Home > ଅନ୍ତରାଷ୍ଟ୍ରୀୟ
ଚାକିରି ନ ଛାଡ଼ିବାରୁ ମହିଳା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ
Khabar Odisha:Crime-Female-Pakistani-journalist-shot-dead-by-husband-for-not-quitting-job

ଇସଲାମାବାଦ, ନଭେମ୍ବର ୨୭ (ଖବର ଓଡ଼ିଶା): ପାକିସ୍ତାନରେ ଜଣେ ମହିଳା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆଉ ଏହି କାମ କରିଛନ୍ତି ମହିଳା ସାମ୍ବାଦିକଙ୍କ ସ୍ୱାମୀ । କାରଣ ଥିଲା ଯେ, ୨୭ ବର୍ଷୀୟ ମହିଳା ସାମ୍ବାଦିକ ଚାକିରି ଛାଡୁ ନ ଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦଂପତ୍ତିଙ୍କ ବିବାହ ୭ ମାସ ପୂର୍ବରୁ ହୋଇଥିଲା କିନ୍ତୁ ଏହା ପରେ ଉଭୟଙ୍କ ମଧ୍ୟରେ ମତମତାନ୍ତର ଦେଖାଯାଇଥିଲା । 

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଦୋସ୍ତ ମହମ୍ମଦ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଉରୁଜ ଇକବାଲ ଉର୍ଦ୍ଦୁ ଖବରକାଗଜ ପାଇଁ କାମ କରୁଥିଲେ ଏବଂ ସୋମବାର ସେ ଯେତେବେଳେ କିଲା ଗୁଜର ସିଂହସ୍ଥିତ ନିଜର କାର୍ଯ୍ୟାଳୟକୁ ପ୍ରବେଶ କରୁଥିଲେ, ତାଙ୍କର ସ୍ୱାମୀ ଦିଲୱାର ଅଲୀ ଗୁଳିମାଡ଼ କରିଥିଲେ । ଏହା ପରେ ଇକବାଲଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ହସ୍ପିଟାଲରେ ସାମ୍ବାଦିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । 

ମହମ୍ମଦ କହିଛନ୍ତି, ପୀଡ଼ିତାଙ୍କ ଭାଇ ୟାସିର ଇକବାଲଙ୍କ ଅଭିଯୋଗକୁ ନେଇ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅଲୀ ଅନ୍ୟ  ଏକ ଉର୍ଦ୍ଦୁ ଖବରକାଗଜରେ କାମ କରୁଥିଲା । ଘଟଣାରୁ ଜଣାପଡ଼ିଛି ଯେ, ପୀଡ଼ିତାଙ୍କ ଭାଇ କହିଛନ୍ତି, ତାଙ୍କର ଭଉଣୀ ପ୍ରେମ ବିବାହ କରିଥିଲେ । ମାତ୍ର ବିବାହ ପରେ ଅନେକ ଘଟଣାକୁ ନେଇ ପାରିବାରିକ କଳହ ଲାଗି ରହୁଥିଲା । ପତ୍ନୀଙ୍କୁ ନିଜର ଚାକିରି ଛାଡିବାକୁ ନେଇ ଏହି କଳହ ଅଲୀ ଦ୍ୱାରା ବାରମ୍ବାର ହେଉଥିଲା । 

 

 

  • Tags: