Home > ସ୍ୱାସ୍ଥ୍ୟ
ବିନା ଔଷଧରେ ଭଲ ହେବ ବୟସ୍କ ବ୍ୟକ୍ତିଙ୍କ ଡାଇବେଟିସ୍‌, ଏମ୍ସ ବାହାର କଲା ଲେଜର୍‌ ପଦ୍ଧତି
Khabar Odisha:aiims-will-cure-the-pain-of-elderly-diabetes-people-by-laser-technique
ନୂଆଦିଲ୍ଲୀ, ଅଗଷ୍ଟ ୨୪ (ଖବର ଓଡ଼ିଶା):

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍‌ସ) ମଧୁମେହ ରୋଗୀଙ୍କ ଉପଚାର ପାଇଁ ଏକ ନୂତନ ଚିକିତ୍ସା ପଦ୍ଧତି ଆବିଷ୍କାର କରିଛି । ମଧୁମେହ ରୋଗରେ ପୀଡ଼ିତ ଥିବା ବୟସ୍କ ଲୋକଙ୍କର ଲେଜର ଚିକିତ୍ସା ପଦ୍ଧତିରେ ଭଲ କରିବାକୁ ଉପାୟ ବାହାର କରିଛନ୍ତି ଏମ୍ସର ଜେରିଲଟ୍ରିକ୍‌ ବିଭାଗର ଡାକ୍ତରମାନେ । ୪୦ ଜଣ ବରିଷ୍ଠ ମଧୁମେହ ରୋଗୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଅଧ୍ୟୟନ କରି ଏହି ଚିକିତ୍ସା ପଦ୍ଧତି ବାହାର କରିଛନ୍ତି ।

ଦେଶରେ ବଢ଼ୁଥିବା ମଧୁମେହ ରୋଗୀକୁ ଅନୁମାନ କଲେ ଆସନ୍ତା ୨୦୨୫ ସୁଦ୍ଧା ଏହା ୭୦ ମିଲିୟନ ଓ ୨୦୩୦ ସୁଦ୍ଧା ୮୦ ମିଲିୟନରେ ପହଁଚିଥିବ । ଅନିୟନ୍ତ୍ରିତ ମଧୁମେହ ଓ ପାଦରେ ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ବିନା କୌଣସି ଔଷଧ କିମ୍ବା ଅସ୍ତ୍ରୋପଚାରରେ କିଭଳି ଏହା ନିୟନ୍ତ୍ରଣ କରାଯାଇପାରିବ ତାହାର ଉପାୟ ବାହର କରିଛନ୍ତି ଏମ୍ସ ଡାକ୍ତର । ଅଧ୍ୟୟନ ପରେ ଡାକ୍ତରମାନେ କହିଛନ୍ତି ଡିପ୍‌ ଟିସ୍ୟୁ ଲେଜର୍‌ ଟେକ୍ନିକ୍‌ ବା ଡିଟିଏଲ୍‌ଟି ପଦ୍ଧତିରେ ଏହି ରୋଗ ଦୂର କରାଯାଇ ପାରିବ ।

୨୦୧୬ ଅପ୍ରେଲ ରୁ ୨୦୧୭ ଅପ୍ରେଲ ମଧ୍ୟରେ ଏମ୍ସକୁ ଆସିଥିବା ୪୦ ଜଣ ବୃଦ୍ଧ ମଧୁମେୟ ରୋଗୀଙ୍କ ଉପରେ ଅଧ୍ୟୟନ କରାଯାଇଥିବା ଏମ୍ସର ଡାକ୍ତର ପ୍ରସୁନ ଚାଟାର୍ଜୀ କହିଛନ୍ତି । ସେମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ଗୋଟିଏ ଦଳଙ୍କ ଉପରେ ଡିଟିଏଲ୍‌ଟି ପଦ୍ଧତିରେ ଚିକିତ୍ସା କରାଗଲା । ଅନ୍ୟ ଏକ ଦଳଙ୍କୁ ସେମ୍‌ ଲେଜର୍‌ ଥେରାପୀ ବା ଏସ୍‌ଏଲ୍‌ଟି ଦିଆଗଲା । ପ୍ରାୟ ୧୨ ସପ୍ତାହ ପରେ ଡିଟିଏଲ୍‌ଟି ପଦ୍ଧତିରେ ଚିକିତ୍ସା କରାଯାଇଥିବା ରୋଗୀଙ୍କର ପାଦର ଯନ୍ତ୍ରଣା କମିଗଲା । ଅନିୟନ୍ତ୍ରିତ ମଧୁମେୟ ଯୋଗୁଁ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଡିଟିଏଲ୍‌ଟି ପଦ୍ଧତିରେ ପାଦର ମାଂସପେଶୀରେ ଲେଜର୍‌ ଲାଇଟ୍‌ ପକାଇ ଚିକିତ୍ସା କରାଯାଇଥାଏ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବାରୁ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ଚିକିତ୍ସା ଅଧିକ ଲାଭ ଦାୟକ ବୋଲି  ଡ. ବିଜୟ ଗୁର୍ଜର କହିଛନ୍ତି । 

  • Tags: