Home > କୃଷକ ଓ ଶ୍ରମିକ
ବଦଳିବ ରାଜ୍ୟ କୃଷି ନୀତି
Khabar Odisha:state-governent-will-change-the-agriculture-police-2013
ଭୁବନେଶ୍ୱର, ଜୁନ ୧୧ (ଖବର ଓଡ଼ିଶା):

କୃଷି ଓ କୃଷକଙ୍କ କଲ୍ୟାଣକୁ ନଜରରେ ରଖି ରାଜ୍ୟ ସରକାର କୃଷି ନୀତିରେ ପରିବର୍ତ୍ତନ କରିବାକୁ ଯାଉଛି । ସମୟ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ପାଳିରେ କୃଷି ନୀତିକୁ ବଦଳାଇବେ । ଏ ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । 

ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ୨୦୧୩ କୃଷି ନୀତିରେ ପରିବର୍ତ୍ତନ କରାଯାଇ ନୂଆ କୃଷି ନୀତି ଅଣାଯିବ ବୋଲି ଆଲୋଚନା ହୋଇଛି । ୨୦୧୩ କୃଷି ନୀତିକୁ ଛ’ ବର୍ଷ ପୂରଣ ହୋଇଯାଇଛି । ସେଥିପାଇଁ ନୂଆ ନୀତି ଅଣାଯିବ । ଚାଷୀଙ୍କ ଆୟକୁ ବଢ଼ାଇବାକୁ କୃଷି ନୀତିରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସମସ୍ତ ବିଭାଗର ପରାମର୍ଶ ଲୋଡ଼ା ଯାଇଛି । ଦୁଇ ମାସ ମଧ୍ୟରେ ପରାମର୍ଶ ମିଳିବା ପରେ ନୂତନ କୃଷି ନୀତି ଅଣାଯିବ । ଚାଷୀଙ୍କ ଆୟ ଓ ଚାହିଦାକୁ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଥିବା ବିଭାଗୀୟ ସଚିବ କହିଛନ୍ତି ।  

  • Tags: