Home > ସ୍ୱାସ୍ଥ୍ୟ
ନୂଆ ପ୍ରୟାସ: “ପ୍ରୋଫେସର ଆୟୁଷ୍ମାନ” ସାହାଯ୍ୟରେ ଘରୋଇ ଚିକିତ୍ସା ଶିଖାଇବେ ସରକାର
Khabar Odisha:National-news--Ayush-Ministry-Will-Teach-Ayurveda-Treatment-Through-Professor-Ayushman-Comic-Book-To-Treat-Children
ନୂଆଦିଲ୍ଲୀ,ସେପ୍ଟେମ୍ବର 25(ଖବର ଓଡ଼ିଶା):

ଶକ୍ତିମାନ ହେଉ ଅବା ଛୋଟା ଭୀମ ଛୋଟ ପିଲାଙ୍କ ମଧ୍ୟରେ କାର୍ଟୁନ ଚରିତ୍ର ବେଶ ଲୋକପ୍ରୀୟ ହୋଇଥାଏ । ଏହି କାରଣରୁ ଆୟୁଷ ମନ୍ତ୍ରାଳୟ ଦେଶୀ ଚିକିତ୍ସାର ପ୍ରଚାର କରିବା ପାଇଁ ଏବେ କାର୍ଟୁନ ଚରିତ୍ରର ସାହାଯ୍ୟ ନେଇଛି । ମନ୍ତ୍ରାଳୟ ପ୍ରୋଫେସର ଆୟୁଷ୍ମାନ ନାମକ ଏକ କାର୍ଟୁନ ଚିରିତ୍ରର ବହି ପ୍ରକାଶିତ କରିଛି, ଯେଉଁଥିରେ ବିଭିନ୍ନ ରୋଗରୁ ବଞ୍ଚିବା ପାଇଁ ଘରୋଇ ଉପକରଣର ବ୍ୟବହାରକୁ ମନୋରଞ୍ଜନ ଶୈଳୀରେ ପ୍ରକାଶ କରାଯାଇଛି । ପିଲାଙ୍କୁ ନଜରରେ ରଖି ପୁସ୍ତକ ଗୁଡିକୁ ପ୍ରକାଶିତ କରାଯାଇଛି । ପ୍ରାରମ୍ଭିକ ସ୍ତରରେ ଇଂଗ୍ରାଜୀ ଭାଷାରେ ପ୍ରକାଶିତ କରାଯାଇଛି, କିନ୍ତୁ ଶୀଘ୍ର ଏହି ବହିକୁ ହିନ୍ଦୀ ସହ ଅନ୍ୟ ଆଠଟି ଭାଷାରେ ପ୍ରକାଶିତ କରାଯିବ । 

ପିଲାଙ୍କ ମଧ୍ୟରେ ବିରକ୍ତିଭାବ, ଭୋକ ନ ଲାଗିବା, ପାଠ ପଢାରେ ଧ୍ୟାନ ଲାଗିବା, ବାରମ୍ୱାର ଧ୍ୟାନ ଭାଙ୍ଗହେବା ପରି ସମସ୍ୟା ଦେଖିବାକୁ ମିଳିଥାଏ । ପରୀକ୍ଷା ସମୟରେ ଅଧିକ ଚାପ ମଧ୍ୟ ପିଲଙ୍କ ପାଇଁ ବଡ ସମସ୍ୟା ହୋଇଥାଏ । ପ୍ରୋଫେସର ଆୟୁଷ୍ମାନ ଏହି ପୁସ୍ତକରେ ପିଲାଙ୍କ ସହ ଏହି ସମସ୍ତ ସମସ୍ୟା ଉପରରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିବ । ସେ ଏହି ସମସ୍ୟା ଗୁଡିକୁ ଦୂର କରିବା ପାଇଁ ଘରୋଇ ଉପାୟ ମଧ୍ୟ ରହିବେ । ଏହି କାରଣରୁ ପୁସ୍ତକରେ ଏଲୋଭିରା , ତୁଳସୀ, ଅଁଳା, ନୀମ, ଅଶ୍ୱଗନ୍ଧା, ଆଦି ଗଛ ବିଷୟରେ ଉଲ୍ଲେଖ କରାଯାଇଛି ।