Home > ସ୍ୱାସ୍ଥ୍ୟ
ଏହି ସବୁ ଔଷଧ ଦ୍ୱାରା ବଢାନ୍ତୁ ନିଜ ଓଜନ
Khabar Odisha:national-odisha-with-the-help-of-these-drugs-you-can-easily-increase-your-weight
ଭୁବନେଶ୍ୱର, ଜାନୁଆରୀ ୨୭(ଖବର ଓଡିଶା):

 କିଛି ଲୋକ ନିଜ ପତଳାପଣ ଯୋଗୁଁ  ଚିନ୍ତାରେ ଥାଆନ୍ତି । ଆବଶ୍ୟକ ଠାରୁ କମ୍ ଓଜନ ଥିଲେ ଏହା ଶରୀର ପାଇଁ ହାନିକାରକ ହୋଇଥାଏ । କିଛି ଜଡିବୁଟି ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ଶରୀରକୁ ସୁସ୍ଥ ରଖିବାରେ ଜଡିବୁଟି ବେଶ ଲାଭଦାୟକ ଅଟେ । ଜଡିବୁଟି ଖାଇବା ଦ୍ୱାରା ଶରୀରରେ ଏହାର କୌଣସି ସାଇଡ୍ ଇଫେକ୍ଟ ହୋଇ ନଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ:-

- ଅଶ୍ୱଗନ୍ଧା:- ଏହା ରୋଗ-ପ୍ରତିରୋଧକ କ୍ଷମତାକୁ ବଢାଇଥାଏ । ଏହାକୁ ଖାଇବା ଦ୍ୱାରା ଭୋକ ପ୍ରବଳ ହୋଇଥାଏ ଓ ପାଚନକ୍ରିୟା ମଧ୍ୟ ଭଲ ହୋଇଥାଏ ।

- ସତ୍ୱରୀ :- ଏହା ଓଜନ ବଢାଇବାରେ ଲାଭଦାୟକ ଅଟେ । ଏହାକୁ ସେବନ କରିବା ଦ୍ୱାରା ପ୍ରଜନନ କରିବା ଅଙ୍ଗ ଓ ମାଂସପେଶୀ ମଜବୁତ ହୋଇଥାଏ । ଚମନପ୍ରାଶ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହା ଅନେକ ଜଡିବୁଟିର ମିଶ୍ରଣରେ ତିଆରି ହୋଇଥାଏ । ଏହାକୁ କ୍ଷୀର ସହିତ ସେବନ କରାଯାଏ ।

- ଅଦା:- ଅଦା ଖାଇବା ଦ୍ୱାରା ସହଜରେ ଆପଣ ଓଜନ ବଢାଇ ପାରିବେ । ଏହା ସହଜରେ ମଧ୍ୟ ମିଳିଥାଏ । ଏହା ପାଚନକ୍ରିୟାକୁ ଠିକ ରଖିଥାଏ । ଅଦା ଖାଇବା ଦ୍ୱାରା ରକ୍ତ ସଂଚାଳନ ମଧ୍ୟ ବଢିଥାଏ । ଶୁଖିଲା ଅଦାକୁ ଗୁଡ ସହିତ ମିଶାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଓ ଥଣ୍ଡା କମିଯାଇଥାଏ ।

- କେମୋମାଇଲ:- ଏହାକୁ ସେବନ କରିଲେ ଆପଣଙ୍କ ଓଜନ ସହଜରେ ବଢିଥାଏ । ଏହାକୁ ଖାଇବା ଦ୍ୱାରା ଭୋକ ହୋଇଥାଏ । ଏହା ପତଳା ଲୋକଙ୍କ ପାଇଁ ବହୁତ ଉପକାରୀ ଅଟେ ।