Home > ସ୍ୱାସ୍ଥ୍ୟ
ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଏହି ରୋଗ ହୋଇନଥାଏ
Khabar Odisha:health-odisha-learn-drinking-water-in-copper-vessels-will-not-cause-these-diseases
ଭୁବନେଶ୍ୱର, ଜାନୁଆରୀ ୩୦(ଖବର ଓଡିଶା):

 

 ଶରୀର ପାଇଁ ଜଳ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ତମ୍ବା ପାତ୍ରରେ ଥିବା ପାଣିକୁ ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । କାହିକି ନାଁ ତମ୍ବାରେ ଆଟିଂ- ଇନଫ୍ଲାମେଟୋରୀ ଗୁଣ ଥାଏ, ଯାହା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ପାଚନତନ୍ତ୍ର ଭଲ ହୋଇଥାଏ । ରାତିରେ ତମ୍ବା ପ।।ତ୍ରରେ ପାଣି ରଖି ସକାଳେ ଏହାକୁ ପିଇଲେ ପାଚନତନ୍ତ୍ର ପ୍ରକ୍ରିୟା ଭଲ ହୋଇଥାଏ । ଆସନ୍ତୁ ଜାଣିବା ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ହେଉଥିବା ଲାଭ:- 

- ତମ୍ବା ଶରୀରରେ କପରର ଅଭାବକୁ ପୂରଣ କରିଥାଏ ଓ ରୋଗ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆଙ୍କ ଠାରୁ ସୁରକ୍ଷା ଦେଇଥାଏ । ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ତ୍ୱଚା ବହୁତ ଭଲ ରହିଥାଏ । ଏହା ତ୍ୱଚାକୁ ସୁନ୍ଦର ଓ ଚିକ୍କଣ ରଖିବାରେ ସାହାଯ୍ୟ କରିଥାଏ । 

- ପେଟ ଜନିତ ସମସ୍ତ ସମସ୍ୟା ପାଇଁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ବେଶ ଲାଭଦାୟକ ଅଟେ । ଖାଲି ପେଟରେ ଏହି ପାଣି ସକାଳେ ପିଇଲେ ପେଟ ଦରଜ, ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ହୋଇନଥାଏ । 

- ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ । ଏହା ଛଡା ତମ୍ବା ପାତ୍ରର ପାଣି ପିଇବା ଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମ୍ ଥାଏ । 

- ତମ୍ବା ପାତ୍ରର ପାଣି ସମ୍ପୂର୍ଣ୍ଣ ବିଶୁଦ୍ଧ ଅଟେ । ଏହା ଡାଇରିଆ, ପିଲିଆ ଓ ଅନ୍ୟ ପ୍ରକାର ରୋଗକୁ ବୃଦ୍ଧି କରୁଥିବା ବ୍ୟାକ୍ଟେରିଆକୁ ଶେଷ କରିଥାଏ ।