For English Prss ctrl+g
Khabar Odisha:Politics-farmer-odisha-rice-mandi-irregularity

ଧାନ କିଣାରେ ଅନିୟମିତତା ହୋଇଥିଲେ ରାଜନୀତି ଛାଡ଼ିବେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ବିଜେପି କହିଲା ଗାଲୁଆଙ୍କ ବାରବାଟୀ ଚାଷ

ଭୁବନେଶ୍ୱର, ଜାନୁଆରୀ ୧୧(ଖବର ଓଡିଶା): ଚାଷୀଙ୍କ ପାଇଁ ମଣ୍ଡି ଖୋଲୁ ନ ଥିବା ଏବଂ କମ୍‌ ମୂଲ୍ୟରେ ଧାନ ବକ୍ରି ହେଉଥିବା ବିରୋଧୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟ ସମବାୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିରୋଧୀଙ୍କୁ ଦୃଢ଼ୋକ୍ତିରେ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯଦି ନିର୍ଦ୍ଧାରିତ ମୂଲ୍ୟରୁ ଧାନ ବିକ୍ରି ହେଉଥିବା ପ୍ରମାଣିତ ହୁଏ, ତେବେ ସେ ରାଜନୀତି ଛାଡ଼ି ଦେବେ । ସେହିପରି ରାଜ୍ୟରେ ଗତ ବର୍ଷ ତୁଳନାରେ ଅଧିକ ଧାନ ସଂଗ୍ରହ ହୋଇଥିବା ମଧ୍ୟ ମନ୍ତ୍ରୀ ଶ୍ରୀ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 11/01/2019
Khabar Odisha:farmer-odisha-xerox-form-of-kalia-scheme-valid

ଜେରକ୍ସ ଫର୍ମରେ କରିହେବ କାଳିଆ ଯୋଜନାରେ ଆବେଦନ

ଭୁବନେଶ୍ୱର ,ଜାନୁଆରୀ ୧୦(ଖବର ଓଡ଼ିଶା): କାଳିଆ ଯୋଜନା ନିମନ୍ତେ ଜେରକ୍ସ ଫର୍ମରେ ମଧ୍ୟ ଆବେଦନ କରାଯାଇପାରିବ । ପର୍ଯ୍ୟାୟ କ୍ରମେ ଆବେଦନ ପାଇଁ ରହିଛି ସୁଯୋଗ । ଏନେଇ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ନିର୍ଦ୍ଦେଶ । ଆଜି ଏହା କହିଛନ୍ତି କୃଷି ଏବଂ କୃଷକ ସଶକ୍ତକରଣ ସଚିବ ସୌରଭ ଗର୍ଗ ।

ଖବର ଓଡ଼ିଶା 10/01/2019
Khabar Odisha:paddy-affected-due-to-pethai

ଅଦିନିଆ ବର୍ଷାରେ ଭିଜିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ମାଲକାନଗିରି, ଡିସେମ୍ବର ୧୮ (ଖବର ଓଡ଼ିଶା): ସ୍ଥଳ ଭାଗ ଛୁଇଁବା ପରେ ସାମୁଦ୍ରିକ ଝଡ ‘ପେଥାଇ’ ଦୁର୍ବଳ ହୋଇଛି । କିନ୍ତୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକେଇ ଦେଇଛି । ମଣ୍ଡିରେ ବର୍ଷା ପାଣି ପଶି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ଓଦା ହୋଇଛି । ଧାନ ଗଜା ହୋଇଯିବା ଆଶଙ୍କାରେ ଚାଷୀକୂଳ ହତାଶ ହୋଇପଡ଼ିଛି ।

ଖବର ଓଡ଼ିଶା 18/12/2018
Khabar Odisha:farmers--in-sress-protest-by-congress-party

କୋରାପୁଟରେ ମଣ୍ଡିରେ ଅଚଳାବସ୍ଥା: ଚିନ୍ତାରେ ଚାଷୀ, ଜୟପୁରରେ କଂଗ୍ରେସର ଚକା ଜାମ୍‌ ଆନ୍ଦୋଳନ

କୋରାପୁଟରେ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ରାତି ଅନିଦ୍ରା ହୋଇ ଅମଳ ଧାନକୁ ଜଗି ରହିଛି ଚାଷୀ । କିନ୍ତୁ ମିଲର୍‌ଙ୍କ ଦେଖା ନାହିଁ । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀକୂଳ । ଧାନର ଏଫ୍‌ଏକ୍ୟୁ ମାନର ଆଳ ଦେଖାଇ ଧାନ କିଣୁ ନାହାଁନ୍ତି ମିଲର୍‌ । ଯେଉଁଥିପାଇଁ ଚାଷୀ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ । ସେଥିପାଇଁ ଆଜି ବୋରିଗୁମ୍ମାରେ ୧୭ଟି ପଞ୍ଚାୟତର ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନ୍ୟପକ୍ଷରେ ଧାନ କିଣାରେ ଅନିୟମିତତା ଅଭିଯୋଗରେ କଂଗ୍ରେସ ଜୟପୁରରେ ୫ ଘଣ୍ଟିଆ ଚକା ଜାମ୍‌ କରିଛି ।

ଖବର ଓଡ଼ିଶା 13/12/2018
Khabar Odisha:Ministry-and-farmer-meeting

ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଚାଷୀଙ୍କ ସହ ଆଲୋଚନା ସଫଳ, ୨ୟ ବୈଠକରେ ସମସ୍ୟାର ସମାଧାନ ହେବ: ଅର୍ଥମନ୍ତ୍ରୀ

ରାଜ୍ୟର ଚାଷୀ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ହୋଇଥିବା ପ୍ରାଥମିକ ଆଲୋଚନା ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଉକ୍ତ କମିଟିର ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରକାଶ କରିଛନ୍ତି ।

ଖବର ଓଡ଼ିଶା 07/12/2018
Khabar Odisha:farmers-protest-at-khadial

ହକ୍ ପାଇଁ ରାସ୍ତା ଅବରୋଧ କଲେ ଚାଷୀ

ନୂଆପଡା, ଡିସେମ୍ବର ୫ (ଖବର ଓଡିଶା): ନୂଆପଡା ଜିଲ୍ଲାର ଖାସବାହଲ ଓ ଦୋହେଲପଡା ଗାଁ ଚାଷୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଜମିକୁ ଜଳ ସେଚନ ସୁବିଧା ଓ ମରୁଡି ଘୋଷଣା ସହ ଫସଲ ବୀମା ପ୍ରଦାନ, ଶତ ପ୍ରତିଶତ ସହାୟତା ଦାବି ନେଇ ଭବାନୀପାଟଣା-ଖଡିଆଳ ମୁଖ୍ୟ ରାସ୍ତାକୁ ଅବରୋଧ କରିଛି ନିଖିଳ ଉତ୍କଳ ଚାଷୀ ମୁଲିଆ ସଂଗଠନ । ଫଳରେ ସେହି ରାସ୍ତା ଦେଇ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ଖବର ଓଡ଼ିଶା 05/12/2018
Khabar Odisha:again-farmer-suicide-at-binika-subernpur

ପୁଣି ଚାଷୀ ଆତ୍ମହତ୍ୟା , ଫସଲ ହାନି ସହ ଋଣ ବୋଝ ନେଲା ଜୀବନ

ସୁବର୍ଣ୍ଣପୁର, ଡିସେମ୍ବର ୧ (ଖବର ଓଡ଼ିଶା): ରାଜ୍ୟରେ ଫସଲ ହାନି ଓ ଋଣ ବୋଝରୁ ଚାଷୀ ଆତ୍ମହତ୍ୟା ଘଟଣା ପ୍ରତିଦିନ ଖବର କାଗଜ ପୃଷ୍ଠାର ଶିର ମଣ୍ଡନ କରୁଛି । କିନ୍ତୁ ଚାଷୀ ମୃତ୍ୟକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ପୁଣି ଅନୁରୂପ ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ସିଂହିଯୁବା ଗାଁରେ ଘଟିଛି । ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସିଂହିଯୁବା ଗ୍ରାମର ଭୁତୁଲୁ କର୍ଣ୍ଣି ।

ଖବର ଓଡ଼ିଶା 01/12/2018
Khabar Odisha:Odisha-Assembly--Farmers

ରାଜ୍ୟରେ କମୁଛି ଚାଷୀଙ୍କ ଆୟ: ଚାଷୀ ପରିବାରର ଆୟ କ୍ଷେତ୍ରରେ ଓଡ଼ିଶା ଦେଶରେ ତଳଆଡ଼ୁ ଦ୍ୱିତୀୟ

ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଘୋଷଣା କରୁଥିବା ବେଳେ ଓଡ଼ିଶାରେ ଚାଷୀ ପରିବାରର ଆୟ ବଢ଼ିବା ପରିବର୍ତେ କମିବାରେ ଲାଗିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବିସ୍ତୃତ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି ।

ଖବର ଓଡ଼ିଶା 20/11/2018
Khabar Odisha:Farmer-Suicide-in-Kendrapada

କେନ୍ଦ୍ରାପଡ଼ାରେ ବିଷ ପିଇ ଜୀବନ ହାରିଲେ ଚାଷୀ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନପଙ୍ଗ ଗାଁରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀ ଜଣକ ହେଲେ ଗୌରାଙ୍ଗ ଚରଣ କାପ। ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ଖବର ଓଡ଼ିଶା 17/11/2018
Khabar Odisha:Odisha-CM-Special-Package-Announced-for-Drought-Affected-Farmer

ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା, ୩୩ % ବା ତଦୁର୍ଦ୍ଧ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ରାଜ୍ୟ ସରକାର ଆଜି ୨୦୧୮ ବର୍ଷ ପାଇଁ ମରୁଡି ପ୍ରଭାବିତ ଅଂଚଳ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ଅନୁସାରେ ଚାଷ ଜମିର ୩୩ ପ୍ରତିଶତ ଅଥବା ଏହା ଠାରୁ ଅଧିକ କ୍ଷତି ହୋଇଥିଲେ କ୍ଷତିପୂରଣ ମିଳିବ। ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬୮୦୦ ଟଙ୍କା କ୍ଷତିପୂରଣ ମିଳିବ। ସେହିପରି ନିଶ୍ଚିତ

ଖବର ଓଡ଼ିଶା 15/11/2018
Khabar Odisha:Naba-Nirman-Krishak-sangathan-Strikes-again

କୃଷକଙ୍କ ସୁରକ୍ଷା ଭତ୍ତା ନେଇ ପ୍ରଥମେ ଅଧ୍ୟାଦେଶ, ପରେ ଆଲୋଚନା: ଅକ୍ଷୟ କୁମାର

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ଜାରି ରଖିବ। ନଭେମ୍ବର ୧୨ରୁ ନିଜର ଦାବି ନେଇ ପୁଣି ଥରେ ଚାଷୀମାନେ ରାଜ୍ୟର ପ୍ରତି ପଞ୍ଚାୟତ ଅଫିସ ଓ ଥାନା ଆଗରେ ଧାରଣା ଦେବା ସହ ସତ୍ୟାଗ୍ରହ କରିବେ ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ

ଖବର ଓଡ଼ିଶା 09/11/2018
Khabar Odisha:farmer-solve-soon-said-Farmer-Minister-Pradeep-Moharathy

ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ବୈଠକ ଡକାଯାଇ ନିଷ୍ପତି ନିଆଯିବ: କୃଷିମନ୍ତ୍ରୀ

ପ୍ରାଇସ୍, ପେନସନ୍ ଓ ପ୍ରେଷ୍ଟିଜ୍ ଦାବି କରି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆୟୋଜନ କରାଯାଇଥିବା ଚାଷୀ ମହାସମାବେଶକୁ ସରକାରଙ୍କ ପକ୍ଷରୁ ଭଣ୍ଡୁର କରିଦିଆଯାଇଥିବାରୁ ଚାଷୀମାନେ ଉତକ୍ଷିପ୍ତ ହୋଇ ଫେରି ଯାଇଛନ୍ତି । ଏହାର ଠିକଣା ଜବାବ ଗାଁ ଗାଁରେ ଦିଆଯିବ ବୋଲି ସେମାନେ ନିଷ୍ପତି

ଖବର ଓଡ଼ିଶା 06/11/2018
Khabar Odisha:CM-launching-agriculture-production-cluster

କୃଷି ଉତ୍ପାଦନ କ୍ଲଷ୍ଟର୍‌ ଯୋଜନାର ଶୁଭାରମ୍ଭ, ଢିପ ଜମି ଥିବା ଆଦିବାସୀ ବହୁଳ ଜିଲ୍ଲା ଚାଷୀଙ୍କ ବଢ଼ିବ ଆୟ

ଭୁବନେଶ୍ୱର, ନଭେମ୍ବର ୬(ଖବର ଓଡ଼ିଶା): ରାଜ୍ୟରେ ଥିବା ଉଚ୍ଚ ଜମି ଅଂଚଳ ପାଇଁ କୃଷି ଉତ୍ପାଦନ କ୍ଲଷ୍ଟର୍‌ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଚାଷୀ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ । କୃଷି ଉତ୍ପାଦନ କ୍ଲଷ୍ଟର ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଯୋଜନାରେ ଆଗାମି ୪ ବର୍ଷ ମଧ୍ୟରେ ରାଜ୍ୟରେ ୧୨ ଗୋଟି ଢିପଜମି ଥିବା ଜିଲ୍ଲାରେ ୪୦ ଗୋଟି ପଛୁଆ ବ୍ଲକ୍‌ରେ ପ୍ରାୟ ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟକୁ ବୃଦ୍ଧି କରାଯାଇପାରିବ ।

ଖବର ଓଡ଼ିଶା 06/11/2018
Khabar Odisha:Ghoda-Disease-problem-for-Khordha-Farmer

ଖୋର୍ଦ୍ଧା: ବିରି ଫସଲରେ ଦାଉ ସାଜୁଛି ଘୋଡ଼ା ପୋକ, ହତାଶ ଚାଷୀ

କଥାରେ ଅଛି “ହାଟୁଆ ହୁରୁଡିଲେ ହାଟ ପାଳି, ଚଷା ହୁରୁଡିଲେ ବରଷେ, ଚାଷ ବେକକୁ ଫାଶ, ଏହି ନିତିରେ ଚାଷୀ ହତାଶ”। ଏହି ମର୍ମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମର ମେଦିନୀ ମୌଜାର ଶହଶହ ଏକର ବିରି ଫସଲ ନଷ୍ଟ ହେବକୁ ଯାଉଛି। ଚଳିତବର୍ଷ ଘୋଡା ପୋକ ସବୁ ବିରି ଫସଲକୁ

ଖବର ଓଡ଼ିଶା 05/11/2018
Khabar Odisha:Farmers-Strikes-Row-Odisha

ଚାଷୀଙ୍କୁ ଯଦି ଭୁବନେଶ୍ୱର ମନା, ନେତାଙ୍କୁ ବି ଗାଁ ମନା, ମନ୍ତ୍ରୀସ୍ତରୀୟ କମିଟି ଏକ ଧୋକା: ଚାଷୀ ନେତା

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିବା ବେଳେ ଏହାକୁ ଏକ ଧୋକ୍କା ବୋଲି କହିଛନ୍ତି ଚାଷୀ ନେତା ଅକ୍ଷୟ କୁମାର। ଏହାସହ ଚାଷୀଙ୍କୁ ପୋଲିସ ଅଟକେଇବା ପ୍ରସଙ୍ଗରେ ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଚାଷୀଙ୍କୁ ଯଦି ଭୁବନେଶ୍ୱର ମନା, ତେବେ ନେତାଙ୍କୁ ବି ଗାଁ ମନା ।

ଖବର ଓଡ଼ିଶା 05/11/2018
Khabar Odisha:farmer-break-144-at-tamando

୧୪୪ ଧାରା ଭାଙ୍ଗି ରାଜଧାନୀରେ ପଶିଲେ ଚାଷୀ, ନେତା ଓ ଚାଷୀ ଗିରଫ, ଗଠନ ହେଲା ମନ୍ତ୍ରୀ ସ୍ତରୀୟ କମିଟି

ଭୁବନେଶ୍ୱର, ନଭେମ୍ବର ୫(ଖବର ଓଡ଼ିଶା): ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ହେଉ ଅବା ଆନ୍ଦୋଳନକୁ ରୋକିବାକୁ ହୀନ ପ୍ରୟାସ ସବୁକିଛି ବ୍ୟର୍ଥ ହୋଇଛି । ପ୍ରତିଶ୍ରୁତି ଓ କଟକଣାକୁ ଖାତିର ନ କରି ବିଭିନ୍ନ ପ୍ରାନ୍ତରୁ ରାଜଧାନୀ ଅଭିମୁଖେ ମାଡ଼ି ଚାଲିଛନ୍ତି ହଜାର ହଜାର ଚାଷୀ । ଯାହାକୁ ଅଟକାଇବାରେ ବିଫଳ ହୋଇଛି ପୋଲିସ ପ୍ରଶାସନ । ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଭୁବନେଶ୍ୱରରେ ଗର୍ଜିବେ ଚାଷୀ । ଚାଷୀଙ୍କ ସ୍ୱରକୁ ଦବାଇବାକୁ ଜାରି କରାଯାଇଥିବା ୧୪୪ ଧାରାକୁ ଭାଙ୍ଗି ଚାଷୀମାନେ ଭୁବନେଶ୍ୱର ଭିତରକୁ ପ୍ରବେଶ କରିଛନ୍ତି । ଅନ୍ୟପକ୍ଷରେ ଚାଷୀଙ୍କୁ ସାନ୍ତ୍ୱନା ଦେବାକୁ ସରକାର ତରବରିଆଭାବେ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ।

ଖବର ଓଡ଼ିଶା 05/11/2018
Khabar Odisha:Police-stop-farmer-in-Odisha

ଚାଷୀଙ୍କୁ ଅଟକାଇଲା ପୋଲିସ, ବିଶ୍ରାମ ନେବାବେଳେ ପାହାଳ ଠାରେ ଚାଷୀଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ଆସନ୍ତାକାଲି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସମେତ ଅନ୍ୟାନ୍ୟ କେତେକ ସମସ୍ୟାକୁ ନେଇ ରାଜଧାନୀରେ ମହାସମାବେଶ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜନ କରାଯାଇଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ଭଣ୍ଡୁର କରିବା ପାଇଁ ପୋଲିସ ଛାଉଣି ହୋଇଥିବାର ପରିଲକ୍ଷିତ ହୋଇଛି । ଏହି

ଖବର ଓଡ଼ିଶା 04/11/2018
Khabar Odisha:couple-try-to-suicide-at-kokasara

ମରୁଡ଼ିରେ ଫସଲ ହାନୀ: ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ୱାମୀ ମୃତ

କଳାହାଣ୍ଡି, ନଭେମ୍ବର ୨ (ଖବର ଓଡ଼ିଶା): ବର୍ଷା ଅଭାବରୁ ଭଲ ଧାନ ଅମଳ ହେଲା ନାହିଁ । ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୃଦ୍ଧ ଦମ୍ପତ୍ତି । ଭାଗ୍ୟବଶତଃ ସ୍ତ୍ରୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସ୍ୱାମୀ ଆଖି ବୁଜିଛନ୍ତି । ଫସଲହାନୀ ଦମ୍ପତ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ରେ । ମୃତକ ହେଉଛନ୍ତି ତୁନ ଗ୍ରାମର ସୁଦର୍ଶନ ମାଝୀ ।

ଖବର ଓଡ଼ିଶା 02/11/2018
Khabar Odisha:Farmer-protest-from-October-29-in-Bhubaneswar

୨୯ରେ ଭୁବନେଶ୍ୱରରେ ମହାସମାବେଶ କରିବ ନବ ନିର୍ମାଣ କୃଷକ ସଂଗଠନ

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆସନ୍ତା ୨୯ରୁ ଭୁବନେଶ୍ୱରରେ ମହାସମାବେଶ କରିବ ନବ ନିର୍ମାଣ କୃଷକ ସଂଗଠନ। ଏହି ଆନ୍ଦୋଳନ ନଭେମ୍ବର ୫ ଯାଏ

ଖବର ଓଡ଼ିଶା 22/10/2018
Khabar Odisha:Steel-Production-Down-Odisha

ରାଜ୍ୟରେ କମୁଛି ଷ୍ଟିଲ ଉପ୍ତାଦନ, ଉପ୍ତାଦନ ହେଉଛି ଅବସ୍ଥାପିତ ଉପ୍ତାଦନ କ୍ଷମତାର ମାତ୍ର ୨୧%

ଗତ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଓଡିଶାରେ ଥିବା ୧୯ଟି ଷ୍ଟିଲ କାରଖାନାର ସମୁଦାୟ ଉପ୍ତାଦନ କ୍ଷମତା ହେଉଛି ବାର୍ଷୀକ ୫୨.୫୨ମିଲିୟନ ଟନ । ହେଲେ ଉପ୍ତାଦନ ହେଉଛି ମାତ୍ର ୧୧ ମିଲିୟନ ଟନ । ଅବସ୍ଥାପିତ ଉପ୍ତାଦନ କ୍ଷମତାର ମାତ୍ର ୨୧% ଷ୍ଟିଲ ଉପ୍ତାଦିତ ହେଉଛି । କେବଳ ସରକାରୀ ଉଦ୍ୟୋଗ ରାଉରକେଲା ଷ୍ଟିଲ କାରଖାନା ହିଁ ତାର ଉପ୍ତାଦନ ଠିକ ଭାବେ କରୁଥିବା ବେଳେ ବାକି ଷ୍ଟିଲ କମ୍ପାନୀ ମାନେ ନିଜର ଉପ୍ତାଦନକୁ କମାଇ ଦେଇଛନ୍ତି ।

Anil Biswal 04/10/2018
First Previous
1 2 3 4
Next Last Page 1 of 4