ୍ମ ଭୂଷଣ ପୁରସ୍କାରରେ ତାଙ୍କୁ ମିଳିଥିବାବେଳେ ସେ ପ୍ରସିଦ୍ଧ ଜ୍ଞାନପୀଠ ସମ୍ମାନରେ ସମ୍ମାନୀତ ହୋଇସାରିଛନ୍ତି । 

ଗିରିଶ କର୍ଣ୍ଣଡ ପ୍ରଥମେ କନ୍ନଡ଼ ଭାଷାରେ ନାଟକ ଲେଖିଥିଲା ଯାହାକୁ ପରର୍ବତ୍ତୀ ସମୟରେ ଇଂରାଜୀରେ ଅନୁବାଦ କରାଯାଇଛି । ଯତାତି, ତୁଗଲକ, ହୟବଦନା, ଅଞ୍ଜୁ ମଲ୍ଲିଙ୍ଗେ ଓ ନଙ୍ଗା ମଣ୍ଡଲା ଭଳି ଚଚ୍ଚିତ କାହାଣୀ ସେ ଲେଖିଛନ୍ତି । ଏକ୍‌ ଥା ଟାଇଗର ଫିଲ୍ମରେ ଅଫିସର ଭୂମିକାରେ ତାଙ୍କର ଦାମଦାର ପ୍ରଦର୍ଶନ ଥିଲା । 

୧୯୩୮ ମହାରାଷ୍ଟ୍ରର ମାଥେରନ୍‌ରେ ଜନ୍ମ ଗ୍ରହଣ କରିଥିବା ଗିରିଶ ମରାଠୀ ଭାଷାରେ ପ୍ରଥମ ଅଧ୍ୟୟନ କରିଥିଲେ । ତାଙ୍କୁ ୧୪ ବର୍ଷ ହୋଇଥିବାବେଳେ ତାଙ୍କ ବାପା କର୍ଣ୍ଣାଟକକୁ ସ୍ଥାନାନ୍ତର ହୋଇଯାଇଥିଲେ । ଏହା ପରେ ସେଠାରେ ସେ ପାଠ ପଢ଼ିଥିଲେ । ଏହି ସମୟରେ ସେ ଥିଏଟର୍‌ ପ୍ରତି ଆକୃଷ୍ଟ ହୋଇଥିଲେ । ସ୍ନାତକ ପରେ ସେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୬୩ ମସିହାରେ ଅକ୍ସଫୋର୍ଡର ୟୁନିୟନର୍‌ ପ୍ରେସିଡେଣ୍ଟ ଥିଲେ । ଏହା ପରେ ଆମେରିକା ଚିକାଗୋରେ ପଢ଼ିଥିଲେ ମଧ୍ୟ ସେଠାରେ ତାଙ୍କ ମନ ଲାଗି ନ ଥିଲା । ପରେ ସେ ଭାରତ ଫେରି ଆସିଥିଲେ । 

ସେ ଦୁଇଟି ପଦ୍ମ ସମ୍ମାନ, ୧୯୭୨ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୪ରେ ସାହିତ୍ୟ ଏକାଡେମୀ, ୧୯୯୮ରେ ଜ୍ଞାନପୀଠ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । କନ୍ନଡ଼ ଫିଲ୍ମ ‘ସଂସ୍କାର’ ପାଇଁ ସେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ । ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ମଧ୍ୟ ଥିଲେ । ଏହା ସହିତ ଚାରି ଚାରି ଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି ।

ଗିରିଶଙ୍କ ପରଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ବିଭିନ୍ନ ମାଧ୍ୟମରେ ତାଙ୍କର ଅଭିନୟ ସବୁଦିନ ପାଇଁ ମନେ ରହିବ । ଆଗାମୀ ବର୍ଷମାନଙ୍କରେ ତାଙ୍କର କାମଗୁଡ଼ିକ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟର୍‌ରେ ଉଲ୍ଲେଖ କରିଛନ୍ତି ।  

  • Tags: