Home > ଅନ୍ତରାଷ୍ଟ୍ରୀୟ
କରୋନା: ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦ ହଜାର ଅତିକ୍ରମ, ଇଟାଲୀରେ ୧୦ ହଜାରରୁ ଉର୍ଦ୍ଧ୍ୱ
Khabar Odisha:International-Corona-death-toll-worldwide-30000-cross-Italy-marks-10000-more-than-six-lakh

ନୂଆଦିଲ୍ଲୀ, ମାର୍ଚ୍ଚ ୨୯ (ଖବର ଓଡ଼ିଶା): ଚୀନରୁ ବ୍ୟାପିଥିବା କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦ ହଜାର ଅତିକ୍ରମ କରିସାରିଛି । ଏଥିରୁ ଇଟାଲୀରେ କେବଳ ମୃତ୍ୟୁ ସଂଖ୍ୟା ୧୦ ହଜାରରୁ ଅଧିକ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଶ୍ୱରେ ରବିବାର (ମାର୍ଚ୍ଚ ୨୯ ସକଳା ୬ଟା) ପର୍ଯ୍ୟନ୍ତ ୬ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ହଜାର ୮୪୭ରେ ପହଞ୍ଚିଛି । ସେଥିରୁ ୧ ଲକ୍ଷ ୪୧ ହଜାର ୯୫୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ୪ ଲକ୍ଷ ୯୦ ହଜାର ୫୪ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ୨୫ ହଜାର ୪୦୦ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

ଆମେରିକାରେ ୧ ଲକ୍ଷ ୨୩ ହଜାର ୪୨୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାର ୨୧୧ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୦ ହଜାର ୨୩ରେ ପହଞ୍ଚିଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯୨ ହଜାର ୪୨୭ ଜଣ । ଚୀନରେ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୦ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୩୯ । ସେହିପରି ସ୍ପେନରେ ମଧ୍ୟ କରୋନା ଭାଇରସ ଉଗ୍ର ରୂପ ନେଉଛି । ଏଠାରେ ୭୩ ହଜାର ୨୩୫ ଜଣ ସଂକ୍ରମିତ ଥିବା ବେଳେ ୫ ହଜାର ୯୮୨ ଜଣ ସଂକ୍ରମିତ ଅଛନ୍ତି । ଇରାନରେ ମୃତ୍ୟୁ ସଂଖ୍ୟା ୨ ହଜାର ୫୧୭ ଓ ସଂକ୍ରମିତ ସଂଖ୍ୟା ୩୫ ହଜାର ୪୦୮ ଜଣ । ଫ୍ରାନ୍ସରେ ୩୭ହଜାର ୫୭୫ ଜଣ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ୩୧୪ । 

 

  • Tags: