Home > ଅନ୍ତରାଷ୍ଟ୍ରୀୟ
କରୋନା ସଂକ୍ରମଣରୁ ଦୂରରେ ରହିବାକୁ ହେଲେ ୬ ଫୁଟ ନୁହେଁ ୨୦ ଫୁଟ ସାମାଜିକ ଦୂରତା ରଖିବାକୁ ପଡିବ
Khabar Odisha:20-foot-social-distance-required-for-avoid-Corona-virus
ନୂଆଦିଲ୍ଲୀ, ମେ ୨୮ (ଖବର ଓଡ଼ିଶା):

 ସାରା ବିଶ୍ବରେ ବଢ଼ିବାରେ ଲାଗିଛି ମହାମାରୀ କରୋନା ସଙ୍କଟ । ତେବେ ଏହି କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ୬ଫୁଟର ସମାଜିକ ଦୂରତା ଯଥେଷ୍ଟ ନୁହେଁ  । 

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ କହିବାନୁସାରେ, କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ୬ ଫୁଟର ସମାଜିକ ଦୂରତା ଯଥେଷ୍ଟ ନୁହେଁ ଏଥି ପାଇଁ ପ୍ରାୟ ୨୦ ଫୁଟ ଦୂରତା ଆବଶ୍ୟକ  । କାରଣ  ୨୦ଫୁଟ ପର୍ଯ୍ୟନ୍ତ ଭୂତାଣୁ ବହନ କରୁଥିବା ବାୟୁ କଣିକା  ବାୟୁରେ ଗତି କରିପାରିବ । ଛିଙ୍କ ବା କାଶ ଦ୍ୱାରା ପ୍ରାୟ ୪୦ହଜାର ଡ୍ରପଲେଟ୍ସ ବା ବାୟୁ କଣିକା ସୃଷ୍ଟି ହୋଇଥାଏ । ଏହି ବାୟୁ କଣିକା ବାୟୁର ୬ଫୁଟ ନୁହେଁ ପ୍ରାୟ ୨୦ଫୁଟ ପର୍ଯ୍ୟନ୍ତ ଗତି କରିଥାଏ । ଏହାସହ ଭିନ୍ନ ଭିନ୍ନ ପରିବେଶରେ ଭିନ୍ନ ଭାବେ ଏହି ଡ୍ରପଲେଟ୍ସ ବା ବାୟୁ କଣିକା ଗତି କରିଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । 

ଥଣ୍ଡା ଓ ଆଦ୍ର ଜଳବାୟୁରେ ଏହା ୩ଗୁଣ ଅଧିକ ବାଟ ଗତି କରିପାରିବ ବୋଲି ମଧ୍ୟ ଜଣାପଡିଛି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ୬ଫୁଟର ଦୂରତା ଯଥେଷ୍ଟ ନୁହେଁ ବୋଲି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

  • Tags: