For English Prss ctrl+g
Khabar Odisha:national-around-1-crore-80-lakhs-people-affect-in-malaria-per-year-in-india

ଭାରତରେ ପ୍ରତିବର୍ଷ ୧ କୋଟି ୮୦ ଲକ୍ଷ ଲୋକ ମ୍ୟାଲେରିଆରେ ପୀଡ଼ିତ: WHO

ନୂଆଦିଲ୍ଲୀ, ଅପ୍ରେଲ ୨୫ (ଖବର ଓଡ଼ିଶା): ଆଜି ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ । ୨୦୦୮ ମସିହାଠାରୁ ଅପ୍ରେଲ ୨୫କୁ ମ୍ୟାଲେରିଆ ଦିବସ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଳନ କରି ଆସୁଛି । ଆମ ଦେଶରେ ମ୍ୟାଲେରିଆର ସ୍ଥିତି ଉଦବେଗ ଜନକ ରହିଛି । ଭାରତରେ ପ୍ରତିବର୍ଷ ଏକ କୋଟି ୮୦ ଲକ୍ଷ ଲୋକ ମ୍ୟାଲେରିଆ ରୋଗରେ ପିଡ଼ୀତ ହେଉଛନ୍ତି । ମ୍ୟାଲେରିଆ ରୋଗୀଙ୍କ ମୃତ୍ୟୁ ସଂଖ୍ୟାରେ ୨୦୧୭ରେ ଭାରତ ଦକ୍ଷିଣ ପୂର୍ବ ଏସିଆରେ ପ୍ରଥମ ସ୍ଥାନରେ ରହିଛି ।

ଖବର ଓଡ଼ିଶା 25/04/2019
Khabar Odisha:health-odisha-reason-behind-diabetic

ଏହି ୫ଟି କାରଣରୁ ଜାଣନ୍ତୁ ଆପଣଙ୍କୁ ମଧୁମେହ ହୋଇଛି ନା ନାହିଁ

ଆଧୁନିକ ଲାଇଫଷ୍ଟାଇଲର ଖରାପ ଖାଇବା ପିଇବା ଦ୍ୱାରା ମଧୁମେହ ଭଳି ମାରାତ୍ମକ ରୋଗ ହୋଇଥାଏ । ତଥ୍ୟ ଅନୁସାରେ ଭାରତରେ ସବୁଠାରୁ ଅଧିକ ମାତ୍ରାରେ ମଧୁମେହ ହେଉଛି । ଭାରତରେ ପାଂଚ ପ୍ରତିଶତ ବ୍ୟକ୍ତି ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି । କିଛି ବ୍ୟକ୍ତି ଏହି ରୋଗର ଲକ୍ଷଣ ସଂପର୍କରେ ଜାଣିପାରନ୍ତି ନାହିଁ କି ଏହାର ଉପଚାର ମଧ୍ୟ କରିପାରନ୍ତି ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ ମଧୁମେହ ରୋଗର ଲକ୍ଷଣ ସଂପର୍କରେ ଜଣାଇବୁ । ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କୁ ମଧୁମେହ ରୋଗ ହୋଇଛି କି ନାହିଁ ।

ଖବର ଓଡ଼ିଶା 29/03/2019
Khabar Odisha:health-Odisha-large-number-of-people-in-hyderabad-suffering-from-insomnia

ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରିବା ବିପଦଜନକ, ହାଇଦ୍ରାବାଦ୍‌ର ୭୯ ପ୍ରତିଶତ ଲୋକଙ୍କୁ ଇନ୍ସାମ୍ନିୟା: ସର୍ଭେ

ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବ୍ୟବହାର , ଭୁଲ ଲାଇଫ୍‌ଷ୍ଟାଇଲ ଓ ଚିନ୍ତାର କାରଣ ପାଇଁ ହାଇଦ୍ରାବାଦର ପାଖାପାଖି ୭୯ ପ୍ରତିଶତ ଲୋକ ଅନିଦ୍ରା ରୋଗରେ ପୀଡିତ । ଏକ...

ଖବର ଓଡ଼ିଶା 27/03/2019
Khabar Odisha:health-food-for-dieting

ଏହି ୪ଟି ଖାଦ୍ୟ ଖାଇଲେ ବଢିବନାହିଁ ଓଜନ

ମୋଟାପଣ ଏକ ବଡ ସମସ୍ୟା ପାଲଟିଗଲାଣି । ସବୁ ବର୍ଗର ଲୋକ ଏହି ରୋଗ ପାଇଁ ଚିନ୍ତିତ ରହିଛନ୍ତି । ଏହି ସ୍ଥିତିରେ ଖାଇବା ପିଇବା କରିବା ଗମ୍ଭୀର ବିଷୟ ପାଲଟିଯାଇଛି । କିଛି ଲୋକ ଭାବନ୍ତି କି କାମ ଖାଇବା ଦ୍ୱାରା ଓଜନ କମ ହୋଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭାବରେ ଭୁଲ ଅଟେ । ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଭୋକ କମ ହେବା ସହ ପେଟ କି ଓଜନ ବଢିବନାହିଁ । ।

ଖବର ଓଡ଼ିଶା 26/03/2019
Khabar Odisha:health-odisha-benefit-of-onion

ଖାଇବା ସମୟରେ ଖାଆନ୍ତୁ ପିଆଜ, କ୍ୟାନସର, ହୃଦଘାତ ଭଳି ମାରାତ୍ମକ ରୋଗରୁ ପାଇବେ ମୁକ୍ତି

ଖାଦ୍ୟ ଖାଇବା ସମୟରେ ପିଆଜ ଖାଇବା ଲାଭ ଦାୟକ ହୋଇଥାଏ । କଂଚା ପିଆଜ ଖାଇବା ଦ୍ୱାରା କିଛି ବି ରୋଗ ହୋଇନଥାଏ । ଏବେ କଂଚା ପିଆଜର ଔ୍ୟଷଧୀୟ ଗୁଣର ଖୁଲାସା ହୋଇଛି । ପିଆଜ ...

ଖବର ଓଡ଼ିଶା 24/03/2019
Khabar Odisha:health-odisha-world-tb-day

World T.B. day: ଯକ୍ଷ୍ମାରେ ଭାରତରେ ପ୍ରତିବର୍ଷ ମୃତ୍ୟୁବରଣ କରନ୍ତି ୪ଲକ୍ଷ ଲୋକ

ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ତଥ୍ୟାନୁସାରେ ୨୦୧୮ରେ ଯକ୍ଷ୍ମା ରୋଗରେ ୮୩ ହଜାର ରୋଗୀ ପୀଡିତ ହୋଇଛନ୍ତି । ଏଥିରେ ୮୮ ପ୍ରତିଶତ ରୋଗୀଙ୍କ ଚିକିତ୍ସା ନିଦ୍ଧାରିତ ସମୟ ମଧ୍ୟରେ ହୋଇପାରିଛି । ୨,୭୩୩ ରୋଗୀଙ୍କୁ ଯକ୍ଷ୍ମା ପ୍ରତିରୋଧକ ଔଷଧ ଦିଆଯାଇଥିଲା ।

ଖବର ଓଡ଼ିଶା 24/03/2019
Khabar Odisha:health-odisha-holi-safety-tips

ହୋଲିରେ ରୁହନ୍ତୁ ସତର୍କ, ଶରୀର ଉପରେ ଧ୍ୟାନ ଦିଅନ୍ତୁ

ହୋଲିର ପର୍ବକୁ ସମସ୍ତେ ଅପେକ୍ଷା କରିଥାନ୍ତି । ଏହାକୁ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ଥାନ୍ତି । ହୋଲି ପାଇଁ ଅନେକ ପ୍ରସ୍ତୁତି ମଧ୍ୟ କରିଥାନ୍ତି । କିଏ ମିଠା ପ୍ରସ୍ତୁତ କରିବାରେ ଲାଗିଥାଏ ତ କିଏ ରଙ୍ଗ କିଣିବାରେ ବ୍ୟସ୍ତ ଥାଏ । ଲୋକମାନେ ହୋଲିକୁ ରଙ୍ଗମୟ କରିବା ପାଇଁ ଅନେକ ପ୍ରସ୍ତୁତି ମଧ୍ୟ କରିଥାନ୍ତି । କିନ୍ତୁ ଏ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଭିତରେ ନିଜର ଶରୀର କଥା ସଂପୂର୍ଣ୍ଣ ଭାବରେ ଭୁଲିଯାଇଥାନ୍ତି । ଏହି ସମୟରେ ଅନେକ ରୋଗ ଦେଖାଯାଇଥାଏ । କିନ୍ତୁ ଏହି ସମୟରେ ଆପଣମାନେ କିପରି ରୋଗରୁ ବଚିଂପାରିବେ ସେ ସଂପର୍କରେ ଆମେ ଜଣାଇବୁ । ଯାହା ଦ୍ୱାରା ଆପଣମାନେ ଏହି ହୋଲିର ମଜା ନେଇପାରିବେ ଏବଂ ଫିଟ ରହିପାରିବେ ।

ଖବର ଓଡ଼ିଶା 19/03/2019
Khabar Odisha:health-odisha-dhania-may-loss-weight

ଓଜନ ହ୍ରାସ କରିବାରେ ସହାୟକ ହୁଏ ଧନିଆ

ମୋଟାପଣ ଏବଂ ଓଜନ ବଢିବା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଏବଂ ଏକ୍ସରସାଇଜର ସାହାରା ନେଇଥାନ୍ତି । ଜିମ୍ ଯାଇ ଏକ୍ସରସାଇଜ ଏବଂ ଡାଏଟିଙ୍ଗ କରିବା ଦ୍ୱାରା ମଧ୍ୟ ମୋଟାପଣ କମିନଥାଏ । ଆସନ୍ତୁ ଜାଣିବା ଘର ତିଆରି ଡ୍ରିଙ୍କିସ୍ ଯାହକୁ ପିଇବା ଦ୍ୱାରା ଆପଣଙ୍କ ଓଜନ କମିପାରିବ । ଆପଣ ଖାଇବା ସମୟରେ ଧନିଆ ସେବନ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ପାଇଥାଏ । ଏହା ଛଡା ଧନିଆ ଖାଇବା ଦ୍ୱାରା ପେଟର ଗ୍ୟାସ, ମଧୁମେହ ରୋଗରୁ ମୁକ୍ତି ମିଳିଥାଏ ।

ଖବର ଓଡ଼ିଶା 18/03/2019
Khabar Odisha:health-world-kidney-day-today

ଆସନ୍ତୁ ଜାଣିବା କିଡନୀ ଖରାପ ହେବାର ଲକ୍ଷଣ

କିଡନୀ ବା ବୃକକ୍ ଆମ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହା ଆମ ଶରୀରର ଦୂଷିତ ପଦାର୍ଥକୁ ବାହାର କରିଥାଏ । ଯଦି କିଡନୀରେ କିଛି ଅସୁବିଧା ହୁଏ ତ ହାନିକାରକ ପଦାର୍ଥ ଶରୀରରୁ ବାହାରି ପାରେ ନାହିଁ । ଏହା ସିଧା ଆମର ଲିଭର ଉପରେ ପ୍ରଭାବ ପକାଇଥାଏ । ଆଜିକାଲି ଲୋକମାନେ ବେଶି ମାତ୍ରାରେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆଜି ଜାଣିବା କିଡନୀ ଖରାପ ହେବାର ଲକ୍ଷଣ ।

ଖବର ଓଡ଼ିଶା 13/03/2019
Khabar Odisha:national-health-cancer-medicine-price-down

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ହ୍ରାସ ପାଇଲା କ୍ୟାନସର ମେଡିସିନର ମୂଲ୍ୟ

ଦେଶର ୨୨ ଲକ୍ଷରୁ ଅଧିକ କ୍ୟାନସର ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ପୁଣି ଥରେ ଏକ ବଡ ରିହାତି ଘୋଷଣା କରିଛନ୍ତି । ଏଣିକି କ୍ୟାନସର ରୋଗୀଙ୍କ ପାଇଁ ଆସିଛି ଖୁସି ଖବର । କ୍ୟାନସର ପାଇଁ ମେଡିସିନର ମୂଲ୍ୟ ଏତେ ଅଧିକ ଯେ ରୋଗୀର ମୂଳଦୁଆ ଭାଙ୍ଗିଦେଇଥାଏ । ସେଥିପାଇଁ ସରକାର ୩୯୦ଟି କ୍ୟାନସର ମେଡିସିନର ମୂଲ୍ୟକୁ ନିୟନ୍ତ୍ରଣ କରି ଏହାର ଦାମକୁ ହ୍ରାସ କରିଛନ୍ତି । ଏବେ ଏହି ମେଡିସିନ ୮୭ ପ୍ରତିଶତ କମ ଦାମରେ ଉପଲବ୍ଧ ହେବ ।

ଖବର ଓଡ଼ିଶା 09/03/2019
Khabar Odisha:Medical-Science-Odisha-london-patient-offers-hope-of-cure-of-hiv-aids

ମିଳିଗଲା ଏଡ୍‌ସରୁ ମୁକ୍ତି ପାଇବାର ଉପାୟ, ଚିକିତ୍ସା ହୋଇ ସୁସ୍ଥ ହେଲେ ରୋଗୀ

ବିଶ୍ୱ ଇତିହାସରେ ଏହା ଦ୍ୱିତୀୟ ଥରପାଇଁ ସମ୍ଭବ ହୋଇପାରିଛି କି, ଜଣେ ଐଓଠ କବଳରୁ ସମ୍ପୂର୍ଣ୍ଣ ଭାବେ...

ଖବର ଓଡ଼ିଶା 06/03/2019
Khabar Odisha:Heath-Swine-flu-Seven-new-cases-of-swine-flu-in-Lucknow-tally-touches-111

ଉତ୍ତରପ୍ରଦେଶ: ଲଖନଉରେ ସ୍ୱାଇନଫ୍ଲୁ ଆତଙ୍କ, ୧୧୧ ରୋଗୀ ଚିହ୍ନଟ

ଏଚୱାନଏନୱାନ ସଂକ୍ରମିତ ୭ ଜଣ ରୋଗୀ ପୁଣି ଥରେ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶର ରାଜଧାନୀ ଲଖନଉରେ ୨୦୧୯ ଜାନୁଆରୀ ଠାରୁ ଏଯାଏଁ ୧୧୧ ଜଣ ରୋଗୀ ସ୍ୱାଇନ ଫ୍ଲୁ ରୋଗ...

ଖବର ଓଡ଼ିଶା 17/02/2019
Khabar Odisha:health-national-soul-is-effective-mithri-such-kare-saven

ଥଣ୍ଡା କାଶରୁ ମୁକ୍ତି ଦିଏ ମିଶିରି, ଆସନ୍ତୁ ଜାଣିବା ଏହାର ବ୍ୟବହାର

ପୃଷ୍ଟି ବୈଜ୍ଞାନୀକଙ୍କ ମତରେ ଛୋଟ-ଛୋଟ ରୋଗ ପାଇଁ ସବୁବେଳେ ଔଷଧ ଖାଇବା ଭଲ ନୁହେଁ । ଘରୋଇ ଉପଚାର କରିବା ମଧ୍ୟ ଦେହ ପାଇଁ ହିତକର ଅଟେ । କାଶ-ଥଣ୍ଡା ପାଇଁ ଓ ତଂଟି ରୋଗ ସଂକ୍ରମଣ ପାଇଁ ମିଶିରି ବେଶ ଭଲ ଅଟେ ।

ଖବର ଓଡ଼ିଶା 03/02/2019
Khabar Odisha:health-odisha-if-you-want-to-increase-the-hunger-then-adopt-these-home-remedies

ଭୋକ ବଢାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଯଦି ଆମେ ଖାଇବା ପିଇବା ଉପରେ କଥା ହେବା ତେବେ କିଛି ଲୋକ ଖାଇବାକୁ ଦେଖି ଦେଲେ ତାଙ୍କ ପେଟ ପୂରିଯାଏ । କେତେକ ଲୋକ ଖାଇବା କଥାରେ ନାକ ଟେକନ୍ତି । ଯଦି ଆପଣ ଏହି ଚିନ୍ତାରେ ଅଛନ୍ତି ତେବେ ଆପଣାନ୍ତୁ କିଛି ଘରୋଇ ଉପାୟ, ଯାହା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆସନ୍ତୁ ଜାଣିବା ଏହା ବିଷୟରେ:-

ଖବର ଓଡ଼ିଶା 02/02/2019
Khabar Odisha:health-odisha-learn-drinking-water-in-copper-vessels-will-not-cause-these-diseases

ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଏହି ରୋଗ ହୋଇନଥାଏ

ଶରୀର ପାଇଁ ଜଳ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ତମ୍ବା ପାତ୍ରରେ ଥିବା ପାଣିକୁ ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । କାହିକି ନାଁ ତମ୍ବାରେ ଆଟିଂ- ଇନଫ୍ଲାମେଟୋରୀ ଗୁଣ ଥାଏ, ଯାହା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ପାଚନତନ୍ତ୍ର ଭଲ ହୋଇଥାଏ । ରାତିରେ ତମ୍ବା ପ।।ତ୍ରରେ ପାଣି ରଖି ସକାଳେ ଏହାକୁ ପିଇଲେ ପାଚନତନ୍ତ୍ର ପ୍ରକ୍ରିୟା ଭଲ ହୋଇଥାଏ । ଆସନ୍ତୁ ଜାଣିବା ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ହେଉଥିବା ଲାଭ:-

ଖବର ଓଡ଼ିଶା 30/01/2019
Khabar Odisha:health-odisha-daily-consumption-of-broccoli-benefits

ଜାଣନ୍ତୁ ବ୍ରୋକୋଲିର ଔଷଧୀୟ ଗୁଣ

ଫୁଲକୋବି ପରି ଦେଖାଯାଉଥିବା ସବୁଜ ରଙ୍ଗର କୋବିକୁ ବ୍ରୋକୋଲି କୁହାଯାଏ । ଏଥିରେ ପ୍ରୋଟିନ, କ୍ୟାଲସିୟମ, କାର୍ବୋହାଇଡ୍ରେଟ, ଆଇରନ, ଭିଟାମିନ ଏ, ସି ଓ ଅନେକ ପୃଷ୍ଟିକର ଜିନିଷ ଭରପୁର ଥାଏ । ଜିମ୍ ଯାଉଥିବା ଲୋକଙ୍କୁ ବ୍ରୋକୋଲି ଖାଇବାକୁ କୁହାଯାଏ । ସବୁ ବୟସର ଲୋକଙ୍କ ପାଇଁ ବ୍ରୋକୋଲି ବେଶ ଲାଭଦାୟକ ଅଟେ । ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ବିଷୟରେ:-

ଖବର ଓଡ଼ିଶା 29/01/2019
Khabar Odisha:national-odisha-with-the-help-of-these-drugs-you-can-easily-increase-your-weight

ଏହି ସବୁ ଔଷଧ ଦ୍ୱାରା ବଢାନ୍ତୁ ନିଜ ଓଜନ

କିଛି ଲୋକ ନିଜ ପତଳାପଣ ଯୋଗୁଁ ଚିନ୍ତାରେ ଥାଆନ୍ତି । ଆବଶ୍ୟକ ଠାରୁ କମ୍ ଓଜନ ଥିଲେ ଏହା ଶରୀର ପାଇଁ ହାନିକାରକ ହୋଇଥାଏ । କିଛି ଜଡିବୁଟି ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ଶରୀରକୁ ସୁସ୍ଥ ରଖିବାରେ ଜଡିବୁଟି ବେଶ ଲାଭଦାୟକ ଅଟେ । ଜଡିବୁଟି ଖାଇବା ଦ୍ୱାରା ଶରୀରରେ ଏହାର କୌଣସି ସାଇଡ୍ ଇଫେକ୍ଟ ହୋଇ ନଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ:-

ଖବର ଓଡ଼ିଶା 27/01/2019
Khabar Odisha:health-odisha-5-day-potato-diet-will-help-you-lose-weight

୫ ଦିନ ଯାଏଁ ଆଳୁ ଖାଆନ୍ତୁ ଓ ଓଜନ କମାନ୍ତୁ

ପ୍ରାୟତଃ ଆପଣମାନେ ଶୁଣିଥିବେ ଯେ ପତଳା ହେବା ପାଇଁ ପ୍ରଥମେ କାର୍ବୋହାଇଡ୍ରେଟ୍ ଠାରୁ ଦୂରରେ ରହିବାକୁ ପଡିବ କିମ୍ବା କମ୍ ମାତ୍ରାରେ ଏହା ଖାଇବାକୁ ପଡିବ । ଓଜନ କମାଇବା ସମୟରେ ପ୍ରାୟତଃ ଲୋକ ମାନେ ଆଳୁ ଠାରୁ ଦୂରେଇ ଯାଆନ୍ତି । ଆଜି ଆପଣଙ୍କୁ ଏକ ଖାସ୍ ପଟାଟୋ ଡାଏଟ୍ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ ୫ ଦିନ ଯାଏଁ କେବଳ ଆଳୁ ଖାଇବାକୁ ପଡିବ । ଏଥିରେ ଆପଣଙ୍କ ଓଜନ ବହୁତ କମିଯିବ ।

ଖବର ଓଡ଼ିଶା 24/01/2019
Khabar Odisha:health-odisha-benefits-of-curd

ପ୍ରତିଦିନ ଦହି ଖାଆନ୍ତୁ , ସୁସ୍ଥ ରୁହନ୍ତୁ

ଦହି ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ଅଟେ । ଦହିରେ ରାସାୟ୍ନିକ ପଦାର୍ଥ ଥାଏ । ଯେଉଁ ମାନଙ୍କର ପେଟ ଜନିତ ସମସ୍ୟା ଯେପରି ବଦହଜମୀ, କୋଷ୍ଠ କାଠିନ୍ୟ. ଗ୍ୟାସ ଜନିତ ରୋଗ ପାଇଁ ଦହିରୁ ତିଆରି ଲସି, ବଟର ମିଲ୍କ ଆଦି ପିଇବା ଦ୍ୱାରା ପେଟକୁ ଥଣ୍ଡା ମିଳିଥାଏ । ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଲାଭ:-

ଖବର ଓଡ଼ିଶା 23/01/2019
Khabar Odisha:health-national-odisha-after-capping-trade-margin-charges-50-cancer-and-other-drugs-get-cheaper

କ୍ୟାନସର ଭଳି ଦୂରାରୋଗ୍ୟର ୫୦ଟି ଔଷଧ ହେବ ଶସ୍ତା, କେନ୍ଦ୍ର ସରକାର ନେଲେ ନିଷ୍ପତି

ଗୁରୁତ୍ୱପୂର୍ଣ୍ଣ ଔଷଧ ଗୁଡିକରୁ ମିଳୁଥିବା ଲାଭକୁ ଶେଷ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛି । କ୍ୟାନସର ଓ ଅନ୍ୟ ଦୁର୍ଲଭ ରୋଗର ୫୦ରୁ ଉର୍ଦ୍ଧ ଔଷଧ ଗୁଡିକ ଉପରେ ନିଆଯାଉଥିବା ଲାଭକୁ ନିର୍ଦ୍ଧାରିତ କରାଯିବ । ଔଷଧ ଗୁଡିକୁ ବିକ୍ରେତା ଓ ପାଇକାରୀ ବେପାରୀ ଦ୍ୱାରା ୨୫-୩୦% ଦରରେ ଅଣାଯାଇଥାଏ, ଯାହା ଫଳରେ ଓøଷଧର ମୂଲ୍ୟ ବୃଦ୍ଧି ହୋଇଯାଇଥାଏ । ଯାହାକୁ ବର୍ତମାନ ମୂଲ୍ୟ ବିନିମୟରେ ଛାଡ କରାଯାଇଛି । ଏନେଇ ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି ।

23/01/2019
First Previous
1 2 3 4 5 6 7 8 9 10
Next Last Page 1 of 10