Home > ସ୍ୱାସ୍ଥ୍ୟ
ଜାଣନ୍ତୁ ବ୍ରୋକୋଲିର ଔଷଧୀୟ ଗୁଣ
Khabar Odisha:health-odisha-daily-consumption-of-broccoli-benefits
ଭୁବନେଶ୍ୱର, ଜାନୁଆରୀ ୨୯(ଖବର ଓଡିଶା):

ଫୁଲକୋବି ପରି ଦେଖାଯାଉଥିବା ସବୁଜ ରଙ୍ଗର କୋବିକୁ ବ୍ରୋକୋଲି କୁହାଯାଏ । ଏଥିରେ ପ୍ରୋଟିନ, କ୍ୟାଲସିୟମ, କାର୍ବୋହାଇଡ୍ରେଟ, ଆଇରନ, ଭିଟାମିନ ଏ, ସି ଓ ଅନେକ ପୃଷ୍ଟିକର ଜିନିଷ ଭରପୁର ଥାଏ । ଜିମ୍ ଯାଉଥିବା ଲୋକଙ୍କୁ ବ୍ରୋକୋଲି ଖାଇବାକୁ କୁହାଯାଏ । ସବୁ ବୟସର ଲୋକଙ୍କ ପାଇଁ ବ୍ରୋକୋଲି ବେଶ ଲାଭଦାୟକ ଅଟେ । ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ବିଷୟରେ:-

- ନିୟମିତ ବ୍ରୋକୋଲି ଖାଇବା ଦ୍ୱାରା ହୃଦ ଜନିତ ରୋଗ ହୋଇନଥାଏ । ବ୍ରୋକୋଲି ରକ୍ତକୁ ଗାଢା ହେବାରୁ ରୋକିଥାଏ ଓଏହା ଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମ୍ ଥାଏ । 

- ବ୍ରୋକୋଲିରେ କ୍ୟାନସରକୁ ରୋକିବା ଗୁଣ ଅଛି । ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ, ଏହି ପରିବାକୁ ଖାଇବା ଦ୍ୱାରା ବେକ, ମୁଣ୍ଡ ଓ ସ୍ତନ କ୍ୟାନସରର ସମ୍ଭାବନା କମ୍ ଥାଏ ।

- ଯଦି ଆପଣଙ୍କୁ  ରକ୍ତଚାପ ଅଛି, ତେବେ ପ୍ରତିଦିନ ଖାଦ୍ୟରେ ବ୍ରୋକୋଲି ଖାଇବା ଉଚିତ । ଏହା ଶରୀରରେ କୋଲେଷ୍ଟ୍ରାଲକୁ ନିୟନ୍ତ୍ରଣ ରଖିଥାଏ, ଯାହା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ ରହିଥାଏ ।

- ବ୍ରୋକୋଲିରେ ଥିବା ଔଷଧିୟ ଗୁଣ ଡାଇବେଟିଜକୁ ନିୟନ୍ତ୍ରଣ ରଖିଥାଏ ।

- ଅଲଜେମର ରୋଗୀ (ଭୁଲିଯିବା ରୋଗ) ବ୍ରୋକୋଲି ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ ।

- ଯଦି ଆପଶଙ୍କୁ ଭୋକ ହେଉନି ତା’ହେଲେ ବ୍ରୋକୋଲି ସୁପ୍ ପିଅନ୍ତୁ, ଭୋକ ଲାଗିବ । ନିୟମିତ ବ୍ରୋକୋଲି ସୁପ୍ ପିଇବା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହିଥାଏ ।

- ଗର୍ଭବତୀ ମହିଳାମାନେ ବ୍ରୋକୋଲି ଖାଇବା ଦ୍ୱାରା ଗର୍ଭରେ ଥିବା ଶିଶୁର ସ୍ମରଣ ଶକ୍ତି ବିକଶିତ ହୋଇଥାଏ ।

- ଏହା ଶରୀରର ଓଜନକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ ।

- ବ୍ରୋକୋଲି କେବଳ ଶରୀର ପାଇଁ ତାହା ନୁହେଁ ଏହା ତ୍ୱଚାକୁ ସୁନ୍ଦର ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ବ୍ରୋକୋଲିରେ ଥିବା ଆଂଟି ଅକ୍ସିଡାଂଟ ଓ ଭିଟାମିନ ସି ତ୍ୱଚାରେ ପଡୁଥିବା କୁଂଚନ ଓ ଦାଗକୁ ରୋକିବାରେ ସାହାଯ୍ୟ କରେ ।