Home > ସ୍ୱାସ୍ଥ୍ୟ
ଆସନ୍ତୁ ଜାଣିବା କିଡନୀ ଖରାପ ହେବାର ଲକ୍ଷଣ
Khabar Odisha:health-world-kidney-day-today
ନୂଆଦିଲ୍ଲୀ, ମାର୍ଚ୍ଚ ୧୩(ଖବର ଓଡିଶା):

କିଡନୀ ବା ବୃକକ୍ ଆମ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହା ଆମ ଶରୀରର ଦୂଷିତ ପଦାର୍ଥକୁ ବାହାର କରିଥାଏ । ଯଦି କିଡନୀରେ କିଛି ଅସୁବିଧା ହୁଏ ତ ହାନିକାରକ ପଦାର୍ଥ ଶରୀରରୁ ବାହାରି ପାରେ ନାହିଁ । ଏହା ସିଧା ଆମର ଲିଭର ଉପରେ ପ୍ରଭାବ ପକାଇଥାଏ । ଆଜିକାଲି ଲୋକମାନେ ବେଶି ମାତ୍ରାରେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆଜି ଜାଣିବା କିଡନୀ ଖରାପ ହେବାର ଲକ୍ଷଣ ।

କିଡନୀ ଖରାପ ହେବା ପରେ ଶରୀରରେ ଥିବା ଦୂଷିତ ପଦାର୍ଥ ଜମା ହୋଇ ରହିଥାଏ । ହାତ ଏବଂ ଗୋଡ ଦରଜ ଲାଗିଥାଏ । ୟୁରିନରୁ ଆମେ କିଡନୀ ଖରାପ ହୋଇଛି ନା ନାହିଁ ଆମେ ଜାଣିପାରିବା । ୟୁରିନର ରଙ୍ଗ ଯଦି ଗାଢ କିମ୍ବା ରଙ୍ଗରେ ପରିବର୍ତନ ଆସେ ତେବେ ଏହା କିଡନୀ ଖରାପର ଲକ୍ଷଣ ହୋଇଥାଏ ।

ଯଦି ଆପଣଙ୍କ  ପେଟରେ ଦରଜ ହେଉଥାଏ, ତାହାଲେ ଏହା କିଡନୀ ରୋଗର ଲକ୍ଷଣ ଅଟେ । ଏହି ରୋଗରେ ଯଦି ପରିସ୍ରା ବାରମ୍ବାର ଲାଗୁଥାଏ ତେବେ ଏହା କିଡନୀ ଫେଲ ହବାର ଲକ୍ଷଣ ଅଟେ । ଯଦି ଆପଣଙ୍କର ପରିସ୍ରା ସମୟରେ ରକ୍ତ ବାହାରେ ତେବେ ଆପଣ ଜଲଦି ୟୁରିନଲୋଜିଷ୍ଟଙ୍କୁ ଦେଖାନ୍ତୁ ।

ଯଦି ଆପଣଙ୍କୁ ପରିସ୍ରା ସମୟରେ କଷ୍ଟ ଅନୁଭୁତ ହୁଏ ତେବେ ୟୁରିନ ଇଫେକସନ ହୋଇଛି ଏବଂ କିଡନୀ ଖରାପ ହେବାର ସମ୍ଭାବନା ରହିଛି । ଜଲଦି ଡାକ୍ତରଙ୍କ ସହ ଏ ସଂପର୍କରେ କଥା ହୁଅନ୍ତୁ । ଛୋଟମୋଟ କାମ କରିବା ପରେ ଯଦି ଥକ୍କା ଲାଗୁଛି ତେବେ କିଡନୀ ଖରାପ ହେବାର ସମ୍ଭାବନା ରହିଛି । କିଡନୀ କାମ ନକରିବାର କାରଣରୁ ଶରୀରରେ ଅକ୍ସିଜେନ କମ ହେବା ସହ ନିଶ୍ୱାସ ନେବାରେ ଅସୁବିଧା ହେଇଥାଏ । ଏହି ରୋଗ ହେବା ଦ୍ୱାରା ଆଖି ଦରଜ ହେବା ସହ ମୁଣ୍ଡ ଉପରେ ପ୍ରଭାବ ପଡିଥାଏ । କୈ÷ାଣସି କାମରେ ମନ ଲାଗେ ନାହିଁ ।

  • Tags: