Home > ଅନ୍ତରାଷ୍ଟ୍ରୀୟ
ଆମେରିକା: ହୋନୋଲୁଲୁରେ ବନ୍ଧୁକଧାରୀର ଗୁଳିମାଡ଼ରେ ୨ ଜଣ ପୋଲିସ ଅଧିକାରୀ ମୃତ
Khabar Odisha:International-Crime-Honolulu-police-officers-died-in-shooting-by-a-gunman-in-Hawaii-in-United-State-of-America

ହୋନୋଲୁଲୁ, ଜାନୁଆରୀ ୨୦ (ଖବର ଓଡ଼ିଶା): ସଂଯୁକ୍ତ ରାଷ୍ଟ୍ର ଆମେରିକାର ହୱଇ ରାଜ୍ୟରେ ରବିବାର ଅପରାହ୍ନରେ ଜଣେ ବନ୍ଧୁକଧାରୀର ଗୁଳିମାଡ଼ରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆମେରିକାର ହୋନୋଲୁଲୁରେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ସହ ଏନକାଉଣ୍ଟର ସମୟରେ ଏହି ଘଟଣା ହୋଇଛି । ସହରର ମେୟର କାର୍ଯ୍ୟାଳୟ ପକ୍ଷରୁ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟିକରଣ ଦିଆଯାଇଛି । ମାତ୍ର, ପୋଲିସ ମୁଖପାତ୍ର ମାମଲା ସହିତ ଜଡ଼ିତ ଓ ସୂଚନା ଦେବାକୁ ମନା କରି ଦେଇଛି । 

ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ରବିବାର କହିଛି ଯେ, ହୋନୋଲୁଲୁର ୱାଇକିକି ଅଞ୍ଚଳରେ ପୋଲିସ ଅଧିକାରୀମାନେ ବନ୍ଧୁକଧାରୀକୁ କଡ଼ା ଜବାବ ଦେଇଥିଲେ । ଏଫବିଆଇ ଗୁଳିମାଡ଼ରେ ୨ ଜଣ ପୋଲିସ ଯବାନଙ୍କ ମୃତ୍ୟୁ ସଂପର୍କରେ ସ୍ପଷ୍ଟ କରିଛି । କୁହାଯାଉଛି ଯେ ବନ୍ଧୁକଧାରୀ ବିରୋଧରେ ପୁଲିସି ଅଭିଯାନ ଜାରି ରହିଛି । ଏଥି ପାଇଁ ଘଟଣାସ୍ଥଳର ଆଖପାଖ ଘର ଖାଲି କରାଯାଇଛି । 

 

  • Tags: