Home > ଅନ୍ତରାଷ୍ଟ୍ରୀୟ
ଇରାକ ଆନ୍ଦୋଳନରେ ୩୧୯ ଜଣ ଲୋକଙ୍କର ମୃତ୍ୟୁ, ୧୫ ହଜାରରୁ ଅଧିକ ଲୋକ ଆହତ
Khabar Odisha:International-Over-300-people-dead-and-15000-people-injured-in-Iraq-protests

ବାଗଦାଦ, ନଭେମ୍ବର ୧୧ (ଖବର ଓଡ଼ିଶା): ଗତ ଅକ୍ଟୋବରରେ ସରକାର ବିରୋଧରେ ହୋଇଥିବା ଆନ୍ଦୋଳନରେ ୩୧୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହିଂସା ଯୋଗୁଁ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇରାକର ସଂସଦୀୟ ମାନବ ଅଧିକାର କମିଟି ଏକ ରିପୋର୍ଟରେ ଏହା କହିଛି । 

ରାଜଧାନୀ ବାଗଦାଦରେ ଶନିବାର ୪ ଜଣ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯାଇଛି । ଆନ୍ଦୋଳନସ୍ଥଳଗୁଡ଼ିକ ଭାଙ୍ଗି ଦିଆଯାଇଛି । ଇରାକ ସୁରକ୍ଷାକର୍ମୀମାନେ ଆନ୍ଦୋଳନକାରୀମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ । ରିପୋର୍ଟ ଅନୁସାରେ ପାଖାପାଖି ୧୫ ହଜାର ଆନ୍ଦୋଳନକାରୀ ଆହତ ହୋଇଛନ୍ତି । ଗତ ଶୁକ୍ରବାର ଦକ୍ଷିଣ ସହର ବସ୍ରାରେ ହିଂସା ଦେଖାଯାଇଛି । 

ବସ୍ରା ସହରରେ ଶୁକ୍ରବାର ୨ଜଣଙ୍କୁ ହତ୍ୟା କରାଯାଇଛି । ବସ୍ରା ତେଲ ପାଇଁ ପ୍ରସିଦ୍ଧ, ଯାହାକି ରାଜଧାନୀ ବାଗଦାଦ ଠାରୁ ୪୫୦ କିଲୋମିଟର ଦୂର । ଇରାକ ସୁରକ୍ଷାବାହିନୀର ଲୁହବୁହା ଗ୍ୟାସରେ ରବିବାର ୨୩ ଜଣ ଛାତ୍ର ଆହତ ହୋଇଛନ୍ତି । ଦେଶର ପ୍ରଶାସନିକ ବ୍ୟବସ୍ଥା ମଜବୁତ ଥିବାରୁ ନୀରିହ ଲୋକଙ୍କର ଜୀବନ ଚାଲିଯାଉଛି । ଶାନ୍ତି ପ୍ରତିଷ୍ଠା ଦିଗରେ ସରକାର ଉଚିତ ପଦକ୍ଷେପ ନେଇପାରି ନାହାନ୍ତି । 

 

 

  • Tags: