Home > ଅନ୍ତରାଷ୍ଟ୍ରୀୟ
7.5 ତ୍ରୀବତା ଭୂମିକମ୍ପ ଝଟକାରେ ଦୋହଲିଲା ରୁଷ, ସୁନାମୀ ଆଶଙ୍କାରେ ଜାରି କରାଗଲା ଆର୍ଲଟ
Khabar Odisha:75-magnitude-earthquake-strikes-Russias-Kuril-Islands
ମସ୍କୋ, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇଥିବା ବେଳେ ରୁଷରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ବୁଧବାର ଦିନ ରୁଷ୍‌ର କୁରିଲ ଦୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୫ ଥିବା ଜଣାପଡିଛି । ଭୂମିକମ୍ପପରେ ସୁନାମୀର ସତର୍କ ସୂଚନା ଜାରି କରିଛି ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ।

ବୁଧବାର ଦିନ ରୁଷ୍‌ର କୁରିଲ୍‌ ଦୀପପୁଞ୍ଚରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂକମ୍ପ ଝଟକା ନିକଟ ଅଞ୍ଚଳରେ ମଧ୍ୟ ଦେଖାଦେଇଥିଲା । ଯାହାଫଳରେ ସ୍ଥାନୀୟଲୋକ ବାହାରକୁ ବାହିରି ଆସିଥିଲେ । ତେବେ ଏପରି ଜୋରଦାର ଭୂକମ୍ପ ଲାଗି ସୁନାମୀର  ସତର୍କ ସୂଚନା ଦେଇଛି ଆମେରିକା ଭୂତତ୍ତ୍ୱ ସଂସ୍ଥା ।  ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା ୭.୫ ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭୂତ ହେବା ମାତ୍ରେ କିଛି ଲୋକ ଭୟରେ ଘରୁ ବାହାରକୁ ବାହାରି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଭୂକମ୍ପରେ କୌଣସି ଅଘଟଣର ସୂଚନା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ ।

  • Tags: