Home > ସ୍ୱାସ୍ଥ୍ୟ
World T.B. day: ଯକ୍ଷ୍ମାରେ ଭାରତରେ ପ୍ରତିବର୍ଷ ମୃତ୍ୟୁବରଣ କରନ୍ତି ୪ଲକ୍ଷ ଲୋକ
Khabar Odisha:health-odisha-world-tb-day
ନୂଆଦିଲ୍ଲୀ, ମାର୍ଚ୍ଚ ୨୪(ଖବର ଓଡିଶା) :

ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ତଥ୍ୟାନୁସାରେ ୨୦୧୮ରେ ଯକ୍ଷ୍ମା ରୋଗରେ ୮୩ ହଜାର ରୋଗୀ ପୀଡିତ ହୋଇଛନ୍ତି । ଏଥିରେ ୮୮ ପ୍ରତିଶତ ରୋଗୀଙ୍କ ଚିକିତ୍ସା ନିଦ୍ଧାରିତ ସମୟ ମଧ୍ୟରେ ହୋଇପାରିଛି । ୨,୭୩୩ ରୋଗୀଙ୍କୁ  ଯକ୍ଷ୍ମା ପ୍ରତିରୋଧକ ଔଷଧ ଦିଆଯାଇଥିଲା । 

ଜଣାଇ ଦିଆଯାଉଛି କି, ୮୩,୭୦୭ ମାମଲାରେ ପ୍ରାୟ ୪,୪୯୩ ଘଟଣାରେ ୫.୩ ପ୍ରତିଶତ ଛୋଟ ଛୁଆମାନେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ।  ୨୦୧୭ରେ ଭାରତରେ  ଯକ୍ଷ୍ମା ରୋଗରେ ୪,୨୧,୦୦୦ ରୋଗୀ ମୃତ୍ୟୁବରଣ କରିଥିଲେ । ଏହା ଲାଟେଷ୍ଟ ପ୍ୟାନେଲ ରିପୋର୍ଟରୁ ଜଣାଯାଇଛି । ଛୋଟ ପିଲାଙ୍କ ପାଖରେ ପ୍ରତିରୋଧକ ଶକ୍ତି କମ ଥିବାରୁ ଏହା ଘାତକ ହୋଇଥାଏ । ଆଜି ବିଶ୍ୱ ଯକ୍ଷ୍ମା ଦିବସରେ ଆମେ ଏହି ରୋଗ ସଂପର୍କରେ ଜଣାଇବୁ ।

ଲାଟେଷ୍ଟର ୨୦୧୭ ରିପୋର୍ଟ ଅନୁସାରେ, ମାଇକ୍ରୋବାକ୍ଟେରିୟା ଟିୁବରକ୍ୟୁଲୋସିସ ଜୀବାଣୁ କାରଣରୁ ଏହି ରୋଗ ହୋଇଥାଏ । ଭାରତରେ ଏହି ରୋଗରେ ୪,୨୧,୦୦୦ ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି ।  ଯକ୍ଷ୍ମା  ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଇବା ପାଇଁ ବାୟୁ ପ୍ରଦୁଷଣ ଉପରେ ନିୟନ୍ତ୍ରଣ କରାଯିବା ନିହାତି ଦରକାର । ଯକ୍ଷ୍ମା ରୋଗ ଫୁସଫୁସ ଉପରେ ପ୍ରଭାବ ପକାଇଥାଏ । ପବନ ଏବଂ ସଂକ୍ରମଣ ପାଇଁ ଏହି ରୋଗ ହୋଇଥାଏ । ଯକ୍ଷ୍ମା ରୋଗର କଣିକା ଦ୍ୱାରା ନ୍ୟୁକ୍ଲିଆଇ ଉତ୍ପନ୍ନ ହୋଇଥାଏ । ଯାହାଦ୍ୱାରା ବାୟୁ ମାଧ୍ୟମରେ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ । ଏହି କଣିକା କିଛି ସମୟ ମଧ୍ୟରେ ବାତାବରଣକୁ ନେଇ ସକ୍ରିୟ ହୋଇଯାଏ ।

କେନ୍ଦ୍ର ସରକାର ୨୦୨୫ ମସିହା ମଧ୍ୟରେ ଦେଶରେ  ଯକ୍ଷ୍ମା ରୋଗର ସଂପୂର୍ଣ୍ଣ ଭାବରେ ନିପାତ କରିବା ପାଇଁ ଲକ୍ଷ ରଖିଛନ୍ତି । ପୂର୍ବବର୍ଷ ସାରା ଦେଶରେ ୨୧ ଲକ୍ଷ ୫୬ ହଜାର ୩୨୧ ରୋଗୀଙ୍କ ପଞ୍ଜିକୃତ କରାଯାଇଥିଲା । ସବୁଠାରୁ ଅଧିକ ଆନ୍ଧ୍ରପ୍ରଦେଶରେ  ଯକ୍ଷ୍ମା ରୋଗର ମାମଲା ଦେଖାଯାଇଥିଲା । ଏହା ପରେ ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ସବୁଠାରୁ ଅଧିକ ଯକ୍ଷ୍ମା ରୋଗୀଙ୍କର ପଂଞ୍ଜିକୃତ କରାଯାଇଛି । ଏହି ରୋଗ କାରଣରୁ ଭାରତରେ ୪ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଛନ୍ତି । ୯୬ ପ୍ରତିଶତ ରାଗୀଙ୍କୁ ଏ ରୋଗ ସଂପର୍କରେ ଜଣାପଡେନାହିଁ  ଏବଂ ସେମାନେ ଏହାର ଚିକିତ୍ସା ମଧ୍ୟ କରନ୍ତି ନାହିଁ ।

  • Tags: