Home > ଅନ୍ତରାଷ୍ଟ୍ରୀୟ
ଦେଖନ୍ତୁ ଭିଡିଓ:ପାକିସ୍ତାନରେ ଉଡ଼ିଲା ତ୍ରିରଙ୍ଗା, ଭାରତୀୟ ଉଚ୍ଚାୟୋଗରେ ଶୁଭିଲା ‘ଜୟହିନ୍ଦ’
Khabar Odisha:International-73rd-Indiaindependence-Day-celebrated-at-Indian-high-commission-in-Pakistan

ଇସଲାମାବାଦ, ଅଗଷ୍ଟ ୧୬ (ଖବର ଓଡ଼ିଶା): ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗରେ ଗୁରୁବାର ୭୩ତମ ସ୍ୱାଧୀନତା ଦିବସ ହର୍ଷୋଲ୍ଲାସର ସହିତ ପାଳନ ହୋଇଛି । ଏହି ଅବସରରେ ପରିସରରେ ତ୍ରିରଙ୍ଗା ଉଡିବା ସହିତ ‘ଜୟହିନ୍ଦ’ ଶବ୍ଦ ଶୁଭିଛି । ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଉଚ୍ଛେଦ କରାଯିବା ପରେ ପାକିସ୍ତାନରୁ ବାହାରି ଯାଇଥିବା ବର୍ତ୍ତମାନ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିୟା କହିଛନ୍ତି, ଭାରତୀୟ ଉଚ୍ଚାୟୋଗରେ ପତାକା ଉଡିବ । ଇସଲାମାବାଦରେ ଭାରତୀୟ ଉଚ୍ଚାୟୋଗ ଟୁଇଟ କରିଛି ଯେ, ଭାରତର ୭୩ତମ ସ୍ୱାଧୀନତା ଦିବସ ଅବରରେ ପାକିସ୍ତାନ ଇସଲାମାବଦସ୍ଥିତ ଭାରତୀୟ ଉଚ୍ଚାୟୋଗରେ ବଡ଼ ଉତ୍ସାହ ସହିତ ତ୍ରିରଙ୍ଗା ଉଡାଇବ । ଡି-ଏଫେୟର୍ସ ପ୍ରଭାରୀ ଗୌରବ ଅହଲୁୱାଲିଆ ଜାତୀୟ ପତାକା ଉଡାଇଥିଲେ ଏବଂ ରାଷ୍ଟ୍ରପତିଙ୍କ ବାର୍ତ୍ତା ପାଠ କରିଥିଲେ । 

ଅଜୟ ବିସାରିୟା ଟୁଇଟରେ କହିଛନ୍ତି, ଭାରତୀୟ ଉଚ୍ଚାୟୋଗରେ ପତାକା ଏଭଳି ଉଡିବ । ଭାରତୀୟ ଉଚ୍ଚାୟୋଗ ନିଜର କର୍ମଚାରୀଙ୍କ ଫଟୋ ସେୟାର କରିଛି । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁମାନେ ମଧ୍ୟ ଉପସ୍ଥିତ ଥିଲେ । 

ତ୍ରିରଙ୍ଗା ତଳେ ଉପସ୍ଥିତ ଭାରତୀୟମାନେ କିଛି ବିଜୟର ଚିହ୍ନ ହାତରେ ଧରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସମସ୍ତ କର୍ମଚାରୀଙ୍କ ଫଟୋ ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ପାକିସ୍ତାନୀ ମିଡିଆ ଦାବି କରିଥିଲା ଯେ, ଭାରତ ସରକାର ଜମ୍ମୁ କଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ସମସ୍ତ ପ୍ରକାରର ଦ୍ୱିପାକ୍ଷୀକ ସଂପର୍କ ଶେଷ କରିଛି । ଭାରତୀୟ ଉଚ୍ଚାୟୋଗର ୧୩ ଜଣ ସଦସ୍ୟଙ୍କୁ ବାହାର କରି ଦେଇଛି । ଭାରତୀୟ ବିଦେଶ ମନ୍ତ୍ରାଳୟ ଏହି ସମସ୍ତ ଖବରକୁ ଖଣ୍ଡନ କରି କହିଥିଲା, ଉଚ୍ଚାୟୋଗର କିଛି ସଦସ୍ୟ ଇଦ ପାଳନ ପାଇଁ ଭାରତ ଆସିଥିଲେ । 

 

  • Tags: