Home > ସ୍ୱାସ୍ଥ୍ୟ
ମିଳିଗଲା ଏଡ୍‌ସରୁ ମୁକ୍ତି ପାଇବାର ଉପାୟ, ଚିକିତ୍ସା ହୋଇ ସୁସ୍ଥ ହେଲେ ରୋଗୀ
Khabar Odisha:Medical-Science-Odisha-london-patient-offers-hope-of-cure-of-hiv-aids
ଲଣ୍ଡନ, ମାର୍ଚ୍ଚ ୦୬(ଖବର ଓଡିଶା):

ବିଶ୍ୱ ଇତିହାସରେ ଏହା ଦ୍ୱିତୀୟ ଥରପାଇଁ ସମ୍ଭବ ହୋଇପାରିଛି ଯେ, ଜଣେ ଏଡ୍‌ସ କବଳରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରିଛି । ଡାକ୍ତରଙ୍କ ଏହି ସଫଳତା ପରେ ସାରା ବିଶ୍ୱରୁ ଏଡ୍‌ସକୁ ସମ୍ପୂର୍ଣ୍ଣ ଭାବେ ବିନାଶ କରିବାର ଆଶା ଦେଖା ଦେଇଛି । 

ନିକଟରେ ଲଣ୍ଡନରେ ରହୁଥିବା ଜଣେ ଏଡ୍‌ସ ଆକ୍ରାନ୍ତ, ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ ପରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ଦ୍ୱିତୀୟଥର ପାଇଁ ସମ୍ଭବ ହୋଇପାରିଛି ଯେ, ଡାକ୍ତର କୌଣସି ଏଡ୍‌ସ ଆକ୍ରାନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ଠିକ୍ କରିବାରେ ସଫଳତା ହାସଲ କରିପାରିଛନ୍ତି । 

ଏହା ପୂର୍ବରୁ ବର୍ଲିନର ଜଣେ ଆକ୍ରାନ୍ତ ଟିମୋଥି ବ୍ରାଉନ ପ୍ରଥମଥର ପାଇଁ ଏଡ୍‌ସରୁ ମୁକ୍ତି ପାଇଥିଲେ । ତାଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହା କହିବା ଟିକ୍ ହେବ ନାହିଁ କି , ଏଡ୍‌ସରୁ ମୁକ୍ତି ପାଇବା ପାଇଁ ଉପାୟ ମିଳିଯାଇଛି, କିନ୍ତୁ ଏହି ଦିଗରେ ଏହା ନିଶ୍ଚିତ ରୂପରେ ଏକ ବଡ ସଫଳତା ବୋଲି କୁହାଯାଇପାରେ ।