Home > ଅନ୍ତରାଷ୍ଟ୍ରୀୟ
କରୋନା ମୁକାବିଲା ନେଇ ଜି-୨୦ ସମ୍ମିଳନୀ: ଚୀନ ରାଷ୍ଟ୍ରପତି କ’ଣ କହିଥିଲେ ଜାଣନ୍ତୁ
Khabar Odisha:International-Chinese-president-Xi-Jinping-what-told-in-G20-summit-on-coronavirus

ବେଜିଂ, ମାର୍ଚ୍ଚ ୩୦ (ଖବର ଓଡ଼ିଶା): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଜି-୨୦ ସ୍ୱତନ୍ତ୍ର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅପିଲ କରିଛନ୍ତି, ଏହା ସଂକଟର ସମୟ । ତେଣୁ ଏହା ସମସ୍ତଙ୍କର ସହଯୋଗରେ ମୁକାବିଲା କରିହେବ । ବିଶ୍ୱସ୍ତରରେ ମହାମାରୀ ସହ ଲଢ଼ିବା ପାଇଁ ବିଶ୍ୱର ପ୍ରମୁଖ ଆର୍ଥିକ ଗୋଷ୍ଠୀ ଓ ଅନ୍ତର୍ଜାତୀୟ ସଂସ୍ଥାର ନେତାଙ୍କ ପ୍ରଥମ ଥର ମାର୍ଚ୍ଚ ୨୬ରେ ଭିଡିଓ ବାର୍ତ୍ତା ଜରିଆରେ ବୈଠକ ହୋଇଥିଲା । ଜି-୨୦ ଇତିହାସରେ ଏହା ପ୍ରଥମ ଥର ପାଇଁ ଭିଡିଓ ବାର୍ତ୍ତା ଜରିଆରେ ବୈଠକର ଆୟୋଜନ କରାଯାଇଥିଲା । 

ଏହି ସ୍ୱତନ୍ତ୍ର ସମ୍ମିଳନୀରେ ସି ଜିନପିଙ୍ଗ ଓ ଜି-୨୦ର ଅନ୍ୟ ସଦସ୍ୟ ଦେଶଗୁଡ଼ିକର ନେତାମାନେ ଦିନକୁ ଦିନ ଅଧିକ ପ୍ରଭାବଶାଳୀ ହେଉଥିବା କରୋନାର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଅନ୍ତର୍ଜାତୀୟ ଗୋଷ୍ଠୀ ସି ଜିନପିଙ୍ଗ ଦ୍ୱାରା ପ୍ରସ୍ତୁତ ୪ ସୂତ୍ରୀୟ ପ୍ରସ୍ତାବ ଉପରେ ଧ୍ୟାନ ଦେଇଥିଲେ । ଏଥିରେ କୋଭିଡ-୧୯ ମହାମାରୀ ନିୟନ୍ତ୍ରଣ କରିବାକୁ ଲଢ଼ାଇ ଜାରି ରଖିବା, ପ୍ରଭାବୀ ଢଙ୍ଗରେ ଅନ୍ତର୍ଜାତୀୟ ସଂଯୁକ୍ତ ଉଦ୍ୟମ ଓ ନିୟନ୍ତ୍ରଣ ପାଇଁ କାମ, ସକ୍ରିୟ ଭାବେ ଅନ୍ତର୍ଜାତୀୟ ସଂଗଠନର ଭୂମିକାକୁ ସମର୍ଥନ ଓ ଅନ୍ତର୍ଜାତୀୟ ମାଇକ୍ରୋ ଅର୍ଥନୀତି ନୀତିର ସମନ୍ୱୟକୁ ମଜବୁତ କରିବା ସାମିଲ ଥିଲା ।    

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜିନପିଙ୍ଗ ୨୨ ବିଦେଶୀ ନେତାଙ୍କୁ ଓ ଅନ୍ତର୍ଜାତୀୟ ସଂଗଠନର ନେତାଙ୍କୁ ୨୬ ଥର ଫୋନ କରିଥିଲେ । ଏଥିରେ ଜି-୨୦ ସଦସ୍ୟ ନେତାଙ୍କୁ ୧୪ ଥର ଫୋନକଲ ସାମିଲ ଥିଲା । ସି ଜିନପିଙ୍ଗଙ୍କ ଦ୍ୱାରା ମହାମାରୀକୁ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ଅନେକ ଦେଶର ନେତାଙ୍କ ସହ ଘନିଷ୍ଠ ଭାବେ ସଂପର୍କ କରିବା ସହ ନିଜ କ୍ଷମତା ଅନୁସାରେ କିଛି ଦେଶକୁ ସହାୟତା ପ୍ରଦାନ କରିଛି । ଚୀନ ସରକାର ୮୯ଟି ଦେଶ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଫ୍ରିକା ସଂଘ ସମେତ ୪ଟି ଅନ୍ତର୍ଜାତୀୟ ଓ କ୍ଷେତ୍ରୀୟ ସଂଗଠନକୁ ଜରୁରୀକାଳୀନ ସହୟତା ପ୍ରଦାନ କରିଛି । 

 

  • Tags: