Home > କୃଷକ ଓ ଶ୍ରମିକ
ସରକାରଙ୍କୁ ଅଡୁଆରେ ପକାଇଲେ ଶାସକ ଦଳ ବିଧାୟକ, ଟୋକନ ବ୍ୟବସ୍ଥା ନେଇ ଉଠାଇଲେ ପ୍ରଶ୍ନ
Khabar Odisha:state-odisha-debesh-acharya-protest-token-system-in-odisha-assembly
ଭୁବନେଶ୍ଵର, ନଭେମ୍ଵର ୨୭ (ଖବର ଓଡିଶା) :

ଖରିଫ୍ ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ନେଇ ଆଜି ବିଧାନସଭାରେ ଉଦବେଗ। ଶାସକ ଦଳର ୩ ଜଣ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି। ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ନେଇ ଦାବି କରିଛନ୍ତି। 

ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରିବା ନେଇ ଗୃହରେ ଦାବି କରିଛନ୍ତି। ସ୍ଵଚ୍ଛତା ନାମରେ ଚାଷୀଙ୍କୁ ଯେପରି ହଇରାଣ ନକରାଯାଉ ବୋଲି ସେ କହିଛନ୍ତି। ସେହିପରି କେବେ ଧାନ ଉଠିବ ଚାଷୀ ଜାଣିପାରୁ ନାହାଁନ୍ତି। ଚାଷୀ ଦୁଃଖ ଓ ଉଦବେଗରେ ଅଛନ୍ତି ବୋଲି ବିଧାୟକ ରୋହିତ ପୂଜାରୀ କହିଛନ୍ତି। ଏତଦ୍ ବ୍ୟତୀତ ବସ୍ତା ଓ ଧାନ କିଣା ପ୍ରସଙ୍ଗ ବିଧାୟକ ରଞ୍ଜନ ସିଂ ବରିହା ଉଠାଇଛନ୍ତି।

ସୂଚନାନୁଯାୟୀ, ବରଗଡ଼ ଜିଲ୍ଲାରେ ଗତ ୮ତାରିଖରୁ ଧାନ ମଣ୍ଡିରେ ଗଦା କରିଛନ୍ତି ।  ସେପଟେ ସରକାର କୌଣସି ସୁଚନା ନ ଦେଇ  ଟୋକନ ଓ ଆଇସ୍କେନ ବ୍ୟବସ୍ଥା ଲାଗୁ କରିଛନ୍ତି । କିଛି ଚାଷୀଙ୍କୁ ଟୋକୋନ ମିଳିଥିବା ବେଳେ ଅନ୍ୟ କେତେଜଣଙ୍କୁ ଟୋକନ ମିଳି ନାହିଁ। ଫଳରେ ଟୋକନ ମିଳିନଥିବା ଚାଷୀମାନଙ୍କ ଧାନ ମଣ୍ଡିରେ ପଡି ରହିଛି। ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ ସମୟରେ ଧାନ ବିକ୍ରୟ ପାଇଁ ନାମ ରେଜିଷ୍ଟ୍ରେସନ କଲେ ସେତେବେଳେ ଟୋକୋନ କଥା ଉଠାଇଲେ ନାହିଁ ।  ନାମ ରେଜିଷ୍ଟ୍ରେସନ କରିବା ସମୟରେ ଚାଷୀକୁ ଟୋକନ  ଦେଇଥିଲେ ଆଜି ଏ ଅସୁବିଧା ସୃଷ୍ଟି ହୋଇନଥାନ୍ତା  

ତେବେ ଖରିଫ୍ ଧାନ ସଂଗ୍ରହରେ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀମାନେ ଘୋର ବିରୋଧ କରି ଆସୁଛନ୍ତି। ଚାଷୀଙ୍କ ସୁବିଧା ପାଇଁ ଟୋକନ ବ୍ୟବସ୍ଥା କରାଯାଇଥିବା ସରକାର କହୁଥିବା ବେଳେ ଚାଷୀଙ୍କୁ ହଇରାଣ କରିବାକୁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। କେତେକ ଚାଷୀଙ୍କ କହିବା ଅନୁଯାୟୀ, ଯଦି ଚାଷୀଙ୍କ ସୁବିଧା ପାଇଁ ସରକାର ଚିନ୍ତିତ ତେବେ ଦର ବୃଦ୍ଧି କରାଯାଉ। ଟୋକନ ବ୍ୟବସ୍ଥା ନଥିବା ସମୟରେ ଚାଷୀ ନିଜ ସୁବିଧା ମୁତାବକ ମଣ୍ଡିରେ ଧାନ ଦେଇ ପାରୁଥିଲା। କିନ୍ତୁ ଏବେ ଟୋକନ ବ୍ୟବସ୍ଥା କରି ମଣ୍ଡିରେ ଧାନ ଦେବାକୁ ନିର୍ଦ୍ଧିଷ୍ଟ ଦିନ ଧାର‌୍ୟ୍ୟ କରାଯାଇଥିବାରୁ ଚାଷୀ ଚାପରେ ରହିବେ। ଏପରିକି ଟୋକନ ବ୍ୟବସ୍ଥାରେ ମଧ୍ୟ ଅନିୟମିତତା ଦେଖାଯାାଉଛି। ଧାନ ଅମଳ କରି ସାରିଥିବା ଚାଷୀଙ୍କ ଟୋକନ ଆସି ନଥିବା ବେଳେ ଅମଳ ହୋଇନଥିବା ଚାଷୀଙ୍କ  ଟୋକନ ଆସି ସାରିଲାଣି। ଏହାଦ୍ଵାରା ଚାଷୀ ହତାଶ ହେଉଛନ୍ତି। 

ସେପଟେ ଋଣ ଚାଷୀ ଆତ୍ମହତ୍ୟାର କାରଣ ନୁହେଁ। ରାଜ୍ୟରେ ଚାଷୀ ଆତ୍ମହତ୍ୟା ଚାଷ କ୍ଷତି ବା ଋଣ ଜନିତ ନୁହେଁ। ଆତ୍ମହତ୍ୟା ପାରିବାରିକ କଳହ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହୋଇଥାଇ ପାରେ। ଜିଲ୍ଲାପାଳ, ଏସପିଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ, ଚାଷ କ୍ଷତି ଋଣର କାରଣ ନୁହେଁ ବୋଲି ଗୃହରେ ମନ୍ତ୍ରୀ ଅରୁଣ ସାହୁ ଏଡାଇ ଦେଇଛନ୍ତି। ଗୋଟିଏ ପଟେ ଚାଷୀଙ୍କୁ ସରକାର ଏଭଳି ହଇରାଣ କରୁଥିବା ଦ୍ଵାରା ସେମାନେ ଋଣ ଭାରରେ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ନିଦାବିଷ୍ଣୁ ସରକାର ନିଜର ଦୋଷ ଘୋଡଇବାକୁ ଯାଇ ଏହାକୁ ପରିବାରିକ କଳହର ନାମ ଦେଉଛନ୍ତି।