Home > ଅନ୍ତରାଷ୍ଟ୍ରୀୟ
ସ୍ପେନରେ ମୃତ୍ୟୁର ତାଣ୍ଡବଲୀଳା ରଚାଇଛି ମହାମାରୀ କରୋନା, 24 ଘଣ୍ଟା ମଧ୍ୟରେ ରେକର୍ଡ 832 ଜଣଙ୍କ ମୃତ୍ୟୁ
Khabar Odisha:Coronavirus-Spain-reports-832-new-virus-deaths
ସ୍ପେନ, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ଲୀଳା ରଚାଇଛି ମହାମାରୀ କରୋନା। ମହାମାରୀ କରୋନା ଭାଇରସ ପ୍ରଭାବରେ ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ଭାଇରସର ସଂକ୍ରମଣର ଶୀକାର ହୋଇସାରିଥିବା ବେଳେ 27 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି।

ସେହିଭଳି ଇଟାଲୀ ଓ ଚାଇନା ପରେ ସ୍ପେନରେ ମୃତ୍ୟୁର ତାଣ୍ଡବ ଲୀଳା ଚଳାଇଛି ମହାମାରୀ କରୋନା। ଗତ 24 ଘଣ୍ଟା ମଧ୍ୟରେ ସ୍ପେନରେ 832 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି। କେବଳ ଲୋକଙ୍କ ମୃତ୍ୟୁ ନୂହଁ ଗତ 24 ଘଣ୍ଟା ମଧ୍ୟରେ 5,690 ନୂଆ ସଂକ୍ରମଣ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି।

ଇଟାଲୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରୀ କରାଯାଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ 832 ଜଣ ଲୋକଙ୍କର କରୋନା ଦ୍ୱାରା ମୃତ୍ୟୁ ଘଟଛି ଯାହା ଫଳରେ କରୋନା ମୃତ୍ୟୁ ସଂଖ୍ୟାା 5,600 ଅତିକ୍ରମ କରିଯାଇଛି। ସେହିଭଳି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ 72,000 ଅତିକ୍ରମ କରିଯାଇଛି।

  • Tags: