Home > ଅନ୍ତରାଷ୍ଟ୍ରୀୟ
ଇରାକରେ ଥିବା ଆମେରିକା ଦୂତବାସ ଉପରେ 5 ରକେଟ ମାଡ, ସନ୍ଦେହରେ ଇରାନ
Khabar Odisha:Five-rockets-hit-near-US-embassy-in-Iraq-capital
ବାଗଦାଦ,ଜାନୁଆରୀ ୨୭ (ଖବର ଓଡ଼ିଶା):

ଇରାକର ବାଗଦାଦରେ ଥିବା ଆମେରିକା ଦୂତାବାସ  ନିକଟରେ ପୁଣି ରକେଟ ମାଡ । ଦୂତାବାସ ନିକଟରେ ୫ଟି ରକେଟ ମାଡ କରାଯାଇଥିବା ନେଇ ଜଣାପଡ଼ିଛି । ରକେଟ ମାଡରେ ଅନେକ ବ୍ୟକ୍ତି ଆହତ ହୋଇଥିବାର ସୂଚନା ମିଳିଛି । ତେବେ କେଉଁ ସଂଗଠନ ପକ୍ଷରୁ ରକେଟ ଆକ୍ରମଣ କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି । ଇରାନ ପକ୍ଷରୁ ଏହି ରକେଟ ଆକ୍ରମଣ କରାଯାଇଥିବା ନେଇ ସନ୍ଦେହ କରିଛି ଆମେରିକା ।

ଟ୍ରାଇଗ୍ରିସର ପଶ୍ଚିମ ବ୍ୟାଙ୍କ ନିକଟରେ ଜୋରଦାର ଆକ୍ରମଣ ହୋଇଥିବାର ଦେଖିବାକୁ ମିଳିଥିଲା।ଏହି ସ୍ଥାନ ନିକଟରେ ଆମେରିକା ଦୂତାବାସ ଓ ଅଧିକାଂଶ ବିଦେଶୀ ନାଗରିକମାନେ ବସବାସ କରୁଛନ୍ତି । ରକେଟ ମାଡ ପରେ ଇରାକର ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳକୁ ଘେରାଉ କରି ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ଇରାକ ସେନାର ସୂଚା ଅନୁସାରେ ୫ଟି ରକେଟ ମାଡ ହୋଇଛି । ଆମେରିକା ଦୂତବାସ ଥିବା ଗ୍ରୀନ ଜୋନରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣରେ ଅନେକ ବ୍ୟକ୍ତି ଆହତ ହୋଇଥିବାର ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳିପାରିନାହିଁ । ତେବେ ଏହି ରକେଟ ମାଡ ନେଇ ଉଭୟ ଆମେରିକା-ଇରାନ ମଧ୍ୟରେ ତିକ୍ତତା ବଢିବାର ଆଶଙ୍କ ମଧ୍ୟ ରହିଛି ।

  • Tags: