Home > ଅନ୍ତରାଷ୍ଟ୍ରୀୟ
ଆଫଗାନିସ୍ତାନରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବମାନ ଦୁର୍ଘଟଣାଗ୍ରସ୍ତ
Khabar Odisha:A-passenger-aircraft-has-crashed-in-Deh-Yak-district-of-Ghazni-province
ଆଫଗାନିସ୍ତାନ,ଜାନୁଆରୀ ୨୭ (ଖବର ଓଡ଼ିଶା):

ଆଫଗାନିସ୍ଥାନ ରୁ ଦିଲ୍ଲୀ ଆସୁଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ଆଫଗାନିସ୍ତାନର ପୂର୍ବ ଗଜନି ପ୍ରାନ୍ତ ଅଞ୍ଚଳରେ ସୋମବାର ସ୍ଥାନୀୟ ସମୟାନୁସାରେ ଦିନ 1ଟା30 ମିନିଟ ସମୟରେ ଏହି ବିମାନଟି କ୍ରାଶ ହୋଇଥିବା ଜଣାପଡିଛି । ଯେଉଁ ଇଲାକାରେ ବିମାନଟି କ୍ରାଶ ହୋଇଛି ତାହା ଆତଙ୍କବାଦୀ ଗୋଷ୍ଠୀ ତାଲିବାନ ନିୟନ୍ତ୍ରଣ ଅଞ୍ଚଳ ବୋଲି ଜଣାପଡିଛି । ତାଲିବାନ ନିୟନ୍ତ୍ରଣାଧୀନ ଅଞ୍ଚଳ ହୋଇଥିବାରି ବିମାନରେ କେତେ ଜଣ ମୃତାହତ ହୋଇଛନ୍ତି ତାର ସବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇପାରିନାହିଁ ।

ଆଫଗାନିସ୍ତାନ ନ୍ୟୁଜ ଏଜେନ୍ସି ଏରିୟାନା ସୂଚନା ଅନୁସାରେ ହେରାତ ବିମାନ ବନ୍ଦରର ଟ୍ରାଫିକ କଣ୍ଟ୍ରୋଲ ଅଧିକାରୀଙ୍କ କହବାନୁଯାୟୀ ଏହି ବିମାନ ଏରିୟାନା ଆଫଗାନ ଏୟାରଲାଇନ୍ସର ଥିଲା ବୋଲି ଜଣାପଡିଛି । ଏଥିରେ 110 ଜଣ ଯାତ୍ରୀ ହେରାତରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । ବିମାନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବାରୁ ବିମାନରେ କିଛି ଭାରତୀୟ ଯାତ୍ରୀ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

  • Tags: