Home > ଅନ୍ତରାଷ୍ଟ୍ରୀୟ
କଶ୍ମୀର ପଣ୍ଡିତଙ୍କ ପଳାୟନର ୩୦ ବର୍ଷ ପୂର୍ତ୍ତି, ୩୦ରୁ ଅଧିକ ଆମେରିକୀୟ ସହରରେ ହେବ କାର୍ଯ୍ୟକ୍ରମ
Khabar Odisha:International-American-Indian-organized-program-over-migration-of-Kashmir-pandits-in-America

ୱାସିଂଟନ, ଜାନୁଆରୀ ୨୦ (ଖବର ଓଡ଼ିଶା): କଶ୍ମୀର ପଣ୍ଡିତଙ୍କ ଥଇଥାନର ୩୦ ବର୍ଷ ପୂର୍ତ୍ତି ଅବସରରେ ଆମେରିକାର ୩୦ରୁ ଅଧିକ ସହରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଭାରତୀୟ ମୂଳ ନିବାସୀ ଆମେରିକୀୟ ନାଗରିକଙ୍କ ଦ୍ୱାରା ଆୟୋଜନ କରାଯିବ । ଆୟୋଜକଙ୍କ ଅନୁସାରେ ଏହି କାର୍ଯ୍ୟକ୍ରମ କଶ୍ମୀର ପଣ୍ଡିତଙ୍କ ସହନଶୀଳତା କ୍ଷମତାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । 

‘ଇଣ୍ଡିଆନ ଆମେରିକାନ୍ସ ଫର କଶ୍ମୀର’ ପକ୍ଷରୁ ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, କଶ୍ମୀର ପଣ୍ଡିତମାନେ ୩୦ ବର୍ଷ ପୂର୍ବରୁ ଘାଟୀରେ ଯେଉଁ ଚ୍ୟାଞ୍ଜେଜ କରିଥିଲେ, ଏହାକୁ ରେଖାଙ୍କିତ କରିବା ପାଇଁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାର କରାଯିବ । ଶୋଭାଯାତ୍ରାରେ ମୋହମବତୀ ଜଳାଯିବ । ନ୍ୟୁୟର୍କ, ନ୍ୟୁଜର୍ସି, ସିଲିକନ ଭ୍ୟାଲି, ଶିକାଗୋ, ମିୟାମୀ, ଫିଲାଡେଫିଆ, ଲସ ଏଞ୍ଜେଲେସ ଓ ଡେଟାୟଟ ସମେତ ଅନ୍ୟ ସହରରେ କାର୍ଯ୍ୟକ୍ରମର ଆୟୋଜନ କରାଯିବ । 

 

  • Tags: