Home > ଅନ୍ତରାଷ୍ଟ୍ରୀୟ
ଚୀନରେ ବାହାରିଲା କରୋନା ମୁକାବିଲାର ବିକଳ୍ପ? ସଂକ୍ରମିତଙ୍କୁ ୯୯.୯% ଠିକ କରିବା ଦାବି କଲା
Khabar Odisha:International-China-Chinese-scientists-already-develop-nanomaterial-to-combat-Covid-19

ବେଜିଂ, ମାର୍ଚ୍ଚ ୩୦ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ରୂପ ନେଇ ସମଗ୍ର ବିଶ୍ୱକୁ ପହଞ୍ଚି ସାରିଛି । କୋଭିଡ-୧୯କୁ ମୁକାବିଲା କରିବାରେ ଏକ ପ୍ରକାର ସଫଳତା ହାସଲ କରିଛି । କାରଣ ଚୀନରେ ଏବେ ପୂର୍ବଭଳି ଆଉ ମୃତ୍ୟୁ ଓ ସଂକ୍ରମିତ ସଂଖ୍ୟା ବଢ଼ି ନାହିଁ । କିନ୍ତୁ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, ଚୀନର ବୈଜ୍ଞାନିକମାନେ ପୂର୍ବରୁ ହିଁ କରୋନା ଭାଇରସ ମହାମାରୀ ସହ ଲଢ଼ିବାକୁ ଏକ ଅସ୍ତ୍ର ବିକଶିତ କରିସାରିଥିଲେ କି?   

ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ, ଚୀନର ବୈଜ୍ଞାନିକମାନେ ଏଭଳି ଏକ ନାନୋମେଟରିଆଲକୁ ବିକଶିତ କରିଛନ୍ତି, ଯାହାକି କୋଭିଡ-୧୯କୁ ସକ୍ରିୟ ହେବାକୁ ଦେବ ନାହିଁ । ରିପୋର୍ଟ ଅନୁସାରେ, ଚୀନ ବୈଜ୍ଞାନିକଙ୍କ ଏକ ଟିମ କୋଭିଡ-୧୯ ରୋଗର ମୂଳୋତ୍ପାଟନ ପାଇଁ ନୂଆ ଶୈଳୀ ବିକାଶ କରିବା ଦାବି କରିଛନ୍ତି । ଏହା କୌଣସି ଔଷଧ ନୁହେଁ । ବରଂ ଏହା ଏକ ନାନୋମେଟରିଆଲ । 

ଚୀନର ଖବରକାଗଜରେ କୁହାଯାଇଛି ଯେ, ତାଙ୍କ ଦେଶର ବୈଜ୍ଞାନିକମାନେ କରୋନା ଭାଇରସ ମୁକାବିଲା କରିବାରେ ଏକ ନାନୋମେଟରିଆଲ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କୋଭିଡ-୧୯ ଭାଇରସ ୯୬.୫ରୁ ୯୯.୯ ପ୍ରତିଶତ ଅବଶୋଷିତ ଓ ନିଷ୍କ୍ରିୟ ହୋଇପାରିବ । 

ସୂଚନାଯୋଗ୍ୟ, ମେଡିକାଲ କ୍ଷେତ୍ରରେ ଏଭଳି ନାନୋମେଟରିଆଲରେ ବିଶେଷ ଗୁଣ ରହିଥାଏ । ଏହାକୁ ନାନୋଜାଇମ କୁହାଯାଇଥାଏ । ନାନୋମେଟରିଆଲର ପ୍ରୟୋଗ ଭିନ୍ନ ଭିନ୍ନ ପ୍ରକାରରେ ହୋଇଥାଏ । ଏହାର ନିର୍ମାଣ ଓ ଉତ୍ପାଦନ ଶୈଳୀ ମଧ୍ୟ ଭିନ୍ନ ପ୍ରକାରର । 

 

  • Tags: