Home > ସ୍ୱାସ୍ଥ୍ୟ
ଭାରତୀୟଙ୍କ ଉପରେ କାମ କରୁନାହିଁ ଏଣ୍ଟିବାୟୋଟିକ୍‌
Khabar Odisha:most-healthy-indians-resistant-to-common-antibiotics
ନୂଆଦିଲ୍ଲୀ, ଜୁନ୍‌ ୦୫ (ଖବର ଓଡ଼ିଶା):

ଭାରତୀୟଙ୍କ ଉପରେ ଏବେ ଏଣ୍ଟିବାୟୋଟିକ୍‌ ମେଡ଼ିସିନ୍‌ର କୌଣସି ପ୍ରଭାବ ପଡ଼ୁ ନାହିଁ । ପ୍ରତି ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରେ ୨ ଜଣଙ୍କ ଉପରେ ଏଣ୍ଟିବାୟୋଟିକ୍‌ ମେଡ଼ିସିନ୍‌ କାମ କରୁ ନାହିଁ । ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡ଼ିକାଳ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ଏକ ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି । ଅଧିକମାତ୍ରାରେ ଏଣ୍ଟିବାୟୋଟିକ୍‌ ବ୍ୟବହାର କରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡ଼ିଛି । 

ସର୍ଭେ ପାଇଁ ୨୦୭ଜଣଙ୍କର ମଳ ପରୀକ୍ଷା କରାଯାଇଥିଲା । ଏମାନେ ଏକ ମାସ ପର୍ଯ୍ୟନ୍ତ କିଛି ଏଣ୍ଟିବାୟୋଟିକ୍‌ ମେଡ଼ିସିନ୍‌ ସେବନ କରି ନ ଥିଲେ କିମ୍ବା ଏମାନଙ୍କର ସ୍ୱାସ୍ଥ୍ୟ ଖରାପ ମଧ୍ୟ ହୋଇ ନ ଥିଲା । ସେମାନଙ୍କ ମଧ୍ୟରୁ ୧୩୯ ଜଣଙ୍କ ଉପରେ ଏଣ୍ଟିବାୟୋଟିକ୍‌ର କୌଣସି ପ୍ରଭାବ ପଡ଼ି ନ ଥିଲା । ବହୁଳ ଭାବରେ ବ୍ୟବହାର ହେଉଥିବା ସେଫଲପୋରିନ୍ସ (୬୦%) ଓ ପ୍ଲୁଆରୋକ୍ୟିନୋଲୋନ୍ସ (୪୧.୫%) ମେଡ଼ିସିନ୍‌ ପ୍ରଭାବ ଦେଖିବାକୁ ମିଳି ନ ଥିଲା । ମାତ୍ର ୨ ପ୍ରତିଶତ ଲୋକଙ୍କ ଉପରେ ମେଡ଼ିସିନ୍‌ କାମ କରୁଥିଲା । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ସ୍ଥିତି, ଏହାକୁ ଗମ୍ଭୀର ଭାବରେ ନେବା ଉଚିତ ବୋଲି ପିଜିଆଇ ଚଣ୍ଡିଗଡ଼ ମାଇକ୍ରୋବାୟୋଲୋଜି ପ୍ରଫେସର୍‌ ପଲ୍ଲବ ରେ କହିଛନ୍ତି । ପ୍ରଚୁର ଭାବରେ ଏଣ୍ଟିବାୟୋଟିକ୍‌ ବ୍ୟବହାର କରିବା ଦ୍ୱାରା ଏହାର ଖରାପ ପ୍ରଭାବ ପଡ଼ିଥିବା ସର୍ଭେରୁ ସ୍ପଷ୍ଟ ହୋଇଥିବା ପ୍ରଫେସର୍‌ ରେ କହିଛନ୍ତି । ଏଥିରେ ସୁଧାର ନ ଆସିଲେ ସ୍ଥିତି ଆହୁରି ସଙ୍ଗୀନ ହେବ । ଯଦି ଏମାନେ କିଛି ସଂକ୍ରାମକ ରୋଗରେ ପୀଡ଼ୀତ ହୁଅନ୍ତି ତେବେ ଏମାନଙ୍କ ଚିକିତ୍ସା କରିବା ଜଟିଳ ହୋଇପଡ଼ିବ । 

ସାମାନ୍ୟ ରୋଗରେ ଏଣ୍ଟିବାୟୋଟିକ୍‌ ବ୍ୟବହାର କରିବା ଏହାର ଏକ ପ୍ରମୁଖ କାରଣ ଅଟେ । ଥଣ୍ଡା ସର୍ଦ୍ଦି ପାଇଁ ଏଣ୍ଟିବାୟୋଟିକ୍‌ ଖାଉଛନ୍ତି । ସେହିପରି କୃଷି କ୍ଷେତ୍ରରେ ପ୍ରୟୋଗ ହେଉଥିବା ଔଷଧ ମଧ୍ୟ ଏକ କାରଣ ଅଟେ । ସେହି ଉତ୍ପାଦନକୁ ଖାଇବା ଦ୍ୱାରା ଏଣ୍ଟିବାୟୋଟିକ୍‌ କାମ କରୁ ନାହିଁ ବୋଲି ସର୍ଭେରୁ ଜଣାପଡ଼ିଛି ।

  • Tags: