Home > କୃଷକ ଓ ଶ୍ରମିକ
ଉଜୁଡ଼ା ଫସଲ ନେଲା ପୁଣି ଏକ ଚାଷୀର ଜୀବନ
Khabar Odisha:farmer-commits-suicide-in-balasore
ବାଲେଶ୍ୱର, ଅକ୍ଟୋବର ୩୦ (ଖବର ଓଡ଼ିଶା):

ପ୍ରଥମେ ବର୍ଷା ଅଭାବ ଏବଂ ପରେ ପ୍ରବଳ ବର୍ଷା ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଫସିଲ ହାନି ଯୋଗୁଁ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ କବୀରପୁର ଗାଁର ବିଜୟ ପରିଡ଼ା । ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 

କବୀରପୁର ଗାଁର ବିଜୟ ପରିଡ଼ା ଜମିରେ ଋଣ କରି ଚାଷ କରିଥିଲେ । କିନ୍ତୁ ଲଗାଣ ବର୍ଷାରେ ତାଙ୍କ ସବୁ ଫସଲ ଉଜୁଡ଼ି ଯାଇଛି । ତେବେ ଗତକାଲି ସେ ସବୁଦିନ ପରି ବିଲକୁ ଯାଇଥିଲେ । ବିଲରୁ ଆସିବା ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ମାର୍କୋଣା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ବିଜୟଙ୍କ ପରିବାର ଲୋକ ଆତ୍ମହତ୍ୟା ଅଭିଯୋଗ ଆଣିଛନ୍ତି । ଫସଲ ହାନି ପାଇଁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ସେମାନେ କହିଛନ୍ତି । 

  • Tags: