Home > ସ୍ୱାସ୍ଥ୍ୟ
କରୋନା ଭାଇରସକୁ ନେଇ ଏସସିବିର ପ୍ରସ୍ତୁତିରେ ସନ୍ତୋଷପ୍ରକାଶ କଲେ କେନ୍ଦ୍ରୀୟ ଅନୁଧ୍ୟାନ ଟିମ
Khabar Odisha:central-medical-team-visit-SCB-medical-for-the-Corona-virus
କଟକ, ଫେବୃଆରୀ ୦୬( ଖବର ଓଡ଼ିଶା):

କରୋନାକୁ ଭୂତାଣୁକୁ ନେଇ ଏସସିବି ମେଡିକାଲରେ ସେଣ୍ଟ୍ରାଲ ଟିମ୍ । ଏସସିବି ମେଡିକାଲ ଗସ୍ତ କରି ଅନୁଧ୍ୟାନ କରିଲେ ସମସ୍ତ ବ୍ୟବସ୍ଥା । କରୋନା ଭାଇରସ ପାଇଁ ଏସସିବିରେ ହୋିଥିବା ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସେଣ୍ଟ୍ରାଲ ଟିମ୍ ସଦସ୍ୟଙ୍କ ସୂଚନା ।

କୋରୋନା ଭୂତାଣୁକୁ ଅସସିବି ମେଡିକାଲରେ ଭଲ ପ୍ରସ୍ତୁତି କରାଯାଇଛି, ମେଡିକାଲ୍ ର ପ୍ରସ୍ତୁତି କୁ ନେଇ ମଧ୍ୟ ସନ୍ତୁଷ୍ଟି ଜାହିର କରିଲା କମିଟି ।

ତେବେ ମେଡ଼ିକାଲର ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଖୁବ୍ ଶୀଘ୍ର ରିପୋର୍ଟ ଦିଆଯିବ ।

କ୍ୟାପିଟାଲ ହସ୍ପିଟାଲ ଓ ଭୁବନେଶ୍ୱର ବିମାନବନ୍ଦର ପରିଦର୍ଶନ କରିବା ପରେ ଏସସିବି ମେଡିକାଲ ଗ୍ରସ୍ତ କରିଥିଲା ଟିମ । ମେଡିକାଲ୍ ର କୋରୋନା ୱାର୍ଡ ବୁଲିବା ସହିତ ୯ ଜଣିଆ ଡାକ୍ତର ଟିମ ସହିତ କରିଲେ ଆଲୋଚନା । ୱାର୍ଡ ରେ ଆଉ କିଛି ବ୍ୟବସ୍ତା ଲାଗି ମେଡିକାଲ୍ କର୍ତ୍ତୃପକ୍ଷ ଙ୍କୁ ଦେଲେ ପରାମର୍ଶ । ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ ସେଣ୍ଟ୍ରାଲ ଟିମ ସଦସ୍ୟ ଶିଖା ବର୍ଦ୍ଧନ ।