Home > ଅନ୍ତରାଷ୍ଟ୍ରୀୟ
ଭିଏତନାମା ଜଳ ପରିସୀମା ମଧ୍ୟରେ ପ୍ରବେଶ କଲା ଚୀନ, ୨୦୧୯ରେ ଏହା ତୃତୀୟ ଘଟଣା
Khabar Odisha:International-China-intrudes-into-Vietnams-exclusive-economic-zone-again-3-times-in-2019

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ଭିଏତନାମାର ଆର୍ଥିକ ଜୋନରେ ଚୀନ ପୁଣି ଥରେ ଦଖଲ କରିବାକୁ ଉଦ୍ୟମ କରିଛି । ଚଳିତ ବର୍ଷରେ ଏହା ହେଉଛି ଚୀନ ଦ୍ୱାରା ତୃତୀୟ ଘଟଣା । ଭିଏତନାମା ସରକାରଙ୍କ ସୂତ୍ର ଅନୁସାରେ ଏହି ଅନୁପ୍ରବେଶ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଛି ଏବଂ ଏବେ ଚୀନ ଜାହାଜ ପ୍ରସ୍ତୁତ ଅଛି । ଏହା ପୂର୍ବରୁ ଚୀନ ଜୁଲାଇ ୩ ଓ ୧୩ରେ ଭିଏତନାମା ଜଳ ପରିସୀମା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଚୀନ ଠାରୁ ଦୂରରେ ରହିବା ପାଇଁ ଭିଏତନାମା ବିକଳ୍ପ ଚିନ୍ତା କରୁଛି, ଯେଉଁଥିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ସାମିଲ ରହିଛି । 

ପୂର୍ବରୁ ଚୀନ ଭିଏତନାମା ଜଳ ପରିସୀମାରେ ନିଜର ୨୦ଟି ଜାହାଜ ମୁତୟନ କରିଛି । ଓଏନଜିସି ବିଦେଶ ଲିମିଟେଡ ଓ ଋଷିଆ କଂପାନୀ ‘ରୋସନେଫ୍ଟ’ର ଏହି ଇକୋନୋମିକ ଜୋନରେ ତୈଳ ବ୍ଲକ ଅଛି । ପ୍ରଥମ ଥର ଚୀନ ଜୁଲାଇ ୩ରେ ଜଳ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା କିନ୍ତୁ ଅଗଷ୍ଟ ୭ରେ ଫେରି ଆସିଥିଲା । ସେହି ସମୟରେ ଚୀନର ୩୫ ଜାହାଜ ଏକତ୍ର ହୋଇଥିଲେ । ସେହି ସମୟରେ ଏସୀୟ ସମ୍ମିଳନୀର ଆୟୋଜନ ହୋଇଥିଲା । ଅଗଷ୍ଟ ୧-୨ ମଧ୍ୟରେ ୨୦ଟି ଦେଶର ବିଦେଶ ମନ୍ତ୍ରୀଙ୍କର ବୈଠକ ଥିଲା । ଏହାକୁ ଦୃଷ୍ଟିରେ ରଖି ଚୀନ ଅଗଷ୍ଟ ୭ରେ ଜାହାଜଗୁଡ଼ିକ ଫେରାଇ ଆଣିଥିଲା ।  

  • Tags: