Home > ଅନ୍ତରାଷ୍ଟ୍ରୀୟ
ପାକ୍ ସେନା ମୁଖ୍ୟ କମର ଜାବେଦ ବାଜୱାଙ୍କ ଉପସ୍ଥିତିରେ ଚୀନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଇମରାନ
Khabar Odisha:
ଇସଲାମାବାଦ, ଅକ୍ଟୋବର ୦୯(ଖବର ଓଡ଼ିଶା):

ପାକିସ୍ତାନର ପ୍ରମୁଖ ଉଦ୍ୟେଗପତିଙ୍କ ସହ ଆର୍ଥିକ ସ୍ଥିତି ଅଟକଳ ନେଇ ଆର୍ମି ମୁଖ୍ୟ ଜେନେରାଲ କମର ଜାବେଦ ବାଜୱା ଏକ ବୈଠକରେ ଆଲୋଚନା କରିଥିଲେ । ଏହା ପରେ ବାଜୱାଙ୍କର ପାକିସ୍ତାନ ରାଜନୀତି ଉପରେ ଋଚି ବଢିବାରେ ଲାଗିଛି । ତେଣୁ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ ବେଇଜିଙ୍ଗ ଗସ୍ତରେ ବାଜୱା ଯାଇଥିବା ଜଣାପଡ଼ିଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ମଙ୍ଗଳବାର ଦିନ ବେଇଜିଙ୍ଗ ଗସ୍ତ କରି ମୁଖ୍ୟ ଚାଇନିଜ୍ ଲିଡରଙ୍କ ସହ ବୈଠକ କରିଥିଲେ । ଉକ୍ତ ବୈଠକରେ ଆର୍ମି ମୁଖ୍ୟ ଜେନେରାଲ କମର ଜାବେଦ ବାଜୱା ମଧ୍ୟ ଉପସ୍ଥିତ ଥିଲେ । ଏହା କମର ଜାବେଦ ବାଜୱାଙ୍କର ପ୍ରଥମ ବିଦେଶ ଗସ୍ତ ନୁହେଁ । ସେ କିଛି ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ ଆମେରିକା ଗସ୍ତ ମଧ୍ୟ କରିଥିଲେ । କମର ଜାବେଦ ବାଜୱା ପାକିସ୍ତାନୀ ରାଜନୀତିରେ ମୁଖ୍ୟ ଭୂମିକାରେ ରହିବାକୁ ଚାହୁଁଥିବା ପାକିସ୍ତାନୀ ରିପୋର୍ଟରୁ ଜଣାପଡ଼ିଛି । ଏହାସହ ନିକଟରେ ଆର୍ମି ମୁଖ୍ୟ କମର ଜାବେଦ ବାଜୱାଙ୍କର ୩ବର୍ଷ ଚାକିରୀ ସମୟ ବୃଦ୍ଧି କରାଯାଇଛି ।

ଋିପୋର୍ଟ ଅନୁସାରେ, ଇମରାନ ଖାନ ବାଜୱାଙ୍କ ଉପସ୍ଥିତିରେ ଚୀନ ପ୍ରଧାନମନ୍ତ୍ରୀ ଲି.କେକିୟାଙ୍ଗଙ୍କ ସହ ସାକ୍ଷାତ କରିଥିଲେ । ତେଣୁ ଇମରାନ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ସାକ୍ଷାତ କରିବା ବେଳେ ମଧ୍ୟ ବାଜୱା ଉପସ୍ଥିତ ରହିବେ ବୋଲି ଅନୁମାନ କରାଯାଉଛି । ଏହା ସହ ଅନ୍ୟ ଏକ ବୈଠକରେ ବାଜୱା ସେଣ୍ଟାଲ ମିଲିଟାରୀ କମିଶନର ଭାଇସ ଚେୟାରମ୍ୟାନଙ୍କ ସହ ସାକ୍ଷାତ କରି ସୈନ୍ୟ ସମ୍ବନ୍ଧୀୟ ଚର୍ଚ୍ଚା କରିିଥିଲେ । ଇମରାନଙ୍କ ଏହି ବେଇଜିଙ୍ଗ ଗସ୍ତ ଠିକ୍ ଚୀନ ରାଷ୍ଟ୍ରପତିଙ୍କ ଭାରତ ଯାତ୍ରା ପୂର୍ବରୁ ହୋଇଛି । 

  • Tags: