Home > କୃଷକ ଓ ଶ୍ରମିକ
କେନ୍ଦ୍ରାପଡ଼ାରେ ବିଷ ପିଇ ଜୀବନ ହାରିଲେ ଚାଷୀ
Khabar Odisha:Farmer-Suicide-in-Kendrapada
କେନ୍ଦ୍ରାପଡା, ନଭେମ୍ବର ୧୭(ଖବର ଓଡ଼ିଶା):

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନପଙ୍ଗ ଗାଁରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀ ଜଣକ ହେଲେ ଗୌରାଙ୍ଗ ଚରଣ କାପ। ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ସୂଚନାନୁଯାୟୀ, ଗୌରାଙ୍ଗ ତିନି ଏକର ଜମିରେ ଧାନ ଚାଷ କରିଥିଲେ । ତେବେ ତିତିଲି ବାତ୍ୟାରେ ସମସ୍ତ ଫସଲ ନଷ୍ଟ ହୋଇ ଯାଇଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବାର ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ମେଡିକାଲକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।