Home > ଅନ୍ତରାଷ୍ଟ୍ରୀୟ
କୋଭିଡ-୧୯: ବିଶ୍ୱରେ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର, ୫୯ ଲକ୍ଷ ଲୋକ ସଂକ୍ରମିତ
Khabar Odisha:International-Corona-virus-death-toll-reaches-361-lakh-5900-lakh-people-detected-in-world-wide

ନୂଆଦିଲ୍ଲୀ, ମେ ୨୯ (ଖବର ଓଡ଼ିଶା): କରୋନା ଭାଇରସ ଭୂତାଣୁ ସମଗ୍ର ବିଶ୍ୱରେ ୩ ଲକ୍ଷ ୬୧ ହଜାର ୫୪୯ ଜଣଙ୍କର ଜୀବନ ନେଇସାରିଛି । ବିଶ୍ୱରେ ୫୯ ଲକ୍ଷ ୯୦୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏଥିରୁ ୨୫ ଲକ୍ଷ ୭୭ ହଜାର ୨୫୦ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୯ ଲକ୍ଷ ୬୨ ହଜାର ୧୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ବିଶ୍ୱରେ ୫୩ ହଜାର ୯୭୫ ଜଣ ରୋଗୀ ଏବେବି ଗୁରୁତର ଅଛନ୍ତି । 

କରୋନା ଭାଇରସ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଗତିଶୀଳ ହୋଇଛି । ଏଠାରେ ୧ ଲକ୍ଷ ୩ ହଜାର ୩୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଲକ୍ଷ ୬୮ ହଜାର ୪୬୧ ଜଣଙ୍କର ମୃତ୍ୟୁ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୬ ଲକ୍ଷ ୯୮ ହଜାର ୭୨୫ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୬୬ ହଜାର ୪୦୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ୧୭ ହଜାର ୨୦୨ ଜଣଙ୍କର ଅମସ୍ଥା ସଂକଟାପନ୍ନ ରହିଛି । ବ୍ରାଜିଲ ଓ ଋଷିଆର ଅବସ୍ଥା ଧୀରେ ଧୀରେ ଖରାପ ସ୍ଥିତିଆଡକୁ ଗତି କରୁଛି । ବ୍ରାଜିଲରେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୪ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୪ ଲକ୍ଷ ୩୮ ହଜାର ୮୧୨ ସଂକ୍ରମିତ, ୨୬ ହଜାର ୭୬୪ ମୃତ

ଋଷିଆ: ୩ ଲକ୍ଷ ୭୯ ହଜାର ୫୧ ଜଣ ସଂକ୍ରମିତ, ୪ ହଜାର ୧୪୨ ଜଣ ମୃତ

ସ୍ପେନ: ୨ ଲକ୍ଷ ୮୪ ହଜାର ୯୮୬ ସଂକ୍ରମିତ, ୨୭ ହଜାର ୧୧୯ ମୃତ

ବ୍ରିଟେନ: ୨ ଲକ୍ଷ ୬୯ ହଜାର ୧୨୭ ସଂକ୍ରମିତ, ୩୭ ହଜାର ୮୩୭ ଜଣ ମୃତ

ଇଟାଲୀ: ୨ ଲକ୍ଷ ୩୧ ହଜାର ୭୩୨ ସଂକ୍ରମିତ, ୩୩ ହଜାର ୧୪୨ ମୃତ

ଫ୍ରାନ୍ସ: ୧ ଲକ୍ଷ ୮୨ ହଜାର ୯୧୩  ସଂକ୍ରମିତ, ୨୮ ହଜାର ୫୯୬ ଜଣ ମୃତ

ଜର୍ମାନୀ: ୧ ଲକ୍ଷ ୮୨ ହଜାର ୪୫୨ ଜଣ ସଂକ୍ରମିତ, ୮ ହଜାର ୫୭୦ ମୃତ

ତୁର୍କୀ: ୧ ଲକ୍ଷ ୬୦ ହଜାର ୯୭୯ ସଂକ୍ରମିତ, ୪ ହଜାର ୪୬୧ ଜଣ ମୃତ

ଇରାନ: ୧ ଲକ୍ଷ ୪୩ ହଜାର ୮୪୯ ସଂକ୍ରମିତ, ୭ ହଜାର ୬୨୭ ଜଣ ମୃତ 

 

  • Tags: